ପର୍ଯ୍ୟଟନ ମନ୍ତ୍ରଣାଳୟ

ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ଵାରା 'ନୀଲା ନଦୀ କୀ ଖୋଜ' ସଂପର୍କରେ 'ଦେଖୋ ଅପନା ଦେଶ' ୱେବିନାର ସିରିଜର 17 ତମ ଅଧିବେଶନର ଆୟୋଜନ

Posted On: 10 MAY 2020 7:55PM by PIB Bhubaneshwar

ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ଵାରା 9 ଏପ୍ରିଲ 2020ରେ ଆୟୋଜିତ ହୋଇଥିବା 'ନୀଲା ନଦୀ କୀ ଖୋଜ' ଶୀର୍ଷକରେ 'ଦେଖୋ ଅପନା ଦେଶ' ୱେବିନାର ସିରିଜର 17 ତମ ଅଧିବେଶନ ଆୟୋଜନ ହୋଇଥିଲା । ଏହି ଅଧିବେଶନର ଉଦ୍ଦେଶ୍ୟ ଯାତ୍ରୀଙ୍କ ପାଇଁ ସାର୍ଥକ ଯାତ୍ରା ଅନୁଭବକୁ ପ୍ରଦର୍ଶିତ କରୁଥିଲା, ଯେଉଁଥିରେ ଏଭଳି ସ୍ଥାନଗୁଡିକ ବିଷୟରେ ଆଲୋଚନା କରାଯାଉଥିଲା, ଯେଉଁଠାକୁ ଅପେକ୍ଷାକୃତ କମ୍ ଯାତ୍ରା ଅବା ଭ୍ରମଣ କରାଯାଇଛି ।

ବ୍ଲୁ ୟୋଣ୍ଡରର ପ୍ରତିଷ୍ଠାତା ଗୋପୀନାଥ ପାରାୟିଲ, ଲେଖକ ତଥା କଥାକାର ଅନୀତା ନାୟାର ଏବଂ ଇନଟାକ୍, ପାଲକ୍କଡ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ୱେବିନର୍, ଅଂଶଗ୍ରହଣକାରୀ ତଥା ଅନୁସନ୍ଧାନକାରୀଙ୍କ ପାଇଁ କେରଳରେ ଭାରତପୁଝା ନାମରେ ପସିଦ୍ଧ ନିଲାସୋ ନଦୀର ଉପକୂଳବର୍ତ୍ତୀ ଅଞ୍ଚଳର ଅଳ୍ପ ଜଣାଶୁଣା ସହର ଏବଂ ଗ୍ରାମ ପରିଦର୍ଶନ କରିବାକୁ ଅଂଶଗ୍ରହଣକାରୀଙ୍କୁ ଆଗେଇ ନେଇଥିଲା ଏବଂ ଅନନ୍ୟ ଅନୁଭୂତି ପ୍ରଦାନ କରିଥାଏ

'ନୀଲା ନଦୀ କୀ ଖୋଜ'ର କାହାଣୀ ଦାୟିତ୍ଵପୂର୍ଣ୍ଣ ପର୍ଯ୍ୟଟନ ନୀତିର ସିଦ୍ଧାନ୍ତକୁ ପ୍ରଦର୍ଶିତ କରିବା ଉପରେ ଆଧାରିତ ଥିଲା ଯାହାକି, ଏକ ସ୍ଥାନର ସ୍ଵତନ୍ତ୍ରତା, ସେଠାରେ ରହୁଥିବା ଲୋକଙ୍କ ନିଆରାପଣ ସଂପର୍କରେ ଅନୁସନ୍ଧାନ କରିବା ଏବଂ ସେଠାକୁ ଯାତ୍ରା କରୁଥିବା ଲୋକଙ୍କ ସହ ଅଂଶୀଦାର କରିଥାଏ ଉପସ୍ଥାପକମାନେ ସ୍ଥାନୀୟ ଖାଦ୍ୟ, ପର୍ବ, ପ୍ରକୃତି, ଭାସ୍କର୍ଯ୍ୟ, ଐତିହ୍ୟ ଏବଂ ସମ୍ପ୍ରଦାୟର ସଂରକ୍ଷଣ ପାଇଁ କଳାକୃତି, ପରମ୍ପରା ଏବଂ ସେମାନେ ପରିଦର୍ଶନ କରୁଥିବା ସ୍ଥାନ ବିଷୟରେ ମଧ୍ୟ କହିଥିଲେ ।

ୱେବିନରରେ ଯେଉଁ ସ୍ଥାନଗୁଡିକ ପ୍ରଦର୍ଶିତ କରାଯାଇଥିଲା ତାହା କେରଳର ପାଲକ୍କଡ, ତ୍ରିସୁର ଏବଂ ମାଲାପୁରମ୍ ଜିଲ୍ଲାରେ ଅବସ୍ଥିତ ଯେଉଁଠାକୁ କୋଏମ୍ବାଟୁର, କୋଚି ଏବଂ କୋଝିକୋଡେ ବିମାନବନ୍ଦର ଦେଇ ସହଜରେ ବିମାନ ଯୋଗେ ପହଞ୍ଚିହେବ ଏବଂ ରେଳ ଏବଂ ସଡକ ନେଟୱାର୍କ ଦ୍ୱାରା ଭଲ ଭାବରେ ଯୋଗାଯୋଗ ବ୍ୟବସ୍ଥା ଅଛି ।

ଦେଖୋ ଅପନା ଦେଶ ୱେବିନାର ସିରିଜ୍ ଲକ୍ଷ୍ୟ ରହିଛି ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବର୍ତ୍ତମାନର ଲକଡାଉନ୍ ଅବଧି ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପର୍ଯ୍ୟଟନ ଶିଳ୍ପର ହିତାଧାରକ ଏବଂ ଦେଶର ନାଗରିକଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି ଯାହା ଦ୍ଵାରା ଭ୍ରମଣ ପ୍ରତିବନ୍ଧକ ହଟାଯିବା ପରେ ସେମାନଙ୍କୁ ଭାରତ ମଧ୍ୟରେ ଭ୍ରମଣ କରିବା ପାଇଁ ଆଗ୍ରହ ରହିବ ଏହି ୱେବିନାର ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟନ ହିତଧାରକ, ଛାତ୍ର ଏବଂ ସାଧାରଣ ଲୋକ ସାମିଲ ହୋଇଥିଲେ

ୱେବିନାର ଅଧିବେଶନ ବର୍ତ୍ତମାନ https://www.youtube.com/channel/ UCbzIb BmMvtvH7d6Zo_ZEHDA/featuredରେ ଉପଲବ୍ଧ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉପଲବ୍ଧ

ଓଡିଶା ଭାରତର ଶ୍ରେଷ୍ଠ  ଗୁପ୍ତ ପଜଲ୍ ନାମକ ପରବର୍ତ୍ତୀ ୱେବିନର୍ ଆସନ୍ତା 12 ତାରିଖ ଦିନ 11ଟା ସମୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ https://bit.ly/OdishaDAD ପରିଦର୍ଶନ କରି ଏହି ଲିଙ୍କରେ ପଞ୍ଜିକୃତ ହୋଇପାରିବ

 

*****



(Release ID: 1622889) Visitor Counter : 197