ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପ୍ରବାସୀ ଶ୍ରମିକ ଚାଲିଚାଲି ଯେପରି ଘରକୁ ନ’ଫେରନ୍ତି ନିଶ୍ଚିତ କରିବାକୁ ରାଜ୍ୟ ସମୂହଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ

• ସରକାରଙ୍କ ଦ୍ୱାରା ଚାଲିଥିବା ସ୍ପେଶାଲ ଟ୍ରେନ ଓ ବସରେ ଶ୍ରମିକଙ୍କୁ ଘରକୁ ପଠାଇବାକୁ କହିଲେ କେନ୍ଦ୍ର ସରକାର

Posted On: 15 MAY 2020 10:41PM by PIB Bhubaneshwar

ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜର ଘରକୁ ଫେରିବାର ତ୍ୱରିତ ସୁବିଧା ଯୋଗାଣ ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ଚଳାଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ ବସର ସୁବିଧା କରାଯାଇଛି ଏବଂ ଏହାର ସୁବିଧା ସଂପୃକ୍ତ ଶ୍ରମିକଙ୍କୁ ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ 11 ତାରିଖରେ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଚିଠି ଲେଖାଯାଇଥିଲା

ପ୍ରବାସୀ ଶ୍ରମିକମାନେ ପାଦରେ ଚାଲି ଚାଲି ଘରକୁ ଫେରୁଥିବାରୁ ଏବଂ ରେଳପଥ ଉପରେ ଯାଉଥିବା ଦୃଷ୍ଟିରୁ ସେଥିପ୍ରତି ଧ୍ୟାନ ଦେବାକୁ ଏହି ଚିଠିରେ ରାଜ୍ୟମାନଙ୍କୁ କୁହାଯାଇଥିଲାଏଭଳି ଶ୍ରମିକଙ୍କୁ ପାଇଲେ ସେମାନଙ୍କୁ ଉପଯୁକ୍ତ ଭାବେ ବୁଝାସୁଝା କରି ନିକଟବର୍ତ୍ତୀ ଆଶ୍ରୟ କେନ୍ଦ୍ରକୁ ନେଇ ଖାଦ୍ୟ, ପାନୀୟ ଆଦି ଯୋଗାଇ ଦେବା ସହ ଶ୍ରମିକ ସ୍ପେଶାଲ ଟ୍ରେନ ସରକାରୀ ବସ ଯୋଗେ ଘରକୁ ପଠାଇବାର ବ୍ୟବସ୍ଥା କରିବାକୁ ମଧ୍ୟ ଏଥିରେ ଉଲ୍ଲେଖ ଥିଲା

ଏହା ସତ୍ତ୍ୱେ ପ୍ରବାସୀ ଶ୍ରମିକମାନେ ଏବେ ମଧ୍ୟ ରେଳପଥ ଉପରେ, ସଡକରେ ଚାଲି ଚାଲି ଯାଉଛନ୍ତିକେତେକ ମଧ୍ୟ ଟ୍ରକରେ ଯାଉଥିବା ଖବର ଦେଶର ବିଭିନ୍ନ ଅଞ୍ଚଳରୁ ମିଳୁଛିଏହାକୁ ଦେଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପୁନର୍ବାର ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଶ୍ରମିକମାନଙ୍କ ଏଭଳି ଯାତ୍ରାକୁ ବନ୍ଦ କରିବା ସହ ସେମାନଙ୍କ ନିରାପଦ ଯାତ୍ରାର ବ୍ୟବସ୍ଥା କରିବାକୁ କହିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିବୃତ୍ତିରେ କୁହାଯାଇଛି ଯେ ରେଳବାଇ ପ୍ରତିଦିନ 100ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଉଛିଆବଶ୍ୟକ ପଡିଲେ ଅଧିକ ଟ୍ରେନ ଚଳାଇବାକୁ ରେଳବାଇ ମନ୍ତ୍ରଣାଳୟ ପ୍ରସ୍ତୁତ ଅଛିଅତଏବ ଲୋକଙ୍କୁ ସମ୍ପର୍କରେ ସଚେତନ କରାଇବା ସହ ଚାଲି ଚାଲି ଘରକୁ ଫେରି ସ୍ୱତନ୍ତ୍ର ଟ୍ରେନ ବସର ସୁବିଧା ନେବାକୁ ଶ୍ରମିକମାନଙ୍କୁ ରାଜ୍ୟ ସରକାରମାନେ ଭଲ ଭାବେ ବୁଝାଇବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛିଏହା ସହିତ ଏସବୁ ଶ୍ରମିକ ସରକାରୀ ବ୍ୟବସ୍ଥାର ସୁବିଧା ଯେପରି ସହଜରେ  ପାଇବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି

 

**************

 



(Release ID: 1624466) Visitor Counter : 207