ସଂସ୍କୃତି ମନ୍ତ୍ରଣାଳୟ

‘ଏ ରେ ଅଫ ଜିନିଅସ’ କ୍ଷୁଦ୍ର ଚଳଚ୍ଚିତ୍ରର ଉନ୍ମୋଚନ ସହିତ ଡିଏମସିଏସ ପକ୍ଷରୁ ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଆରମ୍ଭ

प्रविष्टि तिथि: 02 MAY 2020 8:19PM by PIB Bhubaneshwar

ସଂସ୍କୃତି ମନ୍ତ୍ରଣାଳୟର ସଂଗ୍ରହାଳୟ ଓ ସାଂସ୍କୃତିକ ପରିସର ବିକାଶ (ଡିଏମସିଏସ) ପକ୍ଷରୁ ‘ଏ ରେ ଅଫ ଜିନିଅସ’ କ୍ଷୁଦ୍ର ଚଳଚ୍ଚିତ୍ର ଡିଜିଟାଲ ମାଧ୍ୟମରେ ଉନ୍ମୋଚନ କରାଯିବା ସହିତ ଆଜିଠାରୁ ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମାରୋହ ଆରମ୍ଭ ହୋଇଛି

ଏହି ଚଳଚ୍ଚିତ୍ରକୁ ଅନଲାଇନ ଉନ୍ମୋଚନ କରିବା ସହିତ ଡିଏମସିଏସର ଶ୍ରୀ ରାଘବେନ୍ଦ୍ର ସିଂ କହିଥିଲେ ଯେ ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ସତ୍ୟଜିତ ରାୟଙ୍କ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ସହିତ କଳା, ସାହିତ୍ୟ, ସଙ୍ଗିତ ଏବଂ ସଜ୍ଜା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଉପଲବ୍ଧିକୁ ପ୍ରଦର୍ଶିତ କରାଯାଇଛି। ଏହାକୁ କୋଲକାତା ଓ ମୁମ୍ବାଇର ପେସାଦାରମାନେ ପ୍ରସ୍ତୁତ କରିଛନ୍ତି। ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନିରୁଦ୍ଧ ରାୟ ଚୌଧୁରୀ ଏବଂ ସମ୍ପାଦକ ଅର୍ଘ୍ୟ କମଲ ମିତ୍ର ଏହି ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଛନ୍ତି। ସତ୍ୟଜିତ ରାୟଙ୍କ କୃତି ସଂରକ୍ଷଣ ସମାଜ ଓ ସନ୍ଦିପ ରାୟ ଏଥିରେ ସହଯୋଗ କରିଛନ୍ତି। ରାୟଙ୍କ ସ୍ମୃତିର ଚିତ୍ର ଉତ୍ତୋଳନ କରିଥିବା ନିମାଇ ଘୋଷଙ୍କ ଚମତ୍କାର ଫଟୋଗ୍ରାଫିକୁ ଏଥିରେ ସାମିଲ କରାଯାଇଛି। ଯାହା ଏହି ମହାନ ଚଳଚ୍ଚିତ୍ର ନିର୍ମାତାଙ୍କ କାର୍ଯ୍ୟକୁ ପ୍ରଦର୍ଶିତ କରୁଛି। ଦିଲ୍ଲୀ ଆର୍ଟ ଗ୍ୟାଲେରି ସହଯୋଗରେ ଏହାକୁ ପ୍ରସ୍ତୁତ କରାଯାଇଛି।

ସେ ଆହୁରି କହିଥିଲେ ଯେ ପଥେର ପାଞ୍ଚାଲି, ଚାରୁଲତା, ତିନ କନ୍ୟା, ସୋନାର କେଲ୍ଲା ଓ ଆପୁ ଟ୍ରାୟୋଲୋଜି ଭଳି ଚଳଚ୍ଚିତ୍ର ଜରିଆରେ ସତ୍ୟଜିତ ରାୟ ଆମ ସ୍ମୃତିରେ ଜୀବନ୍ତ ହୋଇ ରହିଛନ୍ତି। ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ସହିତ ସତ୍ୟଜିତ ରାୟଙ୍କ ଜନ୍ମଶତବାର୍ଷିକୀ ସମାରୋହ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀ ରାଘବେନ୍ଦ୍ର ସିଂ କହିଥିଲେ।

ଏହି ଅବସରରେ ଡିଏମସିଏସର ଅଫିସିଆଲ ଫେସବୁକ ପେଜ ଓ ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ କରାଯାଇଥିଲା।  ଏଥିରେ ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ବିଭିନ୍ନ କାର୍ଯ୍ୟକଳାପ ପ୍ରଦର୍ଶିତ କରାଯିବ ନିମ୍ନୋକ୍ତ ଲିଙ୍କକୁ ଯାଇ ଦର୍ଶକମାନେ ଏହାକୁ ଦେଖିପାରିବେ, ଲାଇକ ଓ ଫଲୋ କରିପାରିବେ।

ଫେସବୁକ ପେଜ : https://www.facebook.com/A-Ray-of-Genius-Satyajit-Ray-Centenary-Celebrations-110004454032751/

ୟୁ ଟ୍ୟୁବ ଚ୍ୟାନେଲ

: https://www.youtube.com/channel/UC3fwhFWVAjAXV5-T7q76Aaw/?guided_help_flow=5

ଟୁଇଟର ହ୍ୟାଣ୍ଡେଲ: https://twitter.com/a_dmcs

 

**********


(रिलीज़ आईडी: 1620514) आगंतुक पटल : 153
इस विज्ञप्ति को इन भाषाओं में पढ़ें: English , Punjabi , Tamil , Telugu , Marathi , Urdu , हिन्दी , Bengali , Manipuri