ରେଳ ମନ୍ତ୍ରଣାଳୟ

ଗତ 15 ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା 14 ଲକ୍ଷରୁ ଅଧିକ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଇଛି

• ଭାରତୀୟ ରେଳବାଇ ପକ୍ଷରୁ ଏଥିପାଇଁ ଦେଶବ୍ୟାପୀ 1074ଟି “ଶ୍ରମିକ ସ୍ପେଶାଲ” ଟ୍ରେନ ଚଲାଯାଇଛି
• ଗତ ତିନି ଦିନ ମଧ୍ୟରେ ଦିନକୁ 2 ଲକ୍ଷରୁ ଅଧିକ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଯାଇଛି, ଆଗାମୀ ଦିନରେ ଏହା ଦିନ ପିଛା 3 ଲକ୍ଷକୁ ବୃଦ୍ଧି ପାଇବାର ଆଶା
• ମିଶନ “ଘରକୁ ଚାଲ” ପୂର୍ଣ୍ଣମାତ୍ରାରେ ଚାଲିଛି
• ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି
• ଶ୍ରମିକମାନଙ୍କୁ ପଠାଉଥିବା ଏବଂ ଗ୍ରହଣ କରୁଥିବା ରାଜ୍ୟମାନଙ୍କ ସମ୍ମତି କ୍ରମେ ହିଁ ରେଳବାଇ ପକ୍ଷରୁ ଟ୍ରେନ ଚଳାଚଳ କରୁଛି

Posted On: 16 MAY 2020 2:39PM by PIB Bhubaneshwar

ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଭାରତୀୟ ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା ମେ’ 15 ମଧ୍ୟରାତ୍ର ସୁଦ୍ଧା ରେଳବାଇ ପକ୍ଷରୁ ଦେଶବ୍ୟାପୀ 1074 ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିଥିଲା ଏହି ସମୟ ମଧ୍ୟରେ ଅଟକି ରହିଥିବା ପ୍ରାୟ 14 ଲକ୍ଷ ଲୋକଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଯାଇଛି

ଏଠାରେ ସୂଚନା ଯୋଗ୍ୟ ଯେ, ଗତ 3 ଦିନ ମଧ୍ୟରେ ଦିନକୁ 2 ଲକ୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ଏହି ଟ୍ରେନ ଯୋଗେ ଯାତ୍ରା କରିଛନ୍ତି । ଆଗାମୀ ଦିନଗୁଡିକରେ ଦିନ ପିଛା ଏହି ସଂଖ୍ୟା 3 ଲକ୍ଷ ଟପିବା ଆଶା କରାଯାଉଛି ।

ଏହି 1074ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଗୋଆ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାର ରାଜ୍ୟଗୁଡିକରୁ ଚଳାଚଳ କରିଛି । ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଇତ୍ୟାଦି ରାଜ୍ୟ ପର୍ଯ୍ୟନ୍ତ ଯାତ୍ରା କରିଛି ।

ଯାତ୍ରା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ କରାଯାଇଛି । ଯାତ୍ରାକାଳରେ ସେମାନଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛି ।

 

**********

 

 



(Release ID: 1624513) Visitor Counter : 151