ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ସଂକଟ ଡିଏସଟିକୁ ନିପୁଣ ବିଜ୍ଞାନର ଦ୍ରୁତ ନିର୍ମାତା ଭାବେ ପ୍ରତିପାଦିତ କରୁଛି: ପ୍ରଫେସର ଆଶୁତୋଷ ଶର୍ମା

Posted On: 05 MAY 2020 12:55PM by PIB Bhubaneshwar

ବିଜ୍ଞାନ ପ୍ରଯୁକ୍ତି ବିଭାଗ (DST) ସଂପ୍ରତି ଏକ ବିରାଟ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛିଏହା ଏବେ ବୃଦ୍ଧିଶୀଳ ବିଜ୍ଞାନରୁ ନିପୁଣ ବିଜ୍ଞାନର ଏକ ଦ୍ରୁତ ନିର୍ମାତା ଭାବେ ନିଜକୁ ପ୍ରତିପାଦିତ କରିପାରିଛିକରୋନା ଭୂତାଣୁ ସଂକ୍ରମଣ ଜନିତ ସଂକଟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ସୁଯୋଗ ସୃଷ୍ଟି କରିଛି ବୋଲି ଡିଏସଟି ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି

ଡିଏସଟିର 50ତମ ପ୍ରତିଷ୍ଠା ଦିବସ ଅବସରରେ କରୋନାର ମୁକାବିଲାବୈଜ୍ଞାନିକ ଗବେଷଣାର ଲାଭ ନବସୃଜନ ଉପରେ ଇଲେଟ୍ସ ଟେକ୍ନୋ ମିଡିଆ ସହିତ ଏକ ୱେବିନାର ସାକ୍ଷାକାରରେ ପ୍ରଫେସର ଶର୍ମା କହିଛନ୍ତି ଯେ, ଆମେ ଏବେ ନୂଆ ପୋଗ୍ରାମମାନ ଡିଜାଇନ କରୁଛୁ ଯାହାକୁ ମାଧ୍ୟମ କରି ବୈଜ୍ଞାନିକମାନେ ବିଭିନ୍ନ ଆହ୍ୱାନମୂଳକ କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ କରିବା ସହ ବଡଧରଣର ପରିବର୍ତ୍ତନ ଆଣିପାରିବେସେଥି ମଧ୍ୟରୁସୁପ୍ରାବା ସାଇଣ୍ଟିଫିକ ଆଣ୍ଡ ୟୁଜଫୁଲ ପ୍ରୋଫାଉଣ୍ଡ ରିସର୍ଚ୍ଚ ଆଣ୍ଡ ଆଡଭାନ୍ସମେଣ୍ଟ ଏବଂ ଇନଟେନସିଫିକେସନ ଅଫ ହାଇ ପ୍ରାୟରିଟି ଏରିଆଜ (IRHPA) ଅନ୍ୟତମଏହି ଦୁଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କୋଭିଡ-19 ଭଳି ଅତି ଅଗ୍ରାଧିକାର ସମସ୍ୟାର ସମାଧାନ ପାଇଁ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁଏହି ବ୍ୟାଧିର ମୁକାବିଲା ଏହାର ପ୍ରମୁଖ ଲକ୍ଷ୍ୟ

ପ୍ରଫେସର ଶର୍ମା କହିଛନ୍ତି ଯେ, କୋଭିଡ-19 ବ୍ୟାଧିର ବହୁମୁଖୀ ସମସ୍ୟା ରହିଛିସେସବୁର ସମାଧାନ ବାହାର କରିବା ପାଇଁ ଡିଏସଟିର ସ୍ୱୟଂଶାସିତ ଅନୁଷ୍ଠାନ ଗୁଡିକ ଏକ ମାସ ମଧ୍ୟରେ ବିଭିନ୍ନ ସଫଳତା ହାସଲ କରିଛନ୍ତି କ୍ଷେତ୍ରରେ କେତେକ ଘରୋଇ କମ୍ପାନୀ ଷ୍ଟାଫଙ୍କ ସହ ମଧ୍ୟ ଅଂଶୀଦାର ଭିତ୍ତିରେ କାର୍ଯ୍ୟ କରାଯାଇଛିବିଜ୍ଞାନକୁ ଅଧିକ ବ୍ୟବହାର ଉପଯୋଗୀ ସଂକଟମୋଚନକାରୀ ରୂପ ଦେବାକୁ ଡିଏସଟି କାର୍ଯ୍ୟ କରୁଛିଏହି ପ୍ରୟାସ ବିଜ୍ଞାନର ସ୍ୱରୂପ ଆଭିମୁଖ୍ୟକୁ ବଦଳାଇବାରେ ସଫଳ ହୋଇଛି

ସେ କହିଛନ୍ତି ଯେ, 1971 ମେ 3ରେ ପ୍ରତିଷ୍ଠା ହୋଇଥିବା ଏହି ବିଭାଗ ଆମେରିକାର ନେଶନାଲ ସାଇନ୍ସ ଫାଉଣ୍ଡେସନ ଢ଼ାଞ୍ଚାରେ ନିର୍ମିତଡିଏସଟି ନୀତି ନିର୍ଦ୍ଧାରଣ କରିବା ସହ ଗୁଡିକର କାର୍ଯ୍ୟକାରିତା ପାଇଁ ପାଣ୍ଠି ଯୋଗାଉଛି ଅନ୍ୟାନ୍ୟ ଦେଶ ସହ ମିଶି ବୈଜ୍ଞାନିକ ଗବେଷଣା କାର୍ଯ୍ୟକ୍ରମର ସମନ୍ୱୟ କରୁଛିଏହା ଏକ ପ୍ରକାଣ୍ଡ ପରିବ୍ୟାପ୍ତ ମଞ୍ଚ (ପ୍ଲାଟଫର୍ମ) । ଭାରତ ସହ ବିଦେଶର ବହୁ ବୈଜ୍ଞାନିକ, ବିଜ୍ଞାନଭିତ୍ତିକ ପ୍ରତିଷ୍ଠାନ ଗବେଷଣାର ଏହା ସହିତ ସମ୍ପୃକ୍ତଏହା ସହିତ ବହୁ ଗବେଷକ, ଛାତ୍ରଛାତ୍ରୀ, ଶିକ୍ଷକ, ସ୍କୁଲ, କଲେଜ, ଗବେଷଣାଗାର, ଷ୍ଟାର୍ଟଅପ ଓ ଏନଜିଓ ଜଡିତ

ଗତ ପାଞ୍ଚ ବର୍ଷ ମଧ୍ୟରେ ଡିଏସଟିର ବିଭିନ୍ନ ପ୍ରୟାସ ସମ୍ପର୍କରେ ପ୍ରଫେସର ସୂଚନାଦେବା ସହ ଏହାର ବଜେଟ 100 ଶତାଂଶ ବଢ଼ିଥିବା କହିଛନ୍ତିଏହା ଫଳରେ ବିଭିନ୍ନ କ୍ଷେତ୍ରର ନୂଆ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛିନିଧିକାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଛନ୍ତି ଯେ ଏହାଦ୍ୱାରା ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଇନକ୍ୟୁବେଟର ଷ୍ଟାର୍ଟଅପ ସଂଖ୍ୟା ଦ୍ୱିଗୁଣିତ ହୋଇପାରିଛିମାନକକାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ 10 ଲକ୍ଷ ସ୍କୁଲ ପିଲାଙ୍କ ମଧ୍ୟରେ ନବସୃଜନ ସୃଷ୍ଟି କରାଯାଉଛିସେମାନଙ୍କ ବିଚାର/ପରିକଳ୍ପନାକୁ ମଡେଲର ରୂପ ଦିଆଯାଉଛିନବସୃଜନକୁ ପ୍ରୋତ୍ସାହିତ କରି ପିଲାମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ କରି ବୈଜ୍ଞାନିକ ଭାବେ ଗଢ଼ି ତୋଳିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି

ସାଥି କେନ୍ଦ୍ରସମ୍ପର୍କରେ ପ୍ରଫେସର ଶର୍ମା କହିଛନ୍ତି ଯେ ଏହା ଏମଏସଏମଇ ଷ୍ଟାର୍ଟଅପଗୁଡିକର ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟଏହି କ୍ଷେତ୍ର ପାଇଁ ଏହା ନୂଆ ନୂଆ  ଯନ୍ତ୍ରପାତି ଜ୍ଞାନ କୌଶଳର ପ୍ରାରୂପ ଯୋଗାଉଛି  । 125 କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରୋଟୋଟାଇପ ଉଦ୍ୟୋଗ ବୌଦ୍ଧିକ ଜଗତକୁ ସଂଯୋଗ କରୁଛିସାଇବର ଫିଜିକାଲ ସିଷ୍ଟମ ଭଳି ନୂଆ କ୍ଷେତ୍ରରେ ଡିଏସଟି ଏବେ କାମ କରୁଛିଏହା ଏକ ଉଦୀୟମାନ କ୍ଷେତ୍ର, ଏଥିରେ ଯୋଗାଯୋଗ, କମ୍ପ୍ୟୁଟିଂ, ଆର୍ଟସ ଆଦି ଆନ୍ତଃ ବିଷୟକ କ୍ଷେତ୍ର ରହିଛିଦେଶଣ ଭବିଷ୍ୟତ ପାଇଁ ଏହା ବିଶେଷ ଜରୁରିଏହାଛଡା ଜାତୀୟ କ୍ୱାଣ୍ଟମ ସାଇନ୍ସ ମିଶନ, ବିଜ୍ଞାନ-ପ୍ରଯୁକ୍ତିର ଉପଯୋଗ, ନିରନ୍ତର ବିକାଶ, ଜଳବାୟୁ ପରିବର୍ତ୍ତନ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଏହି ବିଭାଗ କାର୍ଯ୍ୟ କରୁଛି ବୋଲି ପ୍ରଫେସର ଶର୍ମା କହିଛନ୍ତି

 

***************

 


(Release ID: 1621206)