ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ୱେବିନାର ଜରିଆରେ ସାରା ଦେଶର ଶିକ୍ଷକମାନଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ

• ନବୋଦୟ ବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା ପୂରଣ କରିଥିବା ଶିକ୍ଷକମାନଙ୍କୁ ଲକଡାଉନ ପରେ ମିଳିବ ନିଯୁକ୍ତି : ରମେଶ ପୋଖରିୟାଲ ‘ନିଶଙ୍କ’
• ଖୁବଶୀଘ୍ର ଜାତୀୟ ଯୋଗ୍ୟତା ପରୀକ୍ଷା (ଏନଇଟି) 2020ର ତାରିଖ ଘୋଷଣା କରାଯିବ : ଶ୍ରୀ ପୋଖରିୟାଲ

प्रविष्टि तिथि: 14 MAY 2020 5:34PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ୱେବିନାର ଜରିଆରେ ସାରା ଦେଶର ଶିକ୍ଷକମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ‘ଆଚାର୍ଯ୍ୟ ଦେବୋ ଭବ’ର ବାର୍ତ୍ତା ଦେଇଥିଲେ। ଛାତ୍ରଛାତ୍ରୀ ଏବଂ ସମାଜରେ କୋଭିଡ-19 ସଂକ୍ରାନ୍ତ ସଚେତନତା ସୃଷ୍ଟି କରିବା ଲାଗି ସେ ଶିକ୍ଷକ ସମୁଦାୟ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ୱେବିନାରରେ ବହୁସଂଖ୍ୟକ ଶିକ୍ଷକ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ।

ଏହି ୱେବିନାର ଅବସରରେ ଶିକ୍ଷକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଦୁଇଟି ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ ଖୁବଶୀଘ୍ର ଏନଇଟି-2020ର ତାରିଖ ଘୋଷଣା କରାଯିବ। ଦ୍ବିତୀୟରେ ମନ୍ତ୍ରୀ ସୂଚନା ଦେଇଥିଲେ ଯେ ନବୋଦୟ ବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା ପୂରଣ କରିସାରିଥିବା ଶିକ୍ଷକମାନଙ୍କୁ ଲକଡାଉନ ପରେ ନିଯୁକ୍ତି ପ୍ରଦାନ କରାଯିବ

ଏହି ଅବସରରେ ମନ୍ତ୍ରୀ ସମସ୍ତ ଶିକ୍ଷକମାନଙ୍କୁ ଲକଡାଉନ କାଳରେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବା ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ କଲ୍ୟାଣ ସୁନିଶ୍ଚିତ କରିବା ଲାଗି ଆହ୍ବାନ କରିଥିଲେ। ଶିକ୍ଷକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରୀୟ ବିଦ୍ୟାଳୟରେ 8 ହଜାର, ନବୋଦୟ ବିଦ୍ୟାଳୟରେ ପାଖାପାଖି 2500 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଆହୁରି କହିଥିଲେ ଯେ ବିଶ୍ବବିଦ୍ୟାଳୟଗୁଡ଼ିକରେ 12 ହଜାରରୁ ଅଧିକ ଅଧ୍ୟାପକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଆମ ସରକାର ସମସ୍ତ ଶିକ୍ଷକ ପଦବୀ ପୂରଣ କରିବା ଦିଗରେ ଯତ୍ନବାନ ରହିଛନ୍ତି ଏବଂ ମନ୍ତ୍ରଣାଳୟ ପକ୍ଷରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଶ୍ରୀ ପୋଖରିୟାଲ ଆହୁରି କହିଥିଲେ ଯେ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ବର୍ତ୍ତମାନ ପ୍ରାୟତଃ ପ୍ରସ୍ତୁତ ହୋଇ ଜାରି ରହିଛି ଏବଂ ଲକ୍ଷାଧିକ ଶିକ୍ଷକ ଏଥିପାଇଁ ପ୍ରଶିକ୍ଷଣ ଲାଭ କରୁଛନ୍ତି

 

************


(रिलीज़ आईडी: 1623857) आगंतुक पटल : 247
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Punjabi , Tamil , Telugu , Kannada , Malayalam