ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଅପ୍ରେଲ 2020ରେ ଏଫସିଆଇ ପକ୍ଷରୁ 60 ଲକ୍ଷ ଟନରୁ ଊର୍ଦ୍ଧ୍ଵ ଖାଦ୍ୟଶସ୍ୟ ପ୍ରେରଣ

• ମାସିକ ହାରାହାରି ପରିମାଣ 30 ଲକ୍ଷ ମେଟ୍ରିକ ଟନ୍‌ ଠାରୁ ଏହା ଦୁଇଗୁଣ
• ଖାଉଟି ରାଜ୍ୟମାନଙ୍କରେ ଚଳିତ ମାସ ଭିତରେ 58 ଏଲଏମଟି ଷ୍ଟକ୍‌ ଖଲାସ
• ବିହାରକୁ ସର୍ବାଧିକ 7.7 ଏଲଏମଟି ଏବଂ କର୍ଣ୍ଣାଟକକୁ 7 ଏଲଏମଟି ଖାଦ୍ୟଶସ୍ୟ ଯୋଗାଣ
• ଦେଶରେ ଗହମ ସଂଗ୍ରହ ମାତ୍ରା 130 ଏଲଏମଟିକୁ ଟପିଲା, ପଞ୍ଜାବରେ ସର୍ବାଧିକ 68 ଏଲଏମଟି ଗହମ ସଂଗ୍ରହ

Posted On: 30 APR 2020 6:45PM by PIB Bhubaneshwar

ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ଅପ୍ରେଲ 2020ରେ ସର୍ବାଧିକ 60 ଲକ୍ଷ ମେଟି୍ରକ୍‌ ଟନ୍‌ (ଏଲଏମଟି) ଖାଦ୍ୟଶସ୍ୟ ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚାଯାଇଛି ଯାହାକି ଗୋଟିଏ ମାସରେ ସର୍ବାଧିକ  ।ଏହା ପୂର୍ବରୁ 2014 ମାର୍ଚ୍ଚ ମାସରେ 38 ଏଲଏମଟି ଖାଦ୍ୟଶସ୍ୟ ବିତରଣ କରାଯାଇଥିବାର ରେକର୍ଡ଼ ଥିଲା । ପୂର୍ବରୁ ଥିବା ରେକର୍ଡ଼ ଚଳିତ ରେକର୍ଡ଼ ତୁଳନାରେ ମାତ୍ର 57% । ଏହା ସ୍ୱାଭାବିକ ସମୟରେ ବିତରଣ କରାଯାଉଥିବା ଖାଦ୍ୟଶସ୍ୟ ବିତରଣ ପରିମାଣର ଦୁଇଗୁଣ । ସାଧାରଣ ସମୟରେ ଏଫସିଆଇ ମାସକୁ 30 ଏଲଏମଟି ଖାଦ୍ୟଶସ୍ୟ ବିଭିନ୍ନ ରାଜ୍ୟକୁ ଯୋଗାଇଥାଏ । ଏହି ପରିମାଣର ଖାଦ୍ୟଶସ୍ୟ ପ୍ରେରଣ ମଧ୍ୟରେ ସଡ଼କ ପଥରେ 1 ଏଲଏମଟି ଖାଦ୍ୟଶସ୍ୟ କଶ୍ମୀର ଉପତ୍ୟକା, ଲେହ ଓ ଲଦାଖକୁ ମଧ୍ୟ ପଠାଯାଇଛି ଏବଂ ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟ ଭଳି ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ 0.81 ଏଲଏମଟି ପ୍ରେରଣ କରାଯାଇଛି । ପ୍ରାୟ 0.1 ଏଲଏମଟି ଷ୍ଟକ୍‌ ଆଣ୍ଡାମାନ ଓ ଲାକ୍ଷାଦ୍ୱୀପକୁ ସମୁଦ୍ରପଥରେ ପ୍ରେରଣ କରାଯାଇଛି ।

କୋଭିଡ଼-19 ମହାମାରୀ ଯୋଗୀ ଉତ୍ପନ୍ନ ପରିସ୍ଥିତି ଦୃଷ୍ଟିରୁ, ଏଫସିଆଇ ଅପ୍ରେଲ 2020ରେ ବିଭିନ୍ନ ଖାଉଟି ରାଜ୍ୟମାନଙ୍କରେ 58 ଏଲଏମଟି ଖାଦ୍ୟଶସ୍ୟ ଖଲାସ କରାଯାଇଛି । ସେଥିମଧ୍ୟରୁ ବିହାର ସର୍ବାଧିକ 7.7 ଏଲଏମଟି ପାଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକ 7 ଏଲଏମଟି ଖାଦ୍ୟଶସ୍ୟ ପାଇଛି । କୋଭିଡ଼-19 ମହାମାରୀ ପରିସ୍ଥିତି ଏବେସୁଦ୍ଧା ଗମ୍ଭୀର ରହିଥିବା ଯୋଗୁ ତଥା ସଦାବେଳେ ନୂଆ ନୂଆ ହଟ୍‌ ସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହେଉଥିବା ହେତୁ, ସେଭଳି ସ୍ଥାନରେଏଭଳି ଖାଦ୍ୟଶସ୍ୟ ଯୋଗାଣ କେନ୍ଦ୍ରଠାରେ ତାହା ପହଞ୍ଚାଇବା ବାସ୍ତବିକ ଏକ ଚାଲେଞ୍ଜରେ ପରିଣତ ହୋଇଛି । ତେବେ ଏଫସିଆଇ କରୋନା ଆକ୍ରାନ୍ତ କ୍ଷେତ୍ରରେ ସୁଦ୍ଧା ଖାଦ୍ୟଶସ୍ୟ ପହଞ୍ଚାଇ ରାଜ୍ୟମାନଙ୍କର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଜାରି ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏ ଦିଗରେ ରାଜ୍ୟ ସରକାରମାନେ ମଧ୍ୟ ଏଫସିଆଇକୁ ସକ୍ରିୟ ସହଯୋଗ ଯୋଗାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ଏଫସିଆଇ ଗୋଦାମମାନଙ୍କରୁ ଖାଦ୍ୟଶସ୍ୟ ଉଠାଣ ସାମଗ୍ରିକ ଭାବେ କରାଯାଉଛି । ଏହି ଖାଦ୍ୟଶସ୍ୟକୁ କିଲୋ ପିଛା 5 ଟଙ୍କା/ ବ୍ୟକ୍ତିପିଛା ପ୍ରାୟ  80 କୋଟି ଲୋକଙ୍କ ନିକଟରେ ପହଞ୍ଚାଯାଇଛି ।  ରାଜ୍ୟମାନଙ୍କୁ ମଂଜୁର ହୋଇଥିବା ବୋଟ 120 ଏଲଏମଟିର ଏହି 60 ଏଲଏମଟି ଖାଦ୍ୟଶସ୍ୟ ପ୍ରେରଣ 50% । ରାଜ୍ୟ ସରକାରମାନଙ୍କ ଯେକୌଣସି ଖାଦ୍ୟ ଚାହିଦାକୁ ପୂରଣ କରିବା ନିମନ୍ତେ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଫସିଆଇ ଗୋଦାମଗୁଡ଼ିକରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି । ତେଣୁ କୋଭିଡ଼-19 ମହାମାରୀ ଯୋଗୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ତଥା ଆକ୍ରାନ୍ତ ଲୋକଙ୍କୁ ଖାଦ୍ୟ ଯୋଗାଣ ଲାଗି ଏଫସିଆଇ ପ୍ରସ୍ତୁତ ରହିଛି ।

ଇତ୍ୟବସରେ, କେନ୍ଦ୍ରୀୟ ପୁଲ୍‌ କୁ ଗହମ ସଂଗ୍ରହ ପରିମାଣ 130 ଲକ୍ଷ ମେଟ୍ରିକ ଟନ୍‌କୁ ଟପିଛି । ଏଥିରେ ପଞ୍ଜାବରୁ 68 ଏଲଏମଟି ଗହମ ସଂଗ୍ରହ କରାଯାଇଥିବା ବେଳେ ହରିଆଣାରୁ 30 ଏଲଏମଟି ଏବଂ ମଧ୍ୟ ପ୍ରଦେଶରୁ 25 ଏଲଏମଟି ଗହମ ସଂଗ୍ରହ କରାଯାଇଛି । ଖାଦ୍ୟଶସ୍ୟ ସଂଗ୍ରହର ମାତ୍ରା ତ୍ୱରିତ ତଥା ପ୍ରଖର ଥିବାର କେନ୍ଦ୍ରୀୟ ପୁଲ୍‌ରେ ପର୍ଯ୍ୟପ୍ତ ଖାଦ୍ୟଶସ୍ୟ ଭଣ୍ଡାରକରଣ ହୋଇପାରିଛି । ଏନଏଫଏସଏ ତଥା ପିଏମଜିକେଏୱାଇ ସମେତ ବିଭିନ୍ନ ଯୋଜନାରେ 122 ଏଲଏମଟି ଖାଦ୍ୟଶସ୍ୟ ଉଠାଣ ପରେ ସୁଦ୍ଧା ଏବେ ଏଫସିଆଇ ଗୋଦାମରେ ପ୍ରଚୁର ଖାଦ୍ୟଶସ୍ୟ ମହଜୁଦ ରହିଛି ।

 

**********

 



(Release ID: 1619825) Visitor Counter : 153