ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ସିସିଟିଭି ଏବଂ ଲକଡାଉନ ପାସ ସହିତ ଦେରାଡୁନ ସ୍ମାର୍ଟ ସିଟିର କୋଭିଡ-19 ମୁକାବିଲା

Posted On: 11 MAY 2020 1:32PM by PIB Bhubaneshwar

କୋଭିଡ-19କୁ ଯାଞ୍ଚ ଏବଂ ନିରୀକ୍ଷଣ କରିବା ଲାଗି ଇଣ୍ଟିଗ୍ରେଟେଡ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟରକୁ ଦେରାଡୁନ ସ୍ମାର୍ଟ ସିଟି ଲିମିଟେଡ (ଡିଏସସିଏଲ) ବ୍ୟବହାର କରିଛି | କୋଭିଡ-19 ଲଢେଇ ପାଇଁ ଆବଶ୍ୟକ ଯୋଜନା ଏବଂ ପରିଚାଳନାରେ ଜିଲ୍ଲା ପ୍ରଶାସନ ସହଯୋଗରେ ଡିଏସସିଏଲ କର୍ତ୍ତୃପକ୍ଷ କାର୍ଯ୍ୟ କରୁଛନ୍ତି ଏଚପିଇ, ଏସଜିଏଲ ଏବଂ ୱେବ ଲାଇନ ଟେକ୍ନୋଲୋଜି ସହଭାଗୀତାରେ ଭିଡିଓ ଏବଂ ଟେଲି କନଫରେନ୍ସିଂ ମାଧ୍ୟମରେ ଡିଏସସିଏଲ ଓ ଜିଲ୍ଲା ପ୍ରଶାସନ ଦୂରଦୂରାନ୍ତରେ ନିୟୋଜିତ ହୋଇ କାର୍ଯ୍ୟ ସମ୍ପାଦନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି

ଇଣ୍ଟିଗ୍ରେଟେଡ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର

ଦେରାଡୁନ ସ୍ମାର୍ଟ ସିଟି ଲିମିଟେଡ ହସ୍ପିଟାଲଗୁଡ଼ିକରେ ଥିବା କ୍ଵାରେଣ୍ଟାଇନ ୱାର୍ଡ ଉପରେ ନଜର ରଖିବା ପ୍ରକ୍ରିୟା ଆରମ୍ଭ କରିଛି ଡିଏସସିଏଲ ପୂର୍ବରୁ ଡୂନ, କରୋନେସନ, ଗାନ୍ଧୀ ଶତାବ୍ଦୀ ଏବଂ ଶୁଭର୍ତ୍ତି ହସ୍ପିଟାଲ ସହିତ ତାକଗେନ ହୋଟେଲରେ ସିସିଟିଭି ବ୍ୟବହାର କରି 24x7 ସୁରକ୍ଷା ଯୋଗାଉଛି ଯାହାଦ୍ୱାରା ଏକାନ୍ତବାସ/ଅବରୋଧ ଅଞ୍ଚଳରେ ସମାନ AI ଆଧାରିତ ଚେହେରା ଚିହ୍ନର ଭିଡିଓ ଫିଡ ICCC ରେ ଗଚ୍ଛିତ ହୋଇପାରିବ

ସିସିଟିଭି ସ୍ଥାପନ ଦ୍ଵାରା ସେବା ପ୍ରଦାନକାରୀଙ୍କ ସହିତ କ୍ଵାରେଣ୍ଟାଇନ ଅନ୍ତବାସୀଙ୍କ ନିରାପଦ ଏବଂ ସୁରକ୍ଷା ସୁନିଶ୍ଚିତ ହୋଇପାରୁଛି

ଜରୁରି ସେବା ଲକଡାଉନ ପାସ

 ଜରୁରି ସେବା ଲକଡାଉନ ପାସନାମକ ଏକ କମ୍ପ୍ୟୁଟର ଆପ୍ଲିକେସନକୁ ଦେରାଡୁନ ସ୍ମାର୍ଟ ସିଟି ବିକଶିତ କରିଛି ଯଦି କୌଣସି ନାଗରିକ ଲକଡାଉନ ସମୟରେ ଜରୁରିକାଳୀନ ସେବା ଚାହାଁନ୍ତି, ତେବେ ସେମାନେ ଏଥିପାଇଁ ପାସ ଆବେଦନ କରି ଏହାକୁ ଅନୁମୋଦନ କରାଇପାରିବେ ଏବଂ ତାପରେ ଜିଲ୍ଲା/ସହର ସ୍ତରରେ ଏହାକୁ ଜରୁରିକାଳୀନ/ବରିଷ୍ଠ ନାଗରିକଙ୍କ ପାଇଁ ଅତ୍ୟାବଶ୍ୟକ ସେବା, ଅନ୍ତିମ ସଂସ୍କାର, ଚିକିତ୍ସା ସେବା, ଖାଦ୍ୟ ଯୋଗାଣ ଏବଂ ଖାଦ୍ୟ ସାମଗ୍ରୀ ସେବା, ଘର ବିତରଣ, ଆଇଟି ଏବଂ ଟେଲିକମ୍ ସେବା ଇତ୍ୟାଦିରେ ବ୍ୟବହାର କରିପାରିବେ

ଜନସଚେତନତା ଅଭିଯାନ

ମୁନିସିପାଲିଟି କର୍ପୋରେସନ ଏବଂ ଅନ୍ୟାନ୍ୟ ସରକାରୀ ସେବା ଦ୍ଵାରା ପ୍ରଦାନ କରାଯାଇଥିବା ସେବାଗୁଡିକ ଉପରେ ଡେରାଡୁନ ସ୍ମାର୍ଟ ସିଟି ଜନ ସଚେତନତା ଅଭିଯାନ କରୁଛି ଡିଏସସିଏଲ ସମସ୍ତ ଯୋଜନା ସହାୟତାରେ ସହର ଲୋକଙ୍କୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ଯେପରିକି ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ହ୍ଵାଟ୍ସଅପ ମାଧ୍ୟମରେ ସଚେତନ କରାଉଛି ।

ଭିଏମଡି ମାଧ୍ୟମରେ ସଚେତନତା

ସହରର ଜଟିଳ ଛକ ଜାଗାଗୁଡିକରେ ଲଗାଯାଇଥିବା ଭେରିଏବଲ ମେସେଜିଂ ଡିସପ୍ଲେ (ଭିଏମଡି)ରେ ନାଗରିକମାନଙ୍କ ପାଇଁ କୋଭିଡ-19 ସଚେତନତା ବାର୍ତ୍ତା ପ୍ରକାଶିତ ହେଉଛି ପୋଲିସ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନକାରୀ ବିଭାଗର ଜରୁରିକାଳୀନ ନମ୍ବରକୁ ଭିଏମଡିରେ ପ୍ରଦର୍ଶନ କରାଯାଉଛି

 

**********



(Release ID: 1623033) Visitor Counter : 196