ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ 400 କୋଟି ଟଙ୍କାର ପ୍ରତିରକ୍ଷା ବିପଣନ ଭିତ୍ତିଭୂମି ଯୋଜନା(ଡିଟିଆଇଏସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି

Posted On: 15 MAY 2020 6:30PM by PIB Bhubaneshwar

ଘରୋଇ ପ୍ରତିରକ୍ଷା ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟାର ବିନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି କ୍ଷେତ୍ରରେ ଅତ୍ୟାଧୁନିକ ପରୀକ୍ଷଣ ଏବଂ ସଂରଚନାର ନିର୍ମାଣ କରିବା ନିମନ୍ତେ 400 କୋଟି ଟଙ୍କାର ବ୍ୟୟ ସହିତ ପ୍ରତିରକ୍ଷା ବାଣିଜ୍ୟିକ ଭିତ୍ତିଭୂମି ଯୋଜନା (ଟିଡିଆଇଏସ)ର ଶୁଭାରମ୍ଭ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଯୋଜନା 5 ବର୍ଷର ଅବଧି ପାଇଁ ହେବ ଏବଂ ଏଥିରେ ଘରୋଇ ଉଦ୍ୟୋଗୀଙ୍କ ଭାଗିଦାରୀ ସହିତ 6ରୁ 8 ନୂତନ ପରୀକ୍ଷଣ ସୁବିଧା ସ୍ଥାପନ କରାଯିବାର ପରିକଳ୍ପନା କରାଯାଇଛି । ଏହାଦ୍ୱାରା ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନରେ ସହାୟତା ମିଳିବ, ଯାହାର ଫଳସ୍ୱରୂପ ସେନା ବାହିନୀର ଉପକରଣ ଗୁଡ଼ିକର ଆମଦାନୀ କମ୍ ହେବ ଏବଂ ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସହାୟତା ମିଳିବ ।

ଏହି ଯୋଜନା ଅଧୀନରେ, ପ୍ରକଳ୍ପଗୁଡ଼ିକୁ ଅନୁଦାନ-ସହାୟତାଆକାରରେ 75 ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯିବ । ପ୍ରକଳ୍ପ ଅଟକଳର ଅବଶିଷ୍ଟ 25 ପ୍ରତିଶତ ସ୍ୱତନ୍ତ୍ର ପ୍ରୟୋଜନ ଶାଖା (ଏସପିବି) ଦ୍ୱାରା ବହନ କରାଯିବ, ଯାହାର ସହଭାଗୀ ଭାରତୀୟ ନିଜସ୍ୱ ସଂସ୍ଥାଗୁଡ଼ିକ ଏବଂ ରାଜ୍ୟ ସରକାରମାନେ ହେବେ । ଏହି ଯୋଜନା ଅନ୍ତର୍ଗତ ଏସପିବିକୁ କମ୍ପାନୀ ଅଧିନିୟମ 2013 ଅଧୀନରେ ପଞ୍ଜିକୃତ କରାଯିବ ଏବଂ ସେହି ଉପଯୋଗକର୍ତା ଶୁଳ୍କ ଏକତ୍ରିତ କରି ଏହି ଯୋଜନା ଅନ୍ତର୍ଗତ ସମସ୍ତ ପରିସମ୍ପତି ଗୁଡ଼ିକ ସ୍ୱ-ଧାରଣୀୟ ପଦ୍ଧତିରେ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିବ । ପରୀକ୍ଷଣ କରାଯାଇଥିବା ଉପକରଣ/ପ୍ରଣାଳୀକୁ ଉପଯୁକ୍ତ ମାନ୍ୟତା ଅନୁସାରେ ପ୍ରମାଣିତ କରାଯିବ ।

ଯଦିଓ, ଅଧିକାଂଶ ପରୀକ୍ଷଣ ସୁବିଧାଗୁଡ଼ିକ ଦୁଇଟି ପ୍ରତିରକ୍ଷା ଔଦ୍ୟୋଗିକ ମାଧ୍ୟମ ଦେଇ (ଡିଆଇସି)ରେ ହିଁ ସମାହିତ ହେବାର ଆଶା ରହିଛି, କିନ୍ତୁ ଏହି ଯୋଜନାକୁ କେବଳ ଟିଆଇସିରେ ପରୀକ୍ଷଣ ସୁବିଧା ସ୍ଥାପିତ କରିବାରେ ହିଁ ସୀମିତ ରଖା ଯାଇ ନାହିଁ ।

ଡିଟିଆଇଏସର ନିର୍ଦ୍ଦେଶାବଳୀକୁ ପ୍ରତିରକ୍ଷା ମନ୍ତ୍ରଣାଳୟ/ଡିଡିପି ଏବଂ ଡିଜିକ୍ୟୁଏର ୱେବସାଇଟରେ ଅପଲୋଡ କରି ଦିଆଯାଇଛି । ଏହାକୁ ନିମ୍ନଲିଖିତ ଲିଙ୍କରେ ପ୍ରାପ୍ତ କରାଯାଇ ପାରିବ: https:// ddpmod.gov.in/sites/default/files/pdfupload/DTIS% 20Guidelines.pdf

 

*****



(Release ID: 1624296) Visitor Counter : 222