ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ମାଲେରେ ପହଞ୍ଚିଲା ଅପରେସନ ସମୁଦ୍ର ସେତୁ ଆଇଏନଏସ ମଗର

ପୋଷ୍ଟ କରାଯିବା ଦିନାଙ୍କ: 10 MAY 2020 6:26PM by PIB Bhubaneswar

ମାଳଦ୍ଵୀପରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ନୌସେନାର ଅପରେସନ ସମୁଦ୍ର ସେତୁ ଅନ୍ତର୍ଗତ ଦ୍ଵିତୀୟ ନୌସେନା ଜାହାଜ  ମେ 10 ତାରିଖ, 2020ରେ ମାଲେ ବନ୍ଦରରେ ପହଞ୍ଚିଛି। ଏହି ଜାହାଜ ଜରିଆରେ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଏବଂ ସହଜରେ ଭାରତକୁ ଅଣାଯିବ। ଲ୍ୟାଣ୍ଡିଂ ଅପରେସନ ପାଇଁ ଡିଜାଇନ ହୋଇଥିବା ଆଇଏନଏସ ମଗର ମାଳଦ୍ଵୀପ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏହାର ବେସ ବନ୍ଦର କୋଚି ଠାରେ ସମସ୍ତ ଆବଶ୍ୟକ ଲଜିଷ୍ଟିକ, ମେଡ଼ିକାଲ ଓ ପ୍ରଶାସନିକ ପ୍ରସ୍ତୁତି କରିଥିଲା।

ସାମାଜିକ ଦୂରତା ସମେତ କୋଭିଡ-19 ସଂକ୍ରାନ୍ତ ସମସ୍ତ ସତର୍କତା ସୁନିଶ୍ଚିତ କରି ଏହି ଜାହାଜ 200 ନାଗରିକମାନଙ୍କୁ ଭାରତରୁ ଉଦ୍ଧାର କରି ଆଣିବ ଉଦ୍ଧାର ଲୋକମାନଙ୍କ ରହିବା ଲାଗି ଖାଦ୍ୟ ଏବଂ ୱାଶରୁମ ସହିତ ଅନ୍ୟାନ୍ୟ ଜରୁରି ସୁବିଧା ଥିବା ଏକ ସ୍ଵତନ୍ତ୍ର ବିଭାଗ ଏହି ଜାହାଜରେ ପ୍ରସ୍ତୁତ କରାଯାଇଛି ସେହିପରି ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ମେସ ପ୍ରସ୍ତୁତ ରଖାଯାଇଛି ଡାଇନିଂ ହଲ, ଗାଧୁଆ ଘର ଭଳି ସାଧାରଣ ସ୍ଥାନରେ ଭିଡ଼ ଏଡ଼ାଇବା ଲାଗି ଉଦ୍ଧାର ହେଉଥିବା ଲୋକମାନଙ୍କୁ ଭିନ୍ନ ଭିନ୍ନ ଦଳରେ ବିଭକ୍ତ କରିବା ଲାଗି ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ ଯେ ମାଳଦ୍ଵୀପରୁ ପ୍ରଥମ ପର୍ଯ୍ୟାୟରେ 698 ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ମାଳଦ୍ଵୀପରୁ ଯାତ୍ରା ଆରମ୍ଭ କରିଥିବା ଆଇଏନଏସ ଜଳାଶ୍ଵ ଜାହାଜ କୋଚି ହାର୍ବର ଠାରେ ଆଜି ସକାଳେ ପହଞ୍ଚିଛି।

 

*************

 


(ରିଲିଜ ଆଡି: 1622763) ପରିଦର୍ଶକ କାଉଣ୍ଟର : 222