ପର୍ଯ୍ୟଟନ ମନ୍ତ୍ରଣାଳୟ

ପର୍ଯ୍ୟଟନ ମନ୍ତ୍ରଣାଳୟ 'ଦେଖୋ ଅପନା ଦେଶ' ଶୃଙ୍ଖଳା ଅନ୍ତର୍ଗତ 'ମୈସୁର : କର୍ଣ୍ଣାଟକର ହସ୍ତ ଶିଳ୍ପର ବୈଭବ' ନାମକ ଏକ ୱେବିନାର ମାଧ୍ୟମରେ ମୈସୁରର ଶତାବ୍ଦୀ ପୁରୁଣା କାରିଗରୀକୁ ପରିଚିତ କରାଇଲା

Posted On: 15 MAY 2020 1:02PM by PIB Bhubaneshwar

ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ପ୍ରଦର୍ଶନ କରିବା ଏବଂ ପର୍ଯ୍ୟଟକ ତଥା ପର୍ଯ୍ୟଟକଙ୍କୁ ଏହାର ଅନୁଭବ କରାଇବା ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ 'ଦେଖୋ ଅପନା ଦେଶ' ଶୃଙ୍ଖଳାରେ 'ମୈସୁର : କର୍ଣ୍ଣାଟକର କ୍ରାଫ୍ଟ କାରାଭାନ୍' ଶୀର୍ଷକ ଏକ ୱେବିନାର ଆରମ୍ଭ କରିଛି ଏହା  ମାଧ୍ୟମରେ ମୈସୁର ସହର ଆଖପାଖରେ ଶତାବ୍ଦୀ ଶତାବ୍ଦୀ ଧରି ପ୍ରଷ୍ପୁଟିତ ହୋଇ ଉଠିଥିବା ଚାନ୍ନାପାଟନା ଖେଳନା,ରୋଜୱୁଡ୍ ଇନଲେ କ୍ରାଫ୍ଟ ନାମକ ଶିଳ୍ପର ଏକ ଚିତ୍ତାକର୍ଷକ ଯାତ୍ରା ପ୍ରଦାନ କରିଥିଲା

ମେ 14, 2020ରେ, 'ଦେଖୋ ଅପନା ଦେଶ' ୱେବିନାର୍ ସିରିଜର 19ତମ ଅଧିବେଶନକୁ, ବାଙ୍ଗାଲୋରର NIFT ର ନିର୍ଦ୍ଦେଶକ ସୁଶ୍ରୀ ସୁଜାନ୍ ଥୋମାସ୍, ବେଙ୍ଗାଲୁରୁର NIFT ଅଧ୍ୟାପକ ଡକ୍ଟର ୟତିନ୍ଦ୍ର ଲକ୍କାନା ଏବଂ NIFT ବାଙ୍ଗାଲୋରର ସୁଶ୍ରୀ ଶିଳ୍ପା ରାଓଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ସେମାନେ ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧି ଏବଂ ହସ୍ତଶିଳ୍ପ ପର୍ଯ୍ୟଟନକୁ ନେଇ ଏକ ବିକଳ୍ପ ଗାଥାର ନିର୍ମାଣ ତଥା ପର୍ଯ୍ୟଟନ ମାନଚିତ୍ରରେ ସ୍ୱଦେଶୀ ହସ୍ତଶିଳ୍ପକୁ ସ୍ଥାନିତ କରିବାରେ ସାହାୟତା କରିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି। ଉପସ୍ଥାପନାରେ ମୈସୁର ଯାତ୍ରା କରୁଥିବା ଭ୍ରମଣକାରୀଙ୍କ ପାଇଁ ଏକ ପରଦା ପଛର କାହାଣୀ ମଧ୍ୟ ଉପସ୍ଥାପିତ ହୋଇଛି, ମୈସୁରର ବିଭିନ୍ନ ଶିଳ୍ପୀମାନଙ୍କ ସହର ଏବଂ ଗ୍ରାମ, ଯେଉଁମାନେ ମୈସୁରର ବିଭିନ୍ନ ହସ୍ତଶିଳ୍ପର ରୂପକୁ  ସଂରକ୍ଷିତ କରି ରଖିଛନ୍ତି ଏବଂ ତାହାର ପରିପୋଷଣ କରିବାରେ ସାହାଯ୍ୟ କରିଥିବା ଶିଳ୍ପୀମାନଙ୍କର  ସହର ଏବଂ ଗ୍ରାମ ପରିଦର୍ଶନ କରିବାର ସୁଯୋଗ ସୃଷ୍ଟି କରାଯାଇଛି  

ହସ୍ତଶିଳ୍ପ ନା କେବଳ ଭାରତର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିର ଅନ୍ତରଙ୍ଗ ଅଂଶ ନୁହେଁ, ବରଂ ସେମାନେ ଭାରତର ଅର୍ଥନୀତିର କେନ୍ଦ୍ରୀୟ ଅଂଶ ମଧ୍ୟ ହୋଇପାରନ୍ତି ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭରଶୀଳ ଭାରତ'ର ଆବେଦନକୁ ଧ୍ୟାନରେ ରଖି ଶିଳ୍ପ ପର୍ଯ୍ୟଟନର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟାବରଣ ଚିନ୍ତା ସହିତ ବୁଝାମଣା ବିନା ସମ୍ପ୍ରଦାୟକୁ ସାହାଯ୍ୟ କରିବା, ରୋଜଗାର ଯୋଗାଇବା ଏବଂ ସାମାଜିକ ଏକୀକରଣକୁ ପ୍ରୋତ୍ସାହିତ କରିବା ଏବଂ ଏହିପରି ପର୍ଯ୍ୟଟକମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବା। ଭାରତର ପାରମ୍ପରିକ ହସ୍ତଶିଳ୍ପ ଗ୍ରାମ ଏବଂ ସହରଗୁଡ଼ିକୁ ଏକ ଆର୍ଥିକ ମହା ଶକ୍ତିରେ ପରିଣତ କରିବାର କ୍ଷମତା ରଖିଛି

ଏପ୍ରିଲ୍ 14, 2020ରେ ଆରମ୍ଭ ହୋଇଥିବା 'ଦେଖୋ ଅପନା ଦେଶ' ୱେବିନାର୍ ସିରିଜ୍ ଏପର୍ଯ୍ୟନ୍ତ 19ଟି ଅଧିବେଶନ ପରିଚାଳନା କରିଛି, ଯେଉଁଥିରେ ଦେଶର ବିବିଧ ପର୍ଯ୍ୟଟନ ଉତ୍ପାଦ ଏବଂ ଅନୁଭବ ଗୁଡିକୁ ପ୍ରଦର୍ଶିତ କରାଯାଇଛି। ଯାହାକୁ ଭାରତ ସାରା ଦେଶରେ ପ୍ରଦାନ କରିଥାଏ | ଏପର୍ଯ୍ୟନ୍ତ 86456 ଲୋକ ଏହାକୁ ଦେଖିଛନ୍ତି

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ଦ୍ବାରା ପ୍ରତିଷ୍ଠା  ହୋଇଥିବା ଜାତୀୟ ଇ-ଗଭର୍ନାନ୍ସ ଡିଭିଜନ୍ (NEDG) ଏକ ବୃତ୍ତିଗତ ଦଳ ପ୍ରତ୍ୟକ୍ଷ ବୈଷୟିକ ସହାୟତା ଯୋଗାଇ ୱେବିନାର୍ କାର୍ଯ୍ୟରେ ମନ୍ତ୍ରଣାଳୟକୁ ସହାୟତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏହିପରି ଡିଜିଟାଲ୍ ଅଭିଜ୍ଞତା ପ୍ଲାଟଫର୍ମ ବ୍ୟବହାର କରି ସମସ୍ତ ହିତଧାରକଙ୍କ ସହିତ ପ୍ରଭାବଶାଳୀ ନାଗରିକ ସମର୍ଥନ ଏବଂ ଯୋଗାଯୋଗ ସୁନିଶ୍ଚିତ କରୁଛି

ଭାରତ ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ, mygov.inରେ 'ଦେଖୋ ଅପନା ଦେଶ' ଲୋଗୋ ଡିଜାଇନ୍ ପ୍ରତିଯୋଗିତା ମାଧ୍ୟମରେ ଦେଶର ନାଗରିକଙ୍କ ସୃଜନଶୀଳ ଇନପୁଟ୍ ଉପରେ ଆଧାରିତ ଏକ ଲୋଗୋ ପ୍ରସ୍ତୁତ କରି 'ଦେଖୋ ଆପ୍ନା ଦେଶ' ଅଭିଯାନ ପାଇଁ ଏକ ନିଆରା ବ୍ରାଣ୍ଡ ପରିଚୟ ଅନୁସନ୍ଧାନ କରୁଛି। ଏହି ପ୍ରତିଯୋଗିତା 16 ମଇ 2020 ରେ ବନ୍ଦ ହେବ।

ୱେବିନାର ଅଧିବେଶନ ଗୁଡିକ ବର୍ତ୍ତମାନ https:// www. You tube.com/channel/UCbzIbBmMvtvH7d6Zo_ZEHDA//featuredରେ ଉପଲବ୍ଧ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ସମସ୍ତ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ଉପଲବ୍ଧ ହେଉଛି

ୱେବିନିନାରର ପରବର୍ତ୍ତୀ ଏପିସୋଡ୍ 16 ମଇ 2020ରେ ସକାଳ11ଟା ସମୟରେ ନିର୍ଦ୍ଧାରିତ ହୋଇଛି ଯାହାର ଶୀର୍ଷକ ହେଉଛି  ଉତ୍ତରାଖଣ୍ଡ : ସରଳ(ସିମ୍ପଲି)ସ୍ୱର୍ଗ ନାମରେ ନିର୍ମିତ ହୋଇଛି ପଞ୍ଜୀକରଣ ଲିଙ୍କ୍: https://bit.ly/UttarakhandDAD

 

**********



(Release ID: 1624224) Visitor Counter : 220