ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା 80 କିମି ନୂଆ ସୀମାନ୍ତ ସଡ଼କ ଉଦଘାଟିତ

• ନୂଆ ରାସ୍ତା ଯୋଗୁ ହ୍ରାସ ପାଇବ କୈଳାସ-ମାନସରୋବର ତୀର୍ଥଯାତ୍ରୀଙ୍କ ଯାତ୍ରା ସମୟ

Posted On: 08 MAY 2020 1:17PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତରାଖଣ୍ଡର ଏକ 80 କିମି ଦୈର୍ଘ୍ୟ ସୀମାନ୍ତ ସଡକକୁ ଉଦଘାଟନ କରିଛନ୍ତିଏହି ସଡକ ଉତ୍ତରାଖଣ୍ଡର ଧରଚୌଲା ସହ ଚୀନ ସୀମାନ୍ତ ଲିପୁଲେଖକୁ ସଂଯୋଗ କରୁଛିଏହା ଫଳରେ କୈଳାସ-ମାନସରୋବର ତୀର୍ଥଯାତ୍ରୀଙ୍କ ଯାତ୍ରା ସମୟ ହ୍ରାସ ପାଇବପୂର୍ବରୁ ଭାରତୀୟ ତୀର୍ଥ ଯାତ୍ରୀମାନେ ବୁଲାଣି ପାହାଡିଆ ରାସ୍ତାଦେଇ ମାନସରୋବରକୁ ଯାଉଥିଲେଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ପତାକା ଦେଖାଇ ପିଥୋରାଗଡରୁ ଗୁଞ୍ଜି ମଧ୍ୟରେ ଯାନବାହନ ଚଳାଚଳର ଶୁଭାରମ୍ଭ କରିଛନ୍ତି

ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଦେଶର ଦୂରଦୂରାନ୍ତ ଅଗ୍ୟମ ଅଞ୍ଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କର ସ୍ୱତନ୍ତ୍ର ଲକ୍ଷ୍ୟ ରହିଛିଧରଚୌଲା-ଲିପୁଲେଖ ସଡକ ପଥ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସରଣୀର ଭୂମିକା ନିର୍ବାହ କରିବଏଥିପାଇଁ ସ୍ଥାନୀୟ ଲୋକେ ବହୁ ଦିନରୁ ଦାବି କରିଆସୁଥିଲେଏବେ  ସେମାନଙ୍କ ସ୍ୱପ୍ନ ସାକାର ହୋଇଛିଏହା ଏହି ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଗମନାଗମନରେ ସହାୟକ ହେବଅଞ୍ଚଳର ବାଣିଜ୍ୟ ବ୍ୟବସାୟ ଏବଂ ଅର୍ଥନୈତିକ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ

ସେ କହିଛନ୍ତି, କୈଳାସ-ମାନସରୋବର କ୍ଷେତ୍ର ହିନ୍ଦୁ, ବୌଦ୍ଧ ଜୈନମାନଙ୍କ ପାଇଁ ଏକ ଅତି ପବିତ୍ର ନମସ୍ୟ ପୀଠଏହି ତୀର୍ଥକ୍ଷେତ୍ରକୁ ଯିବା ପାଇଁ ପୂର୍ବରୁ ସଡକ ସୁବିଧା ଭଲ ନଥିବାରୁ ତୀର୍ଥଯାତ୍ରୀଙ୍କୁ 2 ରୁ 3 ସପ୍ତାହ ଲାଗୁ ଥିଲାଏବେ ନୂଆ ସଡକ ନିର୍ମିତ ହୋଇଥିବାରୁ ଯାତ୍ରା ଏକ ସପ୍ତାହରେ ଶେଷ ହୋଇପାରିବସଡକଟି ଧରଚୌଲା ନିକଟ ଘାଟିଆବାଗଡରୁ ବାହାରି କୈଳାସ-ମାନସରୋବରରେ ପ୍ରବେଶ ଦ୍ୱାର ଲିପୁଲେଖ ଗିରିପଥକୁ ସଂଯୋଗ କରିଛି

ଏହି 80 କିମି ଲମ୍ବ ସଡକଟି ସମୁଦ୍ର ପତନରୁ 6000ରୁ 17,060 ଫୁଟ ଉଚ୍ଚ ପାର୍ବତ୍ୟାଞ୍ଚଳରେ ତିଆରି ହୋଇଛିଏହା ଫଳରେ ମାନସରୋବର ଯାତ୍ରୀମାନେ ଆଉ ବିପଦସଂକୁଳ ଘାଟି ଉପତ୍ୟକା ଦେଇ ନଯାଇ ସିଧାସଳଖ ନିରାପଦ ରାସ୍ତାରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେଆଗରୁ ସିକ୍କିମ କିମ୍ବା ନେପାଳ ଦେଇ ତୀର୍ଥଯାତ୍ରୀମାନେ କୈଳାସ ମାନସରୋବରକୁ ଯାତ୍ରା କରୁଥିଲେଏଥିପାଇଁ 90 କିମି ଉଚ୍ଚ ଘାଟି ଚଢ଼ିବାକୁ ପଡୁଥିବାରୁ ବୟସ୍କ ତୀର୍ଥଯାତ୍ରୀଙ୍କୁ ଅସୁବିଧା ହେଉଥିଲାନୂଆ ରାସ୍ତା ଫଳରେ ଭାରତୀୟ ତୀର୍ଥଯାତ୍ରୀଙ୍କୁ ନିଜ ଦେଶ ଭିତରେ 84 ଶତାଂଶ ଚୀନ ମଧ୍ୟରେ 16 ଶତାଂଶ ପଥ ଅତିକ୍ରମ କରିବାକୁ ପଡିବଏହା ଏକ ଉଲ୍ଲେଖନୀୟ ଉବଲବ୍ଧି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି

ସୀମାନ୍ତ ସଡକ ନିର୍ମାଣ ପ୍ରତିଷ୍ଠାନ (BRO) ଦ୍ୱାରା ଏହି ରାସ୍ତା ତିଆରି ହୋଇଛିଏଥିପାଇଁ ଏହି ସଂସ୍ଥାର କର୍ମଚାରୀ ଅଧିକାରୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତିସଡକ ନିର୍ମାଣ ବେଳେ ପ୍ରତିକୂଳ ପରିସ୍ଥିତି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ସ୍ମୃତି ପ୍ରତି ଶ୍ରୀ ସିଂହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ବିଆରଓର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ହରପାଲ ସିଂ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱଣେ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ଆଲମୋଡାର ଲୋକସଭା ସଦସ୍ୟ ଅଜୟ ତାମଟା ଏବଂ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ

 

*****************

 



(Release ID: 1622138) Visitor Counter : 270