ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନାମ କଣ୍ଟାକ୍ଟ ଗ୍ରୁପ ଅନଲାଇନ୍ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 04 MAY 2020 9:57PM by PIB Bhubaneshwar

କୋଭିଡ-19 ମହାମାରୀ ସଙ୍କଟର ମୁକାବିଲା ସମ୍ପର୍କରେ ଉଦ୍ଦେଶ୍ୟରେ ଆଲୋଚନା କରିବା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2020 ମେ4 ସନ୍ଧ୍ୟାରେ ଅନୁଷ୍ଠିତ ନନ୍ ଆଲାଇନଡ ମୁଭମେଂଟ (ନାମ) କଣ୍ଟାକ୍ଟ ଗ୍ରୁପ ଅନଲାଇନ୍ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । 

ୟୁନାଇଟେଡ୍ ଏଗେନଷ୍ଟ କୋଭିଡ-19ବିଷୟବସ୍ତୁ ଉପରେ ହୋଇଥିବା ଏହି ଅନଲାଇନ୍ ନାମ୍ କଣ୍ଟାକ୍ଟ ଗ୍ରୁପ୍ ସମ୍ମିଳନୀକୁ ବର୍ତ୍ତମାନର ନାମ ଅଧ୍ୟକ୍ଷ ରିପବ୍ଲିକ୍ ଅଫ୍ ଆଜେରବୈଜାନ୍ ରାଷ୍ଟ୍ରପତି ମାନ୍ୟବର ଇଲହାମ୍ ଅଲିୟେଭ୍ ଆୟୋଜନ କରିଥିଲେକୋଭିଡ-19 ବିରୋଧୀ ଲଢ଼େଇରେ ଆନ୍ତର୍ଜାତିକ ସଂହତିକୁ ପ୍ରୋତ୍ସାହିତ କରିବା ମହାମାରୀର ମୁକାବିଲା ପାଇଁ ରାଷ୍ଟ୍ରୀୟ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକର ପଦକ୍ଷେପକୁ ପରିଚାଳନା କରାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲାଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଡେଅଫ୍ ମଲ୍ଟିଲାଟେରାଲିଜମ ଆଣ୍ଡ ଡିପ୍ଲୋମାସି ଫର୍ ପିସକୁ ମଧ୍ୟ ପାଳନ କରାଯାଇଥିଲା

ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଂଶଗ୍ରହଣ ଏକ ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ଭାବେ ନାମ ର ସିଦ୍ଧାନ୍ତ ମୂଲ୍ୟବୋଧ ପ୍ରତି ଭାରତର ଦୀର୍ଘଦିନର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛିନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ସଙ୍କଟର ମୁକାବିଲା ଉଦ୍ଦେଶ୍ୟରେ ବିଶ୍ୱ ସମୁଦାୟ ଦ୍ୱାରା ସମନ୍ୱିତ, ସାମଗ୍ରିକ ନ୍ୟାୟିକ ପ୍ରତିକ୍ରିୟା ପାଇଁ ଗୁରୁତ୍ୱାରୋପ କରିଥିଲେ ଘରୋଇ ତଥା ଆନ୍ତର୍ଜାତିକ ସ୍ତରରେ ଭାରତ ନେଇଥିବା ପଦକ୍ଷେପ ସମ୍ପର୍କରେ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଆନ୍ଦୋଳନ ପାଇଁ ଆବଶ୍ୟକ ଯଥାସମ୍ଭବ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତସେହିପରି ଆତଙ୍କବାଦ ମିଥ୍ୟା ଖବର ବିରୋଧରେ ମଧ୍ୟ ବିଶ୍ୱକୁ ଲଗାତାର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଏସିଆ, ଆଫ୍ରିକା, ଲାଟିନ୍ ଆମେରିକା, ୟୁରୋପ କାରବିଆନ୍ କ୍ଷେତ୍ରର 30ରୁ ଉର୍ଦ୍ଧ ରାଷ୍ଟ୍ର ମୁଖ୍ୟ ଅଂଶଗ୍ରହଣ କରିଥିଲେସମ୍ମିଳନୀକୁ ଜାତିସଂଘ ଜେନେରାଲ ଆସେମ୍ବ୍ଲିର ସଭାପତି ପ୍ରଫେସର ଟିଜାନି ମହମ୍ମଦ ବନ୍ଦେ, ଜାତିସଂଘ ମହାସଚିବ ଶ୍ରୀ ଆଂଟୋନିଓ ଗୁଟେରସ୍, ଆଫ୍ରିକୀୟ ୟୁନିଅନ୍ ଅଧ୍ୟକ୍ଷ ମୁସା ଫକି ମହମତ୍, ୟୁରୋପୀୟ ୟୁନିଅନ୍ ହାଇ ରିପ୍ରେଜେଂଟେଟିଭ୍ ଜୋସେଫ୍ ବୋରେଲ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ . ଟେଡ୍ରୋସ୍ ଘେବ୍ରେୟେସସ୍ ପ୍ରମୁଖ ସମ୍ବୋଧିତ କରିଥିଲେ

ନାମ ନେତୃବୃନ୍ଦ କୋଭିଡ୍-19ର ପ୍ରଭାବ ସମ୍ପର୍କରେ ଆକଳନ କରିଥିଲେ ଏବଂ ଆବଶ୍ୟକ ସମ୍ଭାବ୍ୟ ପ୍ରତିକାର ଚିହ୍ନଟ କରିବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେସମ୍ମିଳନୀ ପରେ ନେତୃବୃନ୍ଦ କୋଭିଡ୍-19 ବିରୋଧୀ ଲଢ଼େଇ ପାଇଁ ଆନ୍ତର୍ଜାତିକ ସଂହତିକୁ ଗୁରୁତ୍ୱ ଦେଇ ପ୍ରସ୍ତୁତ ଘୋଷଣାନାମାକୁ ଗ୍ରହଣ କରିଥିଲେଏହାସହ ନେତୃବୃନ୍ଦ କୋଭିଡ୍-19 ବିରୋଧୀ ଲଢ଼େଇ ପାଇଁ ସେମାନଙ୍କର ମୌଳିକ ଔଷଧ, ସାମାଜିକ ମାନବୀୟତା ଚାହିଦାକୁ ପ୍ରତିପାଦନ କରୁଥିବା ଏକ ସାଧାରଣ ଡାଟାବେସ୍ ସ୍ଥାପନ କରି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଚାହିଦା ଆବଶ୍ୟକତା ଚିହ୍ନଟ କରିବାକୁ ଏକଟାସ୍କଫୋର୍ସଗଠନ ପାଇଁ ଘୋଷଣା କରିଥିଲେ

 

**************


(रिलीज़ आईडी: 1621187) आगंतुक पटल : 304
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam