କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ଗ୍ରୀନ, ଅରେଞ୍ଜ ଓ ରେଡ ଜୋନରେ କ୍ୟାଟ ଦ୍ୱାରା ମାମଲାର ଶୁଣାଣି ପାଇଁ ନୂଆ ନିର୍ଦ୍ଦେଶାବଳୀ

Posted On: 02 MAY 2020 1:25PM by PIB Bhubaneshwar

କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (CAT) ନୂଆଦିଲ୍ଲୀର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଲକଡାଉନ ଘୋଷଣା ଅନୁସାରେ କ୍ୟାଟର ପ୍ରମୁଖ ବେଞ୍ଚ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ଥିବା ବେଞ୍ଚ ସମୂହର କାର୍ଯ୍ୟ 2020 ମାର୍ଚ୍ଚ 24ରୁ ବନ୍ଦ ରଖାଯାଇଥିଲା2020 ଏପ୍ରିଲ 14ରେ ଜାରି ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ବେଞ୍ଚ ଗୁଡିକର କାମକୁ ଚଳିତ ମାସ 3 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମେ 1 ତାରିଖରେ ଜାରି ପରିବର୍ଦ୍ଧିତ ନିର୍ଦ୍ଦେଶରେ କରୋନା ମହାମାରୀର ସଂକ୍ରମଣର ପ୍ରକୋପକୁ ବିଚାରକୁ ନିଆଯାଇ ଦେଶର ବିଭିନ୍ନ ଜିଲ୍ଲାକୁ ରେଡ, ଅରେଞ୍ଜ ଗ୍ରୀନ ଜୋନରେ ବିଭକ୍ତ କରାଯାଇଛିଏହି ସବୁ ଅଞ୍ଚଳ ସ୍ଥିତିକୁ ଦେଖି ଲକଡାଉନରେ କୋହଳ କରାଯିବା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛିଏସବୁ ବିଚାରକୁ ନେଇ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣର କାର୍ଯ୍ୟ ପୁନର୍ବାର ଆରମ୍ଭ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛିକେଉଁ ଜୋନରେ ଥିବା କ୍ୟାଟ ବେଞ୍ଚ କିପରି କାର୍ଯ୍ୟ କରିବ ତାହା ନିମ୍ନମତେ ଉଲ୍ଲେଖ କରାଯାଇଛି

ଗ୍ରୀନ ଜୋନରେ ଥିବା କ୍ୟାଟର ବେଞ୍ଚ/କୋର୍ଟଗୁଡିକ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ଏବଂ ସେଠାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶ ମୁତାବକ ସାମାଜିକ ଦୂରତ୍ୱ ରକ୍ଷା, ବିଶୋଧନ ପରିଚ୍ଛନ୍ନତାକୁ କଡାକଡି ପାଳନ କରାଯିବଏସବୁ ବେଞ୍ଚ/କୋର୍ଟରେ କେହି କାହାରି ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବେ ନାହିଁସଂପୃକ୍ତ ଅଞ୍ଚଳର ହାଇକୋର୍ଟରେ ଯେଉଁ ସୁରକ୍ଷା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବ ତାହାକୁ ଯଥା ସମ୍ଭବ କ୍ୟାଟ ବେଞ୍ଚଗୁଡିକ ପାଳନ କରିବେବାର ଆସୋସିଏସନର ସଭାପତିଙ୍କ ପରାମର୍ଶକ୍ରମେ ସଂପୃକ୍ତ ବେଞ୍ଚର ବିଭାଗୀୟ ମୁଖ୍ୟ ଏହି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେବେଞ୍ଚର ସୁରକ୍ଷା ପରିଚ୍ଛନ୍ନତା, କର୍ମଚାରୀଙ୍କ ସୁବିଧା ଆଦି ସଂକ୍ରାନ୍ତ ତଥ୍ୟ ମତାମତ (ଫିଡବ୍ୟାକ) ବେଞ୍ଚର ରେଜିଷ୍ଟ୍ରାରଙ୍କଠାରୁ ସଂଗ୍ରହ କରାଯିବ ସଂକ୍ରାନ୍ତରେ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରମୁଖ ବେଞ୍ଚର ରେଜିଷ୍ଟ୍ରାରଙ୍କୁ ପଠାଯିବ

ରେଡ ଜୋନ ବା ଲକଡାଉନ ଅରେଞ୍ଜ ଜୋନରେ ଥିବା ବେଞ୍ଚରେ କେବଳ ଜରୁରି ମାମଲାଗୁଡିକୁ -ମେଲରେ ରୁଜୁ କରିହେବଏଥିପାଇଁ ସଂପୃକ୍ତ ବେଞ୍ଚର ରେଜିଷ୍ଟ୍ରାରଙ୍କ ସହ ପ୍ରଥମେ ଯୋଗାଯୋଗ କରିବାକୁ ପଡିବସଂପୃକ୍ତ ରେଜିଷ୍ଟ୍ରାର ମାମଲା ସମ୍ପର୍କରେ ଅବଗତ ହେବାପରେ ସେ ସଂପୃକ୍ତ ଓକିଲ କିମ୍ବା ପକ୍ଷଙ୍କୁ -ମେଲ ଆଇଡି ଦେବେରେଜିଷ୍ଟ୍ରାର ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ଆବେଦନ ଠିକଠାକ ଅଛି ଏବଂ ଏହାର ଜରୁରି ବିଚାର ଆବଶ୍ୟକ, ତା ହେଲେ ସେକଥା ବେଞ୍ଚର ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇବେମାମଲାର ବିଚାର ତୁରନ୍ତ ହେବ କି ନାହିଁ ତାହାର ଚୂଡାନ୍ତ ନିଷ୍ପତ୍ତି ବିଭାଗୀୟ ମୁଖ୍ୟ କରିବେମାମଲା ଯଦି ବିଚାର ହେବାକୁ ଯୋଗ୍ୟ ବିବେଚିତ ହୁଏ, ତାହା CISCO WEBEX ଅନଲାଇନ ଭିଡିଓ କନଫରେନ୍ସ ବ୍ୟବସ୍ଥାରେ କରାଯିବ

ସଂକ୍ରାନ୍ତ ସବିଶେଷ କାର୍ଯ୍ୟ ପଦ୍ଧତି ସଂପୃକ୍ତ ବେଞ୍ଚର ବିଭାଗୀୟ ମୁଖ୍ୟ, ପ୍ରମୁଖ ବେଞ୍ଚର ରେଜିଷ୍ଟ୍ରୀ ସହ ପରାମର୍ଶ କ୍ରମେ ତିଆରି କରିବେଭିଡିଓ କନଫରେନ୍ସରେ ଅଂଶଗ୍ରହଣକାରୀଙ୍କୁ ଉପଯୁକ୍ତ ପୋଷାକ ପରିଧାନ କରିବାକୁ ପଡିବପରିଧେୟରେ କୌଣସି ତ୍ରୁଟି ଯେପରି ରହେ ତାହାକୁ ନିଶ୍ଚିତ କରିବାକୁ ହେବ

ସଂପୃକ୍ତ ବେଞ୍ଚର ବାର ଆସୋସିଏସନର ସଦସ୍ୟମାନେ ଯଦି ବିଚାରଧୀନ ମାମଲାଗୁଡିକର ଶୁଣାରି ଏହି ବ୍ୟବସ୍ଥାରେ କରିବାକୁ ରାଜି ହୁଅନ୍ତି ତା ହେଲେ ରେଜିଷ୍ଟ୍ରୀଙ୍କୁ ମାମଲାଗୁଡିକୁ ଚିହ୍ନଟ କରିବାକୁ ହେବଏହା ପରେ ବିଭିନ୍ନ ତାରିଖରେ ମାମଲାଗୁଡିକର ବିଚାର ଏହି ବ୍ୟବସ୍ଥାରେ କରାଯିବଦୈନନ୍ଦିନ ଭିତ୍ତିରେ କେଉଁ ମାମଲାର ବିଚାର କେବେ ହେବେ ତାହା ବେଞ୍ଚର ବିଭାଗୀୟ ମୁଖ୍ୟ ଚୂଡାନ୍ତ କରିବେ

ଏହି ବ୍ୟବସ୍ଥା 2020 ମେ 17 ତାରିଖ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ

 

******************


(Release ID: 1620389) Visitor Counter : 222