ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

4 ମେ’ 2020ରୁ ଦୁଇ ସପ୍ତାହ ଧରି ଲାଗୁ ହେଉଥିବା ଲକଡାଉନ କାଳରେ ଅରେଞ୍ଜ ଜୋନରେ ଲୋକ ଏବଂ ଯାନବାହାନ ଚାଳାଚଳ ନେଇ ଗୃହ ମନ୍ତ୍ରଣାଳୟର ସ୍ପଷ୍ଟିକରଣ

Posted On: 02 MAY 2020 3:20PM by PIB Bhubaneshwar

କୋଭିଡ-19 ସଂକ୍ରମଣର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିବା ପରେ 4 ମେ’ 2020ରୁ ଆଉ ଦୁଇ ସପ୍ତାହ ଲାଗି ଲକଡାଉନ ଅବଧିକୁ ବୃଦ୍ଧି କରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅରେଞ୍ଜ ଜୋନରେ ଲୋକ ଏବଂ ଯାନବାହାନର ଚଳାଚଳ ନେଇ ସନ୍ଦେହକୁ ଦୂର କରିବା ଲାଗି ନିମ୍ନ ଲିଙ୍କରେ ଥିବା ପ୍ରେସ ବିଜ୍ଞପ୍ତିକୁ ଅନୁସରଣ କରନ୍ତୁ –

https://pib.gov.in/PressReleasePage.aspx?PRID=1620095) ଏସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସ୍ପଷ୍ଟିକରଣ ନିମ୍ନରେ ଦିଆଗଲା-

ଅରେଞ୍ଜ ଜୋନଗୁଡିକରେ ଦେଶସାରା ବନ୍ଦ ରହୁଥିବା କାର୍ଯ୍ୟକଳାପ ସହିତ ଜିଲ୍ଲା ମଧ୍ୟରେ ଏବଂ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ ରହିବ ।

ଏଥିସହିତ ଆଉ ଦୁଇଟି କାର୍ଯ୍ୟକୁ ମଧ୍ୟ କଟକଣା ସହିତ ଅନୁମତି ଦିଆଯାଇଛି । ସେଗୁଡିକ ହେଉଛି –

  • ଡ୍ରାଇଭର ଏବଂ ଦୁଇଜଣ ପାସେଞ୍ଜରଙ୍କୁ ନେଇ ଟାକସି ଓ କେବ ଚଳାଚଳକୁ ଅନୁମତି
  • ଅନୁମତି ମିଳିଥିବା କାର୍ଯ୍ୟ ପାଇଁ ଉଭୟ ବ୍ୟକ୍ତି ଓ ଯାନବାହନକୁ ଆନ୍ତଃଜିଲ୍ଲା ଚଳାଚଳ ପାଇଁ ଅନୁମତି ମିଳିବ ଏହି କ୍ଷେତ୍ରରେ ଚାରିଚକିଆ ଯାନରେ ଡ୍ରାଇଭର ସହିତ ଅତି ବେଶୀରେ ଦୁଇଜଣ ଯାତ୍ରୀ ଯାତ୍ରା ଯାଇପାରିବେ

ଅରେଞ୍ଜ ଜୋନରେ ଅନ୍ୟ ସମସ୍ତ କାର୍ଯ୍ୟକଳାପକୁ ବିନା କଟକଣାରେ ଅନୁମତି ମିଳିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସ୍ଥାନୀୟ ସ୍ଥିତିର ସମୀକ୍ଷା ଅନୁସାରେ ଅନୁମତି ମିଳିଥିବା କାର୍ଯ୍ୟକଳାପ ସଂଖ୍ୟାକୁ କମ କରିପାରିବେ ।

 

**********



(Release ID: 1620433) Visitor Counter : 226