ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ
ଶ୍ରୀ ଚିତ୍ରା ଦ୍ଵାରା କୋଭିଡ-19 ପରୀକ୍ଷଣ ଲାଗି ଦୁଇ ପ୍ରକାରର ସ୍ଵାବ ଓ ଭାଇରାଲ ଟ୍ରାନ୍ସପୋର୍ଟ ମିଡିୟମ ବିକଶିତ
प्रविष्टि तिथि:
02 MAY 2020 6:39PM by PIB Bhubaneshwar
ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନ ଏକ ସ୍ଵାୟତ୍ତ ପ୍ରତିଷ୍ଠାନ ଶ୍ରୀ ଚିତ୍ରା ତିରୁନାଲ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସେସ ଆଣ୍ଡ ଟେକ୍ନୋଲୋଜି (ଏସସିଟିଆଇଏମଏସଟି)ର ପ୍ରଯୁକ୍ତି ବିଶେଷଜ୍ଞମାନେ କୋଭିଡ-19 ପରୀକ୍ଷଣ ନିମନ୍ତେ ଦୁଇ ପ୍ରକାରର ସ୍ଵାବ ଓ ଭାଇରାଲ ଟ୍ରାନ୍ସପୋର୍ଟ ମିଡିୟମ ବିକଶିତ କରିଛନ୍ତି ।
ଚିତ୍ରା ଏମ୍ବେଡ ଫ୍ଲୋକଡ ନାଇଲନ ସ୍ଵାବ (ମାଲେଲିଲ ଇଣ୍ଡଷ୍ଟ୍ରିଜ ପ୍ରାଃ ଲିଃ ଦ୍ଵାରା ମିଳିତ ଭାବେ ବିକଶିତ) ଏବଂ ଚିତ୍ରା ଏନମେଶ, ପଲିମେରିକ ଫୋମ ଟିପ୍ଡ, ପଟି ମୁକ୍ତ ସ୍ଵାବରେ ମୋଡ଼ି ହେଉଥିବା ପ୍ଲାଷ୍ଟିକ ହ୍ୟାଣ୍ଡେଲ ରହିଛି । ଏହାକୁ ଏସସିଟିଆଇଏମଏସଟିର ଡ. ଲିଣ୍ଡା ଭି ଥୋମାସ, ଡ. ଶ୍ୟାନି ଭେଲାୟୁଧନ ଓ ଡ. ମାୟା ନନ୍ଦକୁମାର ବିକଶିତ କରିଛନ୍ତି। ଏହା ନମୁନା ସଂଗ୍ରହ ଏବଂ ଏହାକୁ ତୁରନ୍ତ ପୃଥକ କରି ସଫା କରିବା ପରେ ତରଳ ଭାଇରାଲ ମିଡିୟମରେ ପରିଣତ କରିବା କ୍ଷେତ୍ରରେ ଦକ୍ଷତା ଓ ସ୍ପଷ୍ଟତା ପ୍ରମାଣିତ କରିଛି । ଏହି ସ୍ଵାବ ଓ ମିଡିୟମକୁ ଉପଯୋଗ କରି ସଂଗ୍ରହ କରାଯାଇଥିବା ଭାଇରାଲ ଆରଏନଏର ଗୁରୁତ୍ଵପୂର୍ଣ୍ଣ ସୁଧାର ଦେଖିବାକୁ ମିଳିଛି। ଏହି ସ୍ଵାବ ଷ୍ଟେରିଲ ଆକାରରେ ବ୍ୟବହାର ଯୋଗ୍ୟ ଡିଭାଇସରେ ଉପଲବ୍ଧ ହେବ।
ଏହାକୁ ଦକ୍ଷତା ଆଣିବା ଲାଗି ଡିଜାଇନ କରାଯାଇଛି ଏବଂ ରୋଗୀଙ୍କୁ କୌଣସି ଅସୁବିଧାରେ ନପକାଇ ନମୁନା ସଂଗ୍ରହ କ୍ଷେତ୍ରରେ ଏହି ସ୍ଵାବ ବିଶେଷ ସହାୟକ ହୋଇପାରିବ । ଏଗୁଡ଼ିକର ନିରାପଦ ଏବଂ ସୁବିଧାଜନକ ବ୍ରେକପଏଣ୍ଟ କାରଣରୁ ସ୍ଵାସ୍ଥ୍ୟ କର୍ମୀ ସୁରକ୍ଷିତ ଭାବେ ନମୁନାଗୁଡ଼ିକୁ ସଂଗ୍ରହ କରି ପ୍ୟାକିଂ କରିପାରିବେ।
ଦ୍ବିତୀୟ ଉଦ୍ଭାବନ, ଚିତ୍ରା ଭାଇରାନଲ ଟ୍ରାନ୍ସପୋର୍ଟ ମିଡିୟମକୁ ନମୁନା ସଂଗ୍ରହ ପରେ ଏହାକୁ ସୁରକ୍ଷିତ ଭାବେ ପରୀକ୍ଷାଗାରକୁ ନେବା ଲାଗି ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି। ଯାହା ଯାତ୍ରା ସମୟରେ ଭୂତାଣୁ ସକ୍ରିୟ ରଖିବ । ବର୍ତ୍ତମାନ 50ଟି ସ୍ଵାବ ଥିବା 50ଟି ଭାଇରାଲ ଟ୍ରାନ୍ସପୋର୍ଟ ମିଡିୟମ କିଟର ମୂଲ୍ୟ 12,000 ଟଙ୍କା ରହିଛି।
ତୁରନ୍ତ ଉତ୍ପାଦନ ଓ ବିକ୍ରି ଉଦ୍ଦେଶ୍ୟରେ ଉଭୟ ସ୍ଵାବ ଏବଂ ଭାଇରାଲ ଟ୍ରାନ୍ସପୋର୍ଟ ମିଡିୟମକୁ ଦୁଇଟି ଉଦ୍ୟୋଗକୁ ପ୍ରଦାନ କରାଯାଇଛି । ସ୍ଥାନୀୟ କଞ୍ଚାମାଲରେ ପ୍ରସ୍ତୁତ କରାଯାଇଥିବାରୁ ଏହି ଦୁଇଟି ପରୀକ୍ଷଣ କିଟ ଘରୋଇ ଭାବେ ଉପଲବ୍ଧ ହୋଇପାରିବ, ଯାହା ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ସହିତ ପରୀକ୍ଷଣ ଖର୍ଚ୍ଚ ମଧ୍ୟ କମାଇବ।
*************
(रिलीज़ आईडी: 1620512)
आगंतुक पटल : 185