ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

କୋଭିଡ଼-19 ଜନିତ ଲକଡାଉନ୍‌ ସମୟରେ ଲାଇଫ ଲାଇନ୍‌ ଉଡ଼ାନ‌ ଅଧୀନରେ 452 ଥର ବିମାନ ଉଡ଼ାଣ

Posted On: 05 MAY 2020 7:12PM by PIB Bhubaneshwar

ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଏବଂ ଘରୋଇ ବିମାନ ସରବରାହ ସଂସ୍ଥାମାନଙ୍କ ଦ୍ୱାରା କୋଭିଡ଼- 19 ମହାମାରୀ ଜନିତ ଲକଡାଉନ୍‌ ସମୟରେ ଲାଇଫ୍‌ ଲାଇନ୍‌ ଉଡ଼ାନକାର୍ଯ୍ୟକ୍ରମ ଅଧୀନରେ ମୋଟ 452 ଥର ବିମାନ ଉଡ଼ାଣ କରାଯାଇଛି । ସେଥି ମଧ୍ୟରୁ ଏୟାର ଇଣ୍ଡିଆ ଏବଂ ଆଲିଆନ୍ସ ଏୟାର ଦ୍ୱାରା 272 ଥର ବିମାନ ଉଡ଼ାଣ ସଂପାଦନ କରାଯାଇଛି । ଏହି ସମୟରେ ମୋଟ 824.44 ଟନ୍‌ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରାଯାଇଛି । ଲାଇଫ୍‌ ଲାଇନ୍‌ ଉଡ଼ାନ ମାଧ୍ୟମରେ ଏହିସବୁ ବିମାନ ସଂସ୍ଥାମାନେ ଅଦ୍ୟାବଧି ମୋଟ 4,41,564 କିଲୋମିଟର ଆକାଶପଥ ଯାତ୍ରା କରିଛନ୍ତି ।

ଲାଇଫ ଲାଇନ୍‌ ଉଡ଼ାନବିମାନ ପରିଚାଳନା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାର ପରିଚାଳିତ କରାଯାଇଥାଏ ଯେଉଁଥିରେ କୋଭିଡ଼-19 ମହାମାରୀ ବିରୋଧରେ ଭାରତର ସଂଗ୍ରାମକୁ ସହଯୋଗ ପୂର୍ବକ ଦେଶର ଦୁର୍ଗମତମ ସ୍ଥାନରେ ସୁଦ୍ଧା ମେଡ଼ିକାଲ ସାମଗ୍ରୀ ଏବଂ ଔଷଧ ପହଞ୍ଚାଯାଉଛି ।

ପବନ ହଂସ ଲିମିଟେଡ଼ ସମେତ ହେଲିକପ୍ଟର ସେବାକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ଏବଂ ସେଥିରେ ଜମ୍ମୁ ଓ କଶ୍ମୀର, ଲଦାଖ, ବିଭିନ୍ନ ଦ୍ୱୀପପୁଞ୍ଜ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ କ୍ରିଟିକାଲ ମେଡ଼ିକାଲ ସାମଗ୍ରୀ ଏବଂ ରୋଗୀମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି । ପବନ ହଂସ ହେଲିକପ୍ଟର ମେ 4, 2020 ତାରିଖ ସୁଦ୍ଧା ମୋଟ 7,729 କିଲୋମିଟର ଆକାଶ ପଥ ଯାତ୍ରା କରି 2.27 ଟନ୍‌ ସାମଗ୍ରୀ ପରିବହନ କରିଛି ।

ଏଭଳି ଅପରେସନରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର, ଦ୍ୱୀପପୁଞ୍ଜ କ୍ଷେତ୍ର ଏବଂ ପାର୍ବତ୍ୟାଞ୍ଚଳକୁ ଅଗ୍ରାଧିକାର ପ୍ରଦାନ କରାଯାଇଛି ।

ଏୟାର ଇଣ୍ଡିଆ ଏବଂ ଭାରତୀୟ ବାୟୁସେନାଙ୍କ ମିଳିତ ସହଯୋଗରେ ଜମ୍ମୁ ଓ କଶ୍ମୀର, ଲଦାଖ, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଅନ୍ୟାନ୍ୟ ଦ୍ୱୀପ କ୍ଷେତ୍ରରେ ମେଡ଼ିକାଲ ସାମଗ୍ରୀ ପହଞ୍ଚାଯାଇଛି ।

ଘରୋଇ ମାଲ ପରିବହନକାରୀ ବିମାନ ଚଳାଚଳ ସଂସ୍ଥା ଯଥା, ସ୍ପାଇସ୍‌ ଜେଟ୍‌, ବ୍ଲୁ ଡାର୍ଟ, ଇଣ୍ଡିଗୋ ଏବଂ ବିସ୍ତାରା ବ୍ୟବସାୟିକ ଭିତ୍ତିରେ ସେମାନଙ୍କର କାର୍ଗୋ ଚଳାଚଳ କରୁଛନ୍ତି । ସ୍ପାଇସ୍‌ ଜେଟ୍‌ ମାର୍ଚ୍ଚ 24 ଠାରୁ ମେ 4 2020 ତାରିଖ ମଧ୍ୟରେ 796 ଥର ଉଡ଼ାଣ ଭରି 13,61,141 କିଲୋମିଟର ଆକାଶ ପଥ ଯାତ୍ରା କରି 5,817 ଟନ୍‌ ସାମଗ୍ରୀ କରିବହନ କରିଛି । ସେଥି ମଧ୍ୟରୁ 290ଟି ଉଡ଼ାଣ ଅନ୍ତରାଷ୍ଟ୍ରୀୟ କାର୍ଗୋ ବିମାନ ଯାତ୍ରା ଥିଲା । ବ୍ଲୁ ଡାର୍ଟ ମାର୍ଚ୍ଚ 25 ଠାରୁ ମେ 4, 2020 ତାରିଖ ମଧ୍ୟରେ 266 ଥର କାର୍ଗୋ ପରିବହନ କରି ମୋଟ 2,94,928 କିଲୋମିଟର ଆକାଶପଥ ଅତିକ୍ରମ କରି 4,522 ଟନ୍‌ ମାଲ ପରିବହନ କରିଛି । ଇଣ୍ଡିଗୋ ଅପ୍ରେଲ 3 ଠାରୁ ମେ 4, 2020 ତାରିଖ ମଧ୍ୟରେ 90 ଥର ବିମାନ ଉଡ଼ାଣ ମାଧ୍ୟମରେ 1,50,803 କିଲୋମିଟର ଆକାଶପଥ ଅତିକ୍ରମ କରି 444 ଟନ୍‌ ମାଲ ପରିବହନ କରିଛି ଏବଂ ସେଥିରେ 34 ଥର ଅନ୍ତରାଷ୍ଟ୍ରୀୟ ଉଡ଼ାଣ ସାମିଲ । ଏହା ମଧ୍ୟରେ ସରକାରଙ୍କ ପାଇଁ ମାଗଣାରେ ମେଡ଼ିକାଲ ସାମଗ୍ରୀ ଯୋଗାଣ ମଧ୍ୟ ସାମିଲ । ସେହିଭଳି ବିସ୍ତାରା ଅପ୍ରେଲ 19 ଠାରୁ ମେ 4 2020 ତାରିଖ ମଧ୍ୟରେ 22 ଥର କାର୍ଗୋ ଉଡ଼ାଣ ମାଧ୍ୟମରେ 30,614 କିଲୋମିଟର ଆକାଶ ପଥ ଯାତ୍ରା କରି 144 ଟନ୍‌ କାର୍ଗୋ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଛି ।

ଜରୁରି ଔଷଧ, ମେଡ଼ିକାଲ ଉପକରଣ ଏବଂ କୋଭିଡ଼- 19 ରିଲିଫ ସାମଗ୍ରୀ ପରିବହନ ସକାଶେ ପୂର୍ବ ଏସିଆ ମଧ୍ୟରେ ଏକ କାର୍ଗୋ ଏୟାର ବ୍ରିଜ୍‌ ସ୍ଥାପନ କରାଯାଇଥିଲା । ଏହା ମାଧ୍ୟମରେ ଏୟାର ଇଣ୍ଡିଆ ମୋଟ 956 ଟନର ମେଡ଼ିକାଲ କାର୍ଗୋ ପରିବହନ କରିଛି ।

ଏହା ବ୍ୟତୀତ, ବ୍ଲୁ ଡାର୍ଟ ଚୀନର ଗୁଆଙ୍ଗଝୁ ଏବଂ ସାଙ୍ଘାଇରୁ 114 ଟନ୍‌ ପାଖାପାଖି ମେଡ଼ିକାଲ୍‌ ସାମଗ୍ରୀ ପରିବହନ କରି ଆଣିଛି । ସେହିଭଳି ହଂକଂରୁ ମଧ୍ୟ 24 ଟନ୍‌ ମେଡ଼ିକାଲ ସାମଗ୍ରୀ ଅଣାଯାଇଛି । ଏହି ସବୁ ସାମଗ୍ର ଅପ୍ରେଲ 14 ତାରିଖ ଠାରୁ ମେ 4, 2020 ତାରିଖ ମଧ୍ୟରେ ଅଣାଯାଇଛି । ସ୍ପାଇସ୍‌ ଜେଟ୍‌ ସାଂଙ୍ଘାଇ ଓ ଗୁଆଙ୍ଗଝୁର ମେ 4, 2020 ସୁଦ୍ଧା 204 ଟନ୍‌ ମେଡ଼ିକାଲ ସାମଗ୍ରୀ ପରିବହନ କରି ଆଣିଛି । ଏହା ବ୍ୟତୀତ ମେ 4, 2020 ସୁଦ୍ଧା  ହଂକଂ ଓ ସିଙ୍ଗାପୁରରୁ ମଧ୍ୟ  ସ୍ପାଇସ୍‌ ଜେଟ୍‌ 16 ଟନ୍‌ ମେଡ଼ିକାଲ ସାମଗ୍ରୀ ପରିବହନ କରି ଭାରତ ପହଞ୍ଚାଇଛି ।

 

**********

 



(Release ID: 1621664) Visitor Counter : 154