ପର୍ଯ୍ୟଟନ ମନ୍ତ୍ରଣାଳୟ
                
                
                
                
                
                
                    
                    
                        ପର୍ଯ୍ୟଟନ ମନ୍ତ୍ରଣାଳୟର “ଦେଖୋ ଅପନା ଦେଶ” ଶୃଙ୍ଖଳାରେ ଗୋଆର ସଂସ୍କୃତି ଉପରେ ୱେବିନାର
                    
                    
                        
                    
                
                
                    Posted On:
                08 MAY 2020 3:39PM by PIB Bhubaneshwar
                
                
                
                
                
                
                ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ଦେଖୋ ଅପନା ଦେଶ ୱେବିନାର ଶୃଙ୍ଖଳାର ଷୋଡଶ ଅଧ୍ୟାୟରେ ଗୋଆର ଅନ୍ୟାନ୍ୟ ସାଂସ୍କୃତି ଓ ପର୍ଯ୍ୟଟନ ଉପରେ ଏକ କାର୍ଯ୍ୟକ୍ରମ ଗତ ସାତ ତାରିଖରେ ଆୟୋଜିତ ହୋଇଯାଇଛି । ଏହାର ନାମଥିଲା ଗୋଆ ବ୍ରୁସିନାଲ ଅଫ କଲଚର । ଏଥିରେ ଗୋଆର ଅଜ୍ଞାତ ଓ ସ୍ୱଳ୍ପଜ୍ଞାତ ପର୍ଯ୍ୟଟନସ୍ଥଳୀ ସଂପର୍କରେ ଅଂଶଗ୍ରହଣକାରୀମାନେ ପ୍ରତ୍ୟକ୍ଷ ତଥ୍ୟ ପାଇବାର ସୁବିଧା ଲାଭ କରିଥିଲେ । 
ଲେଖକ, ଫଟୋଗ୍ରାଫର, ଫେଷ୍ଟିଭାଲ କ୍ୟୁରେଟର ବିବେକ ମେନେନଜିସଙ୍କ ଦ୍ୱାରା ଉପସ୍ଥାପିତ ଏହି ୱେବିନାରେ ଅନାବିହୁତ ସ୍ଥାନରେ ସୌନ୍ଦର୍ଯ୍ୟ ଓ ଆକର୍ଷଣ କାହାଣୀ  ଅଂଶ ଗ୍ରହଣକାରୀମାନଙ୍କୁ ବିମୁଗ୍ଧ କରିଥିଲା । ଏଥିରେ ଶତାଦ୍ଦୀ ଶତାଦ୍ଦୀଧରି ସାଂସ୍କୃତିକ ବିନିମୟ ଓ ସର୍ବନାତ୍ମକ ବିଭବ ଦ୍ୱାରା ଗୋଆର ଅନୁରୂପ ସଂସ୍କୃତି କିପରି ଗଢି ଉଠିଛି ତାହା ଗୁରୁତ୍ୱ ପାଇଥିଲା । ଏଥିରେ ପ୍ରମୁଖ ଆକର୍ଷଣ ଥିଲା ଏହାର ପ୍ରସିଦ୍ଧ ବିଚ୍ ସମୂହ ଓ ନାଇଟଲାଇଫର କଥା ।  
ଭାରତୀୟ ଆନ୍ତର୍ଜାତିକ ଚଳଚିତ୍ର ଉତ୍ସବ, ଗୋଆର ଆର୍ଟସ ଓ ଲିଟରେଚର ଫେଷ୍ଟିଭାଲ, ସିରିଣ୍ଡିପିଟି ଆର୍ଟସ, ଫେଷ୍ଟିଭାଲ ସ୍ଥାନୀୟ ଉତ୍ସବ, ସଂଗୀତ, ଖାଦ୍ୟ ସ୍ଥାପତ୍ୟ, ଚିତ୍ରକଳା ଆଦି ଏହି ଉପସ୍ଥାପନରେ ସ୍ଥାନ ପାଇଥିଲା । ଟ୍ରାଭେଲ ଟୁଡେ କାର୍ଯ୍ୟକ୍ରମ ସାଇଟସିଙ୍ଗଠାରୁ ଅଧିକ ଆକର୍ଷଣୀୟ ଥିଲା । ଏଥିରେ ବିଭିନ୍ନ ସ୍ଥାନ ଭ୍ରମଣ ସହିତ ସେଠାକାର ଲୋକ ଓ  ସେମାନଙ୍କ ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ରହିଛି । 
ସ୍ଥାନୀୟ ମହିଳାଙ୍କ ଘରେ ଅତିଥିଭାବେ ରହିବା,  ସ୍ଥାନୀୟ କଳା ଶିଖିବା, ରୋଷେଇ କରିବାର ଆନନ୍ଦ ନେବା ଏବଂ ସ୍ଥାନୀୟ ଲୋକଙ୍କ ସାମୁଦାୟିକ କାମରେ ସ୍ୱେଚ୍ଛାକୃତ ଭୂମିକା ନିର୍ବାହ କରିବାର ଅନୁଭୁତି ନିଶ୍ଚୟ ମନେ ରହିବ । 
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଅତିରିକ୍ତ ମହାନିର୍ଦ୍ଦେଶକ ରୁପିନ୍ଦର ବ୍ରାର ସୂଚନା ଦେବା ସହ ନିରନ୍ତର ଭ୍ରମଣ ଉପରେ ଗୁରୁତ୍ୱ ଦେଇଥିଲେ । ଭ୍ରମଣ ଓ ପର୍ଯ୍ୟଟନ ଦ୍ୱାରା ସାମାଜିକ ସାଂସ୍କୃତିକ ନିରନ୍ତରଣ ରକ୍ଷା ସହିତ ସଂପ୍ରଦାୟ ଉପରେ ଏହାର ଗଠନ ମୂଳକ ପ୍ରଭାବ ପଡିଥାଏ । ସର୍ବୋପରି ଏହା ପର୍ଯ୍ୟଟକ ଓ ପର୍ଯ୍ୟଟନ ଉପରେ ଉତ୍ତମ ପ୍ରଭାବ ପକାଏ ବୋଲି ସେ କହିଥିଲେ । 
ଏହି ୱେବିନାର https://www.youtube.com/channel/UCbzIbBmMvtvH7d6Zo_ZEHDA/featured  ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ୱେବସାଇଟ incredibleindia.org ଏବଂ tourism.gov. inରେ ଉପଲବ୍ଧ । 
ପରବର୍ତ୍ତୀ ୱେବିନାର ମେ’ 9 ଦିନ 11ରେ 'Exploring River Nila' ଉପରେ ଆୟୋଜିତ ହେବ । ପଞ୍ଜିକରଣ ପାଇଁ https://bit.ly/RiverNilaପରିଦର୍ଶନ କରନ୍ତୁ ।
 
**********
                
                
                
                
                
                (Release ID: 1622287)
                Visitor Counter : 139