ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳ ଦ୍ଵାରା ମେ’ 13 ସୁଦ୍ଧା ଦେଶବ୍ୟାପୀ 642 “ଶ୍ରମିକ ସ୍ଵତନ୍ତ୍ର” ଟ୍ରେନ ଚଳାଚଳ

• ପାଖାପାଖି 7.90 ଲକ୍ଷ ଯାତ୍ରୀ ସେମାନଙ୍କ ଘରେ ପହଞ୍ଚିଛନ୍ତି
• ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛି
• କେବଳ ଯାତ୍ରୀ ପଠାଉଥିବା ଏବଂ ଗ୍ରହଣ କରୁଥିବା ରାଜ୍ୟ ଦ୍ଵାରା ସମ୍ମତି ଆଧାରରେ ହେଉଛି ରେଳ ଚଳାଚଳ

Posted On: 13 MAY 2020 5:15PM by PIB Bhubaneshwar

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାନୁସାରେ ବିଭିନ୍ନ ସ୍ଥାନରେ ଅସହାୟ ଭାବେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କ ଯାତାୟାତ  ପାଇଁ ଭାରତୀୟ ରେଳ ମନ୍ତ୍ରଣାଳୟ “ଶ୍ରମିକ ସ୍ଵତନ୍ତ୍ର” ଟ୍ରେନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନେଇଥିଲା ।  

ମେ’ 13, 2020 ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ 642ଟି “ଶ୍ରମିକ ସ୍ଵତନ୍ତ୍ର” ଟ୍ରେନ ଚଲାଯାଇଛି । ଏହାଦ୍ଵାରା ପାଖାପାଖି 7.90 ଲକ୍ଷ ଯାତ୍ରୀ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚିପାରିଛନ୍ତି । କେବଳ ଯାତ୍ରୀ ପଠାଉଥିବା ଏବଂ ଗ୍ରହଣ କରୁଥିବା ରାଜ୍ୟ ଦ୍ଵାରା ସମ୍ମତି ଆଧାରରେ ଏହି ରେଳ ଚଳାଚଳ କରୁଛି ।

ଏହି 642ଟି ଟ୍ରେନ ମଧ୍ୟରୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ 38ଟି ଟ୍ରେନ ପହଞ୍ଚିସାରିଛି । ସେହିଭଳି ଆନ୍ଧ୍ରପ୍ରଦେଶରେ 3ଟି, ବିହାରରେ 169ଟି, ଛତିଶଗଡରେ 6ଟି, ହିମାଚଳପ୍ରଦେଶରେ ଗୋଟିଏ, ଜମ୍ମୁ-କଶ୍ମୀରରେ 3ଟି, ଝାଡଖଣ୍ଡରେ 40ଟି, କର୍ଣ୍ଣାଟକରେ ଗୋଟିଏ, ମଧ୍ୟପ୍ରଦେଶରେ 53ଟି, ମହାରାଷ୍ଟ୍ରରେ 3ଟି, ମଣିପୁରରେ ଗୋଟିଏ, ମିଜୋରାମରେ ଗୋଟିଏ, ରାଜସ୍ଥାନରେ 8ଟି, ତାମିଲନାଡୁରେ ଗୋଟିଏ, ତେଲଙ୍ଗାନାରେ ଗୋଟିଏ, ତ୍ରିପୁରାରେ ଗୋଟିଏ, ଉତ୍ତରପ୍ରଦେଶରେ 301ଟି, ଉତ୍ତରାଖଣ୍ଡରେ 4ଟି ଓ ପଶ୍ଚିମବଙ୍ଗରେ 7ଟି ଟ୍ରେନ ପହଞ୍ଚି ସାରିଛି ।

ଟ୍ରେନ ପହଞ୍ଚିବା ପୂର୍ବରୁ ଯାତ୍ରୀମାନଙ୍କ ସଠିକ ସ୍କ୍ରିନିଂ ସୁନିଶ୍ଚିତ କରାଯାଉଛି ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଏବଂ ପାଣି  ଦିଆଯାଉଛି  

 

**********



(Release ID: 1623700) Visitor Counter : 201