ଶକ୍ତି ମନ୍ତ୍ରଣାଳୟ

ନିଜର ତିନୋଟି ବିଦ୍ୟୁତ ଷ୍ଟେସନରେ 100 ପ୍ରତିଶତ ପିଏଲଏଫ ହାସଲ କଲା ଏନଟିପିସି ସିପିଏସୟୁ

• ଲକଡାଉନ ସତ୍ତ୍ୱେ ଅସାଧାରଣ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କଲା ମହାରତ୍ନ କମ୍ପାନୀ

Posted On: 10 MAY 2020 5:05PM by PIB Bhubaneshwar

ବିଦ୍ୟୁତ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଭାରତର ସବୁଠୁ ବଡ଼ ବିଦ୍ୟୁତ ଉତ୍ପାଦକ କମ୍ପାନୀ ଏନଟିପିସି ଲିଃ 9 ମେ’ 2020ରେ ନିଜର ତିନୋଟି ବିଦ୍ୟୁତ ଷ୍ଟେସନ –ମଧ୍ୟପ୍ରଦେଶର ଏନଟିପିସି ବିନ୍ଧ୍ୟାଞ୍ଚଳ (4760 ମେଗାୱାଟ), ଓଡ଼ିଶାର ଏନଟିପିସି ତାଳଚେର କଣିହା (3000 ମେଗାୱାଟ) ଏବଂ ଛତିଶଗଡ଼ର ଏନଟିପିସି ସିପତ(2980 ମେଗାୱାଟ)ରେ 100 ପ୍ରତିଶତ ପିଏଲଏଫ ହାସଲ କରିଛି । କୋଭିଡ-19 ମହାମାରୀ କାରଣରୁ ଲକଡାଉନ ସତ୍ତ୍ୱେ କମ୍ପାନୀ ଅସାଧାରଣ ପରିଚାଳନାଗତ ଦକ୍ଷତା ଓ ସର୍ବୋତ୍ତମ କ୍ଷମତାର ଉପଯୋଗ ପ୍ରଦର୍ଶିତ କରିଛି ।

ଏଥିସହିତ ହିମାଚଳ ପ୍ରଦେଶରେ ଏନଟିପିସି କୋଲ୍ଡମ 20-21 ଆର୍ଥିକ ବର୍ଷ ଲାଗି ଦେଶର ସବୁଠୁ ଭଲ ଜଳ ବିଦ୍ୟୁତ ଷ୍ଟେସନ ଭାବେ ଉଭା ହୋଇଛି। ଏଥିପୂର୍ବରୁ 13 ଏପ୍ରିଲ 2020କୁ ଦେଶର ସବୁଠୁ ବଡ଼ ବିଦ୍ୟୁତ ଷ୍ଟେସନ ଏନଟିପିସି ବିନ୍ଧ୍ୟାଞ୍ଚଳ 100 ପ୍ରତିଶତରୁ ଅଧିକ ପିଏଲଏଫ ହାସଲ କରିଥିଲା ।

ବିଦ୍ୟୁତ ଉତ୍ପାଦନ ବ୍ୟତୀତ ଏନଟିପିସି ପକ୍ଷରୁ ସମାଜର ଅସହାୟ ଲୋକମାନଙ୍କୁ ରାସନ ଏବଂ ଚିକିତ୍ସା ସହାୟତା ଉପଲବ୍ଧ କରାଇବା, ପ୍ରବାସୀ ଶ୍ରମିକମାନଙ୍କ ସାମାଜିକ କଲ୍ୟାଣ ଗତିବିଧିକୁ ଆଗେଇ ନେବା ଦିଗରେ ଏନଟିପିସି ଉଲ୍ଲେଖନୀୟ ଯୋଗଦାନ ଦେଉଛି ।

 

************

 



(Release ID: 1622813) Visitor Counter : 162