ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19 ପରିଚାଳନାର ସମୀକ୍ଷା କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ କ୍ୟାବିନେଟ ସଚିବଙ୍କ ବୈଠକ

प्रविष्टि तिथि: 10 MAY 2020 2:51PM by PIB Bhubaneshwar

କୋଭିଡ-19ର ପରିଚାଳନା ଏହାର ମୁକାବିଲା ନେଇ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବା ଲାଗି ଆଜି କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛିଭାରତୀୟ ରେଳ ଦ୍ୱାରା 350ରୁ ଉର୍ଦ୍ଧ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ପ୍ରାୟ 3.5 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଯାଇଛି ବୋଲି କ୍ୟାବିନେଟ ସଚିବ ସୂଚନା ଦେଇଥିଲେଆହୁରି ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଲାଗି ଭାରତୀୟ ରେଳକୁ ସହଯୋଗ କରିବା ଲାଗି ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଥିଲେ

ବନ୍ଦେ ଭାରତ ମିଶନ ଅନ୍ତର୍ଗତ ବିଦେଶରୁ ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସରେ ରାଜ୍ୟମାନେ ସହଯୋଗ କରୁଥିବାର ସେ ଉଲ୍ଲେଖ କରିଥିଲେଡାକ୍ତର, ନର୍ସ ସ୍ୱାସ୍ଥ୍ୟକର୍ମୀମାନଙ୍କ ପରି କରୋନା ଯୋଦ୍ଧାଙ୍କର ବାଧାମୁକ୍ତ ଯାତାୟାତ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ

ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବମାନେ ନିଜ ନିଜ ରାଜ୍ୟର କୋଭିଡ-19 ସଂକ୍ରମଣର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ

କୋଭିଡ-19 ସଂକ୍ରମଣକୁ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ତ୍ୱରାନ୍ୱିତ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା

 

***********


(रिलीज़ आईडी: 1622691) आगंतुक पटल : 201
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Tamil , Telugu , Kannada , Malayalam