ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ 465 ଲାଇଫ ଲାଇନ ଉଡାଣ ବିମାନ
Posted On:
06 MAY 2020 4:32PM by PIB Bhubaneshwar
ଦେଶବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ଲାଇଫ ଲାଇନ ଉଡାଣ ଅନ୍ତର୍ଗତ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର ଓ ଆଇଏଏଫର 465ଟି ବିମାନ ନିୟୋଜିତ ଅଛନ୍ତି । ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାରର 278ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ 835.94 ଟନ କାର୍ଗୋ ସାମଗ୍ରୀର ପରିବହନ ହୋଇଛି । ଏହି ବିମାନଗୁଡିକ ଆକାଶ ମାର୍ଗରେ 4,51,038 କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା କୋଭିଡ-19 ସଂକ୍ରମଣ ସମୟରେ ସାରା ଦେଶରେ ଜରୁରିକାଳୀନ ଭିତ୍ତିରେ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଏହି ଲାଇଫ ଲାଇନ ଉଡାଣ ବିମାନଗୁଡ଼ିକର ପ୍ରଚଳ କରାଯାଉଛି ।
ଜମ୍ମୁ ଓ କଶ୍ମୀର, ଲଦାଖ ଏବଂ ଉତ୍ତର-ପୂର୍ବ ଭାରତରେ ଅତ୍ୟାବଶ୍ୟକ ମେଡିକାଲ କାର୍ଗୋ ଏବଂ ରୋଗୀଙ୍କ ପରିବହନରେ ପବନ ହଂସ ଲିମିଟେଡର ହେଲିକପ୍ଟରଗୁଡିକ ନିୟୋଜିତ ଅଛନ୍ତି । ମେ’ 5, 2020ସୁଦ୍ଧା ପବନ ହଂସ 2.27 ଟନ କାର୍ଗୋ ପରିବହନ କରିଛି ଏବଂ 7,729 କିଲୋମିଟର ଦୂରତା ଅତିକ୍ରମ କରିଛି ।
**********
(Release ID: 1621715)
Visitor Counter : 201
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Tamil
,
Telugu
,
Kannada