ପଞ୍ଚାୟତିରାଜ ମନ୍ତ୍ରଣାଳୟ

କୋଭିଡ-19 ସମୟରେ ଜନସାଧାରଣଙ୍କ ସହାୟତା ଲାଗି ଦେଶବ୍ୟାପୀ ସ୍ଥାନୀୟ ପ୍ରଶାସନର ପଦକ୍ଷେପ ଜାରି

ପୋଷ୍ଟ କରାଯିବା ଦିନାଙ୍କ: 03 MAY 2020 8:14PM by PIB Bhubaneswar

କୋଭିଡ-19 ମହାମାରୀ ସଂକ୍ରମଣ ନିରାକରଣ ନିମନ୍ତେ ସାରା ଦେଶରେ ରାଜ୍ୟ, ଜିଲ୍ଲା ପଞ୍ଚାୟତସ୍ତରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଗ୍ରାମ ପଞ୍ଚାୟତଗୁଡ଼ିକ ସହିତ ସମନ୍ବୟ ରକ୍ଷା କରି ଲକଡାଉନକୁ କଡ଼ାକଡ଼ି ଲାଗୁ କରିବା ଏବଂ ସାମାଜିକ ଦୂରତ୍ବକୁ ପାଳନ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି

ରାଜ୍ୟଗୁଡ଼ିକ ଦ୍ଵାରା ନିଆଯାଇଥିବା ପଦକ୍ଷେପ ମଧ୍ୟରୁ କେତେଗୁଡ଼ିଏ ଶ୍ରେଷ୍ଠ ପଦକ୍ଷେପଗୁଡ଼ିକ ହେଲା:

ଆନ୍ଧ୍ରପ୍ରଦେଶ:

ଅଟକି ରହିଥିବା ଲୋକଙ୍କୁ ସହାୟତା ଲାଗି ଆନ୍ଧ୍ର ପ୍ରଦେଶ ସରକାର ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି ବାହାର ରାଜ୍ୟରେ ଥିବା ଆନ୍ଧ୍ର ଲୋକମାନେ ଏହି ନିୟନ୍ତ୍ରଣ କକ୍ଷକୁ ଫୋନ କରି ସହାୟତା ପାଇପାରୁଛନ୍ତି ସେହିପରି ଗ୍ରୀନ ଜୋନରେ ଥିବା 1655ଟି ଉଦ୍ୟୋଗକୁ କାର୍ଯ୍ୟକ୍ଷମ କରିବା ଲାଗି ଅନୁମତି ମିଳିଛି ପ୍ରବାସୀ ଶ୍ରମିକମାନେ ଗୋଟିଏ ଗ୍ରୀନ ଜୋନରୁ ଅନ୍ୟ ଗ୍ରୀନ ଜୋନକୁ ଯିବାର ଅନୁମତି ପାଇଛନ୍ତି

ଆସାମ :

କାଛାର ଜିଲ୍ଲାର ସିଲଚର ବ୍ଲକ ତାରାପୁର ଗ୍ରାମ ପଞ୍ଚାୟତରେ 17 ଜଣ ସଦସ୍ୟମାନଙ୍କୁ ନେଇ ଗଠିତ 5ଟି ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସାସ୍କ ତିଆରି କରାଯାଉଛି

କେରଳ :

କୋଭିଡ-19 ମହାମାରୀ ବ୍ୟାପିବା ପରଠାରୁ 40 ଜଣ ଏନଏସଏସ ସଦସ୍ୟ ଜିଲ୍ଲା ମୁଖ୍ୟାଳୟରେ ଥିବା ଜିଲ୍ଲା ମେଡ଼ିକାଲ ଅଫିସରେ ବାହାର ଦେଶରୁ ଆସୁଥିବା ଲୋକ ଏବଂ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସ୍ଵତନ୍ତ୍ର ପାସ ନେଇ ରାଜ୍ୟ ବାହାରକୁ ଯାଇଥିବା ଏବଂ ଅନ୍ୟ ରାଜ୍ୟରୁ ଜରୁରି ସାମଗ୍ରୀ ନେଇ ରାଜ୍ୟକୁ ଆସୁଥିବା ଲରି ଡ୍ରାଇଭରମାନଙ୍କୁ ନିୟନ୍ତ୍ରଣ କକ୍ଷରେ ଥିବା କର୍ମଚାରୀମାନେ ସଙ୍ଗରୋଧରେ ରଖୁଛନ୍ତି।

ତେଲଙ୍ଗାନା :

କୋଭିଡ-19 ରୋଗୀ/ସନ୍ଦିଗ୍ଧଙ୍କ ଠାରୁ ସୃଷ୍ଟି ହୋଇଥିବା ଜୈବ ମେଡ଼ିକାଲ ଆବର୍ଜନା ସଂଗ୍ରହ, ପରିବହନ, ପରିଚାଳନା ଓ ନଷ୍ଟ କରିବା ଲାଗି  ଆବଶ୍ୟକ ପ୍ରକ୍ରିୟା ଓ ଗାଇଡଲାଇନ ପାଳନ କରିବା ନିମନ୍ତେ ତେଲଙ୍ଗାନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଟିଏସପିସିବି) ପକ୍ଷରୁ ସାଧାରଣ ଜନତା, ପୌର ପ୍ରଶାସନ, ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକୁ ନିବେଦନ କରାଯାଇଛି

ରାମଗୁଣ୍ଡମ ଏନଟିପିସିର ଦିପ୍ତୀ ମହିଳା ସମିତି ପକ୍ଷରୁ ଏହାର କର୍ମଚାରୀ ଓ ଠିକା ଶ୍ରମିକମାନଙ୍କୁ 5 ହଜାର କପଡ଼ା ମାସ୍କ ବଣ୍ଟନ କରାଯାଇଛି।

ମିଜୋରାମ :

ମିଜୋରାମର ଗ୍ରାମାଞ୍ଚଳର ଅଧିକାଂଶ ଲୋକ କୃଷି ଓ ଶ୍ରମ କାର୍ଯ୍ୟକଳାପ ଉପରେ ନିର୍ଭର କରିଥାନ୍ତି। ବତ୍ତର୍ମାନର ପରିସ୍ଥିତିରେ ସେମାନଙ୍କ ପାଇଁ କାମଧନ୍ଦାର ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରିବା ଲାଗି ମାଗଣାରେ ଚାଉଳ, ଡାଲି, ଆଳୁ ଆଦି ଯୋଗାଇ ଦିଆଯାଇଛି। ସାମାଜିକ ଦୂରତ୍ବ ଅବଲମ୍ବନ କରି କୃଷି କାର୍ଯ୍ୟ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅନୁମତି ଦେଇଛି। ସେହିପରି ରାଜ୍ୟ ରାଜଧାନୀରେ କୃଷି ଜାତ ଦ୍ରବ୍ୟ କ୍ରୟବିକ୍ରୟ ନିମନ୍ତେ ମଧ୍ୟ ସହରାଞ୍ଚଳ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।

*********


(ରିଲିଜ ଆଡି: 1620783) ପରିଦର୍ଶକ କାଉଣ୍ଟର : 230
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Punjabi , Tamil , Telugu