ରେଳ ମନ୍ତ୍ରଣାଳୟ
ଭାରତୀୟ ରେଳବାଇର ଶ୍ରମିକ ସ୍ପେଶାଲ ଟ୍ରେନ 15 ଦିନରୁ କମ ସମୟରେ 10 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନିଜ ରାଜ୍ୟରେ ପହଁଚାଇଛି
• ମେ’ 14 ପର୍ଯ୍ୟନ୍ତ ରେଳବାଇ ଦେଶବ୍ୟାପୀ ଚଳାଇଛି 800 ଶ୍ରମିକ ସ୍ପେଶାଲ ଟ୍ରେନ
• ଯାତ୍ରୀଙ୍କୁ ଯୋଗାଇ ଦିଆଯାଇଛି ମାଗଣା ଖାଦ୍ୟ ଓ ପାନୀୟ
प्रविष्टि तिथि:
14 MAY 2020 3:06PM by PIB Bhubaneshwar
ଭାରତୀୟ ରେଳବାଇ ମାତ୍ର 15 ଦିନରୁ କମ ସମୟ ମଧ୍ୟରେ ଶ୍ରମିକ ଏକ୍ସପ୍ରେସ ଯୋଗେ ଦେଶର ବିଭିନ୍ନ ସ୍ଥାନରେ ଲକ୍ ଡାଉନ ଯୋଗୁଁ ଅଟକି ରହିଥିବା 10 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନିଜନିଜ ରାଜ୍ୟରେ ପହଁଚାଇ ଏକ୍ଷେତ୍ରରେ ଏକ ମାଇଲଖୁଂଟ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ଦେଶବ୍ୟାପୀ 800 ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିଛି । ସାମାଜିକ ନିରାପତ୍ତା ରକ୍ଷା ସହିତ ସବୁ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରାଯାଇ ଏହି ସ୍ୱତନ୍ତ୍ର ପରିବହନ କାର୍ଯ୍ୟ କରାଯାଇଛି । ଯାତ୍ରା ସୟମରେ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ମାଗଣାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛି ।
ଯାତ୍ରୀଙ୍କୁ ନେବା ଓ ପଠାଇବା ଦାୟିତ୍ୱରେ ଥିବା ସଂପୃକ୍ତ ରାଜ୍ୟଙ୍କ ଅନୁମତି ତଥା ସହଯୋଗ କ୍ରମେ ଏହି ଶ୍ରମିକ ସ୍ୱେଶାଲ ଟ୍ରେନ ଚଳାଚଳ କରୁଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତିକ୍ରମେ ମେ’ ପହିଲା ଶ୍ରମିକ ଦିବସରୁ ଏହି ସ୍ୱତନ୍ତ୍ର ଯାତ୍ରୀ ପରିବହନ ସେବା ଆରମ୍ଭ ହୋଇଛି ।
ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଂଗ ଆଦି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳ ଜାମ୍ମୁ-କାଶ୍ମୀରରେ ଏସବୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲା ।
**********
(रिलीज़ आईडी: 1623963)
आगंतुक पटल : 308
इस विज्ञप्ति को इन भाषाओं में पढ़ें:
Tamil
,
Telugu
,
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Malayalam