ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜ୍ୟୁସେପ କୋଣ୍ଟେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 08 MAY 2020 8:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ଜ୍ୟୁସେପ କୋଣ୍ଟେଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି  

ଇଟାଲୀରେ କୋଭିଡ-19 ମହାମାରୀ ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଥିଲେ ଏଭଳି ଜଟିଳ ପରିସ୍ଥିତିରେ ଇଟାଲୀ ନାଗରିକମାନେ ପ୍ରଦର୍ଶନ କରିଥିବା ଧୈର୍ଯ୍ୟକୁ ସେ ପ୍ରଶଂସା କରିଥିଲେ  

ଦୁଇ ନେତା ନିଜ ଦେଶରେ ତଥା ବିଶ୍ଵ ସ୍ତରରେ ମହାମାରୀ ଦ୍ଵାରା ଦେଖାଦେଇଥିବା ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ପ୍ରଭାବକୁ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ସେମାନେ ପରସ୍ପର ସହ ଏକଜୁଟ ହୋଇ ରହିଥିବାର ପ୍ରକାଶ କରିଥିଲେ ଏବଂ ପରସ୍ପରର ଅସହାୟ ନାଗରିକଙ୍କ ପ୍ରତି ଆପୋସ ସହଯୋଗକୁ ପ୍ରଶଂସା କରିଥିଲେ

ଇଟାଲୀକୁ ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇବାରେ ଭାରତର ଅସୀମିତ ସମର୍ଥନ ରହିଥିବା ପ୍ରଧାନମନ୍ତ୍ରୀ ଦୋହରାଇଥିଲେ

ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଭାରତ ଏବଂ ଇଟାଲୀ ମଧ୍ୟରେ ସକ୍ରିୟ ଆଲୋଚନା ଏବଂ ସହଯୋଗ ଜାରି ରଖିବାକୁ ଦୁଇନେତା ରାଜି ହୋଇଥିଲେ

ଉପଯୁକ୍ତ ସମୟରେ ଇଟାଲୀ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ପୁଣି ଥରେ ନିମନ୍ତ୍ରଣ ଜଣାଇଥିଲେ

 

**********



(Release ID: 1622441) Visitor Counter : 144