ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଆଦିବାସୀ ଯୁବକଯୁବତୀଙ୍କ ପାଇଁ ଡିଜିଟାଲ ସ୍କିଲିଂ କାର୍ଯ୍ୟକ୍ରମ ‘ଗୋଲ’ ଉଦଘାଟିତ

• ଫେସବୁକ ସହଭାଗୀତାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନଜାତି ଲୋକଙ୍କ ଉଦବେଗ ବିକାଶ କରି ସେମାନଙ୍କୁ ଡିଜିଟାଲ ଷ୍ଟାର୍ଟଫାର୍ମ ମାଧ୍ୟମରେ ଘରୋଇ ଓ ଆନ୍ତର୍ଜାତିକ ବଜାର ସହ ସଂପୃକ୍ତ କରାଯିବ

Posted On: 15 MAY 2020 12:32PM by PIB Bhubaneshwar

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଶୁକ୍ରବାର ଆଦିବାସୀ ଯୁବକଯୁବତୀଙ୍କ ଡିଜିଟାଲ ସ୍କିଲିଂ ବିକାଶ କାର୍ଯ୍ୟକ୍ରମ ଗୋଲ (ଗୋଇଂ ଅନ୍ଲାଇନ ଆଜି ଲିଡର୍ସ) ଉଦଘାଟିତ ହୋଇଛି । ଫେସବୁକ ସହଭାଗୀତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଠାରେ ଆୟୋଜିତ ଏକ ୱେବିନାର ମାଧ୍ୟମରେ ଗୋଲ ଶୁଭାରମ୍ଭ ହୋଇଛି । ଏଥିରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ରେଣୁକା ସିଂହ ସରୁତା, ସଚିବ ଦୀପବ ଖଣ୍ଡେକର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଫେସବୁକର ପ୍ରତିନିଧି ଯୋଗ ଦେଇଥିଲେ ।

ଗେଲ କାର୍ଯ୍ୟକ୍ରମ ଡିଜିଟାଲ ମୋଡରେ ଆଦିବାସୀ ଯୁବବର୍ଗଙ୍କୁ ମାର୍ଗ ଦର୍ଶନ ଦେବାକୁ ପ୍ରସ୍ତୁକ ହୋଇଛି । ଏହି ଡିଜିଟାଲ ପରିଚାଳିତ କାର୍ଯ୍ୟକ୍ରମ ଆଦିବାସୀ ଯୁବବର୍ଗଙ୍କ ମଧ୍ୟରେ ଥିବା ଅନାବିଷ୍କୃତ ପ୍ରତିଭାର ଉନ୍ମେଷରେ ଏକ  ଅଣୁଘଟକର ଭୂମିକା ନିର୍ବାହ କରିବ । ଏହା ମାଧ୍ୟରେ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ଘଟାଇ ନିଜ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନଙ୍କୁ  ପ୍ରସ୍ତୁତ କରାଯିବ ।

ଏହି କାର୍ଯ୍ୟକ୍ରମ ବିଷୟରେ ଯୋଗାଣ କରି ମନ୍ତ୍ରୀ ଶ୍ରୀ ମୁଣ୍ଡା କହିଛନ୍ତି ଯେ, କୋଭିଡ ମହାମାରୀ ଦ୍ୱାରା ସୃଷ୍ଟି ଆହ୍ୱାନ ଯୋଗୁଁ ଡିଜିଟାଲ ସାକ୍ଷରତାର ଗୁରୁତ୍ୱ ବଢିଛି । ଆଦିବାସୀ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଫେସବୁକ ସହଭାଗୀତାରେ ଗୋଲ କାର୍ଯ୍ୟକ୍ରମ ହାତକୁ ନେଇ ଉପଯୁକ୍ତ ସମୟରେ ଜନଜାତିର ଯୁବବର୍ଗ ଓ ମହିଳାଙ୍କ ପାଇଁ ଏକ ଉଚିତ ଷ୍ଟାର୍ଟଫର୍ମ ଯୋଗାଇ ସେମାନଙ୍କୁ  ଜୀବନରେ ଆମକୁ ବଢିବାର ସୁଯୋଗ ଯୋଗାଇଛି । ପ୍ରଚଳିତ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ 5000 ଆଦିବାସୀ ଯୁବବଯୁବତୀଙ୍କ ଦକ୍ଷତା ବିକାଶ କରାଯାଇ ସେମାନଙ୍କୁ ସଶକ୍ତ ଓ ଦକ୍ଷ କରାଯିବ । ସେମାନଙ୍କ ଏହି ମଂଚରୁ ବିଭିନ୍ନ ମୌଳିକ ଓ ଜ୍ଞାନ ଆହରଣ କରି ନିଜନିଜର ବେପାର ବଣିକ ମାଧ୍ୟମରେ ଘରୋଇ ଓ ଆନ୍ତର୍ଜାତିକ ବଜାର ସହ ଯୋଡି ହେବାର ସୁଯୋଗ ପାଇବେ । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ସାକାର ହେବ ।

ମନ୍ତ୍ରୀ ଶ୍ରୀ ମୁଣ୍ଡା ଆହୁରି କହିଛନ୍ତି ଯେ ଡିଜିଟାଲ ସ୍କିଲିଂ ଓ ଟେକନୋଲୋଜି ଆଦିବାସୀ  ଯୁବବର୍ଗଙ୍କୁ ସମାଜର ମୁଖ୍ୟ ଧାରରେ ସାମିଲ କରିପାରିବ ଏ ବିଶ୍ୱାସ ତାଙ୍କର ରହିଛି । ସେଂଟର ବ୍ୟବସ୍ଥା ଦ୍ୱାରା ଏହି ବର୍ଗର ଯୁବଶକ୍ତି ଓ ମହିଳାଙ୍କୁ ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମହୁଚାଷ, ଆଦିବାସୀ କଳା ଓ ସଂସ୍କୃତିର ବିକାଶ, øଷଧୀୟ ଗୁଳ୍ପ ଓ ଗଛଲତା ଚାଷ, ଉଦ୍ୟଗିତା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଜ୍ଞାନ ପ୍ରଦାନ ସହ ଦକ୍ଷତା ବିକାଶ ନିମନ୍ତେ ଗୋଲ ମାଧ୍ୟମରେ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହୋଇଛି । ପ୍ରାରମ୍ଭିକଭାବେ ଏଥିରେ 5000 ଆଦାବାସୀଙ୍କୁ ସାମିଲ କରାଯାଇଛି ଏବଂ ପରବର୍ତ୍ତୀକାଳରେ ଚାହିଦା ଅନୁସାରେ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ପର୍ଯ୍ୟାୟକ୍ରମେ ସାମିଲ କରାଯିବ ।

ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ରେଣୁକା ସିଂହ ସରୁତା କହିଥିଲେ ମୋ ଗୋଲ କାର୍ଯ୍ୟକ୍ରମର ବିଷୟବସ୍ତୁ ଓ ଲକ୍ଷ୍ୟ ଅଦ୍ୱିତୀୟ ତଥା ପ୍ରଭାବଶାଳୀ । ଆଦିବାସୀ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏହାର ଏକ ଦୀର୍ଘ ମିଆଦି ପ୍ରଭାବ ରହିବ । ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି  କାର୍ଯ୍ୟକ୍ରମ ଆଦିବାସୀ ମହିଳାଙ୍କ ପ୍ରତିଭାର ବିକାଶ ଓ ବିନିଯୋଗର ଏକ ଯଥାର୍ଥ ମଂଚ ଭାବେ କାମ କରିବ ଏବଂ ଆଦିବାସୀ ଯୁବବଯୁବତୀଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭବାନ କରିବାରେ ସହାୟକ ହେବ ।

ବିଭାଗୀୟ ସଚିବ ଶ୍ରୀ ଦୀପକ ଖଣ୍ଡେକର କହିଛନ୍ତି ଯେ, ଗୋଲ କାର୍ଯ୍ୟକ୍ରମ ଦ୍ୱାରା ଜନଜାତି ଓ ଅଣ ଜନଜାତିଙ୍କ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ ପାଇବ । ରାଷ୍ଟ୍ରନିର୍ମାଣରେ ସେମାନେ ଯଥାର୍ଥ ସହଯୋଗ କରିପାରିବେ ।

ଭାରତ ଦକ୍ଷିଣ କେନ୍ଦ୍ର ଏସିଆ ଦାୟିତ୍ୱରେ ଥିବା ଫେସବୁକ ପବ୍ଲିକ ସର୍ଭିସି ନିର୍ଦ୍ଦେଶକ ସୁଶ୍ରୀ ଅଂଖି ଦାସ କହିଥିଲେ ଯେ, ସାଂପ୍ରତି ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଓ ମାନବିକ ସମସ୍ୟା ସୃଷ୍ଟି କରିଛି । ଆଦିବାସୀ ସଂସ୍କୃତିର ସୁରକ୍ଷା ସହ ସେମାନଙ୍କ ବିକାଶ ପାଇଁ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରୀଣାଳୟ ସମର୍ପିତ ଭାବେ କାର୍ଯ୍ୟକରୁଛି । ସାଂପ୍ରତିକ ସଂକଟ ସମୟରେ ଏହି ବର୍ଗର ସୁରକ୍ଷା ଏବଂ ବିକାଶ କୁ ନିଶ୍ଚିତ ଓ  ତ୍ୱରାନ୍ୱିତ କରିବା ପାଇଁ ଫେସବୁକ ସହଯୋଗର ହାତ ବଢାଇଛିା ସେମାନଙ୍କ ଦକ୍ଷତା ବିକାଶ ସହ ଡିଜିଟାଲ ବ୍ୟବସ୍ଥାରେ ସେମାନଙ୍କୁ ବାହର ଦୁନିଆ ସହ ସଂପୃକ୍ତ କରିବାର ପ୍ରୟାସ ଗୋଲ ମାଧ୍ୟମରେ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଦକ୍ଷତା ବିକାଶ ଓ ଉଦ୍ୟଗିତା କାର୍ଯ୍ୟ ହାତକୁ ନିଆଯିବ । ଗୋଲ-2ରେ ଏହି ବର୍ଗର ଯୁବକଯୁବତୀଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରାଯିବ । ଅଭିଜ୍ଞ ସେଂଟର ମାନଙ୍କ ଦ୍ୱାରା 5000 ଯୁବକଯୁବତୀଙ୍କୁ ଗୋଲ ପ୍ରଥମ ପର୍ଯ୍ୟାୟରେ ଦିଗ ଦର୍ଶନ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ ।

ଏାହି କାର୍ଯ୍ୟକ୍ରମରେ 5000 ଆଦିବାସୀ ଯୁବକଯୁବତୀ ବିଭିନ୍ନ ବିଷୟରେ ବିଶେଷଜ୍ଞମାନେ ତାଲିମ ଓ ପ୍ରଶିକ୍ଷଣ ଦେବେ । ସେହି ଶିକ୍ଷାର୍ଥୀଙ୍କୁ ମେଂଟି କୁହାଯିବ । ପ୍ରତି ଦୁଇ ଜଣ ମେଂଟିଙ୍କ ପାଇଁ ଜଣେ ମେଂଟର ରହିବେ । ଦୂରଦୂରାନ୍ତ ଓ ଅରଣ୍ୟ ଅଂଚଳରେ ଥିବା ଯୁବକଯୁବତୀମାନଙ୍କୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଏହି ସବୁ ପ୍ରଶିକ୍ଷଣ ଓ ତାଲିମ ଦିଆଯିବ ।

ଗୋଲ (ଗୋଇଂ ଅନ ଲାଇନ ଅନ ଲିଡର୍ସ ) ଆଦିବାସୀ ମନ୍ତ୍ରଣାଳୟ ଓ ଫେସବୁକର ଏକ ମିଳିତ ଉପକ୍ରମ ।

ଏଥିରେ ସଂପୃକ୍ତ 5000  ଆଦିବାସୀଙ୍କ ମଧ୍ୟରେ ଉଦ୍ୟୋଗୀ, ପେସାଦାର କାରିଗର ଓ ଶିଳ୍ପୀଙ୍କୁ ଡିଜିଟାଲ ଉଦ୍ୟଗିତା କାର୍ଯ୍ୟକ୍ରମରେ ଡିଜିଟାଲ ସ୍କିଲ ବିକାଶ ପାଇଁ ତାଲିମ ଦିଆଯିବ ।

ଇିଭିନ୍ନ ଯୋଜନା ଏବଂ ରାଜ୍ୟ ସରକାରଙ୍କ କେତେକ ଅଗ୍ରଣୀ ଯୋଜନା ସହ ଏହି  କାର୍ଯ୍ୟକ୍ରମକୁ ସମନ୍ୱିତ କରାଯିବ । ମେଂଟିମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଏବଂ ଆଭ୍ୟନ୍ତର ଓ ବାହ୍ୟ କରିବେଶ, ପରିସ୍ଥିତି ସହ ଅବଗତ କରାଇ ସେମାନଙ୍କ ଜ୍ଞାନ ପରିସହ ବଢାଇବାର ମଧ୍ୟ ବ୍ୟବସ୍ଥା ହୋଇଛି ।

 

**********



(Release ID: 1624243) Visitor Counter : 255