ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ପରାମର୍ଶକୁ ପାଳନ କଲା ସିବିଏସଇ
• ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଣି ଥରେ ସ୍କୁଲଭିତ୍ତିକ ପରୀକ୍ଷା ଦେବାକୁ ଦିଆଯିବ ସୁଯୋଗ
Posted On:
14 MAY 2020 7:32PM by PIB Bhubaneshwar
କୋଭିଡ଼-19 ମହାମାରୀ ଯୋଗୁ ସାରା ଦେଶରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ପରିସ୍ଥିତି ଦୃଷ୍ଟିରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ)କୁ ଦେଇଥିବା ପରାମର୍ଶକୁ ପରିଷଦ ଗ୍ରହଣ କରିଛି । ମନ୍ତ୍ରୀ ଶ୍ରୀ ପୋଖରିଆଲ ସିବିଏସଇକୁ ପରାମର୍ଶ ଦେଇଥିଲେ ଯେ, ନବମ ଏବଂ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଯେଉଁମାନେକି ବାର୍ଷିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ସ୍କୁଲଭିତ୍ତିକ ପରୀକ୍ଷା ଦେବାର ସୁଯୋଗ ଦିଆଯାଉ । ସେମାନେ ଚାହିଁଲେ ଉଭୟ ଅନଲାଇନ୍ କିମ୍ବା ଅଫ୍ ଲାଇନ୍ ପରୀକ୍ଷା ଦେଇପାରିବେ । ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ସିବିଏସଇ ଏହି ପରିପ୍ରେକ୍ଷୀରେ ବିଜ୍ଞପ୍ତି ଜାରି କରିଛି ।
ମନ୍ତ୍ରୀ ଶ୍ରୀ ପୋଖରିଆଲ ସିବିଏସଇକୁ ଦେଇଥିବା ପରାମର୍ଶରେ ଉଲ୍ଲେଖ କରିଥିଲେ ଯେ, ମୁଁ ସିବିଏସଇ ପାଠ୍ୟକ୍ରମ ପରିଚାଳନା କରୁଥିବା ସମସ୍ତ ବିଦ୍ୟାଳୟଙ୍କୁ ପରାମର୍ଶ ଦେଇଛି ଯେ ସେମାନେ ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁଣି ଥରେ ସ୍କୁଲଭିତ୍ତିକ ପରୀକ୍ଷା ଦେବାର ସୁଯୋଗ ପ୍ରଦାନ କରନ୍ତୁ । ସେମାନେ ଏହି ପରୀକ୍ଷା ଅନ୍ ଲାଇନ୍/ ଅଫ୍ ଲାଇନ୍ରେ ଦେଇପାରିବେ ।
ସିବିଏସଇ ତାଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶ ଏବେ କୋଭିଡ଼-19 ବିରୋଧରେ ସଂଗ୍ରାମ ଜାରି ରଖିଛି । ଏହା ଏକ ଅଭୂତପୂର୍ବ ପରିସ୍ଥିତି । ପିଲାମାନେ ନିଜ ନିଜର ଘରେ ଆବଦ୍ଧ ହୋଇ ରହିଛନ୍ତି । ସେମାନଙ୍କର ସ୍କୁଲ ବନ୍ଦ୍ ହୋଇଯାଇଛି । ସେମାନେ ଢ଼େର୍ ମାନସିକ ଦୁଶ୍ଚିନ୍ତା ତଥା ଉଦ୍ବେଗ ସ୍ଥିତିରେ ଅଛନ୍ତି । ସେମାନଙ୍କର ମାତାପିତାମାନେ ମଧ୍ୟ ନିଜର ବେତନ ଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତାରେ ଅଛନ୍ତି । ଏଭଳି ଜଟିଳ ସମୟରେ, ପିଲାମାନେ ଯେଉଁମାନେ ସେମାନଙ୍କର ବାର୍ଷିକ କକ୍ଷ ଉତ୍ତୀର୍ଣ୍ଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନାହାନ୍ତି ତାହା ସେମାନଙ୍କ ଦୁଶ୍ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସେମାନେ ସିବିଏସଇ ଠାରୁ ନିରବଚ୍ଛିନ୍ନ ଭାବେ ଏ ସଂପର୍କରେ ପଚାରି ବୁଝୁଛନ୍ତି । ସେମାନଙ୍କର ମାତାପିତାମାନେ ମଧ୍ୟ ସେମାନଙ୍କର ସଂଶୟ ନେଇ ସଦାବେଳେ ସିବିଏସଇ ଠାରୁ ସଂସୟ ଦୂର ଜନିତ ଉତ୍ତର ପାଉଛନ୍ତି । ଏଭଳି ଜଟିଳ ସମୟରେ, ଆମେମାନେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ଉଚିତ ଯେ ଯେପରି ଛାତ୍ରଛାତ୍ରୀମାନେ କୌଣସି ମାନସିକ ଚାପରେ ନରହନ୍ତି ଏବଂ ସେମାନଙ୍କର ମାନସିକ ଉଦବିଘ୍ନ ସ୍ଥିତି କିଭଳି ଦୂର କରାଯାଇପାରିବ ସେଥି ଘେନି ମଧ୍ୟ ପ୍ରୟାସ କରାଯିବା ଉଚିତ ।
ସିବିଏସଇ ଏହି ପରିପ୍ରେକ୍ଷୀରେ ମାତାପିତା ତଥା ଛାତ୍ରଛାତ୍ରୀମାନଙ୍କ ଠାରୁ ପାଇଥିବା ଅନୁରୋଧ କ୍ରମେ, ଏଭଳି ଅପ୍ରତ୍ୟାଶିତ ପରିସ୍ଥିତିରେ ଥରକ ପାଇଁ ହୋଇଥିବା ବ୍ୟବସ୍ଥା ଅନୁସାରେ, ନିଷ୍ପତ୍ତି ଗ୍ରହଣ କରିଛନନ୍ତିଯେ ନବମ ଏବଂ ଏକାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଯେଉଁମାନେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ଆଉ ଥରେ ସୁଯୋଗ ପ୍ରଦାନ କରାଯିବ ଏବଂ ସେମାନେ ସ୍କୁଲଭିତ୍ତିକ ପରୀକ୍ଷା ଆଉ ଥରେ ଦେଇପାରିବେ । ଏହି ସୁଯୋଗ ସେମାନଙ୍କର ପରୀକ୍ଷା ଶେଷ ହୋଇଥାଉ ଅବା ନଥାଉ, ପରୀକ୍ଷା ଫଳ ପ୍ରକାଶ ପାଇଥାଉ କିମ୍ବା ନଥାଉ ଅବା ସେମାନଙ୍କର ପରୀକ୍ଷା ସଂପୂର୍ଣ୍ଣ ହୋଇଥାଉ ବା ନଥାଉ, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ । ଏହି ବ୍ୟବସ୍ଥା କୌଣସି ବିଷୟ ସଂଖ୍ୟ କିମ୍ବା ପ୍ରୟାସ ବ୍ୟତିରେକ କାର୍ଯ୍ୟକାରୀ କରାଯିବ ।
ସେଭଳି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟମାନେ ସବୁପ୍ରକାର ରିମେଡ଼ିଆଲ ସୁଯୋଗ ପ୍ରଦାନ କରିବେ ଏବଂ ଅନଲାଇନ/ ଅଫ୍ ଲାଇନ/ ଅଭିନବ ଉପାୟରେ ପରୀକ୍ଷା ସଂପାଦନ କରିବେ । ସେମାନଙ୍କର ପରୀକ୍ଷା ଆଧାରରେ ବିଦ୍ୟାଳୟମାନେ ସେହିସବୁ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଉତ୍ତୀର୍ଣ୍ଣ କରିବାକୁ ସିଦ୍ଧାନ୍ତ ନେବେ । ଏହି ପରୀକ୍ଷା ସମସ୍ତ ବିଷୟ ପାଇଁ ହେବ ଯେଉଁଥିରେ କି ଛାତ୍ରଛାତ୍ରୀମାନେ ଫେଲ୍ ହୋଇଥିବେ । ଏହି ପରୀକ୍ଷା କରିବା ପୂର୍ବରୁ ବିଦ୍ୟାଳୟମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବେ । ତେଣୁ ସିବିଏସଇ ସହ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟ ଏହି ସୁଯୋଗ ନବନ ଓ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏବଂ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ । ପୁଣି ଥରେ ଏହି ନିର୍ଦ୍ଦେଶ ଦୋହରାଯାଉଛି ଯେ ଏହି ସୁଯୋଗ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ଯଦ୍ୟପି ସେମାନଙ୍କୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ପ୍ରଦାନ କରାଯାଇଥାଏ,ତଥାପି ସେମାନେ ତାହା ପାଇବାକୁ ଯୋଗ୍ୟ ।
ଏଭଳି ଗୋଟିଏ ଥରର ସୁଯୋଗ ଚଳିତ ବର୍ଷର ଅଭୂତପୂର୍ବ କୋଭିଡ଼-19 ପରିସ୍ଥିତି ଯୋଗୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଛି । ଏହା କେବଳ ଗୋଟିଏ ଥର ପାଇଁ ପ୍ରଦାନ କରାଯାଉଥିବା ସୁଯୋଗ ଏବଂ ଭବିଷ୍ୟତରେ ତାହା ଆଉ ବଢ଼ାଯିବ ନାହିଁ ।
**********
(Release ID: 1623962)
Visitor Counter : 225