ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

କୋଭିଡ-19 ପରବର୍ତ୍ତୀ ସମୟରେ ବିଶ୍ୱ ଯୋଗାଣ ଚେନ୍‌ରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବାକୁ ଯାଉଛି: ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ

• ବିଶ୍ୱ ବାଣିଜ୍ୟ କାରବାରର ପ୍ରମୁଖ ଅଂଶ ଭାରତ ହାସଲ କରିବା ଦିଗରେ ପ୍ରୟାସୀ ହେବା ଉଚିତ: ବାଣିଜ୍ୟ ମନ୍ତ୍ରୀ

Posted On: 29 APR 2020 6:12PM by PIB Bhubaneshwar

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ଏବଂ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦେଶର ରପ୍ତାନୀ ପ୍ରୋତ୍ସାହନ ପରିଷଦ (ଇପିସି) ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ନିଜର ମତ ପୋଷଣ କରି ମନ୍ତ୍ରୀ ଶ୍ରୀ ଗୋଏଲ ରପ୍ତାନୀକାରୀମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ସେମାନଙ୍କର ଶକ୍ତି, ସାମର୍ଥ୍ୟ ତଥା ପ୍ରତିଯୋଗୀତାମୂଳକ ସୁବିଧାସୁଯୋଗକୁ ଚିହ୍ନଟ କରିବା ସକାଶେ ଆହ୍ୱାନ ଜଣାଇଛନ୍ତି । ବିଶ୍ୱ ବଜାରରେ ସେମାନେ କିଭଳି ସେଥିରୁ ଫାଇଦା ହାସଲ କରିପାରିବେ ସେ ଦିଗରେ ସେମାନେ ଉପାୟ ସ୍ଥିର କରିବା ଆବଶ୍ୟକ ।  ଶ୍ରୀ ଗୋଏଲ କହିଛନ୍ତି ଯେ କୋଭିଡ-19 ମହାମାରୀ ପରବର୍ତ୍ତୀ ସମୟରେ ବିଶ୍ୱ ବଜାର ଚେନରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବାକୁ ଯାଉଛି । ସେହି ସୁଯୋଗରୁ ଭାରତୀୟ ଶିଳ୍ପପତି ଏବଂ ରପ୍ତାନୀକାରୀମାନେ ପର୍ଯ୍ୟାପ୍ତ ଫାଇଦା ହାସଲ କରିପାରିବେ । ବିଶ୍ୱ ବାଣିଜ୍ୟ କାରବାରର ସିଂହ ଭାଗ ମଧ୍ୟ ହାସଲ କରିପାରିବେ । ଦେଶର ରପ୍ତାନୀକାରୀମାନଙ୍କୁ ଆଶ୍ୱାସନା ଦେଇ ସେ କହିଲେ ଯେ ସରକାର ସେମାନଙ୍କୁ ସକାରାତ୍ମକ ମନୋଭାବର ସହ ସବୁମତେ ସମର୍ଥନ, ସହଯୋଗ ଏବଂ ସୁଯୋଗ ଯୋଗାଇଦେବ । ବିଦେଶରେ ଥିବା ଭାରତୀୟ ମିଶନମାନେ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏଥିପାଇଁ ସରକାର ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବେ କିନ୍ତୁ ତାହା ବିଧିସମ୍ମତ, ଯୁକ୍ତିଯୁକ୍ତ ଏବଂ ଡ଼ବ୍ଲୁଟିଓ-ନୀତି ଆଧାରିତ ହୋଇଥିବା ବାଂଛନୀୟ ।

ଶ୍ରୀ ଗୋଏଲ କହିଲେ ଯେ ତାଙ୍କ ମନ୍ତ୍ରଣାଳୟ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଚିହ୍ନଟ କରିବା କାର୍ଯ୍ୟରେ ନିୟୋଜିତ ଅଛି ଯାହାକି ରପ୍ତାନୀ ବାଣିଜ୍ୟକୁ ଭବିଷ୍ୟତରେ ତୁରନ୍ତ ଆଗକୁ ଆଗେଇ ନେଇପାରିବ । ସେ କହିଲେ ଯେ ଚଳିତ ରବି ଋତୁରେ ବମ୍ଫର ଶସ୍ୟ ଉତ୍ପାଦନ ହେବାକୁ ଯାଉଛି ଏବଂ ଆମର ଭଣ୍ଡାର କ୍ଷମତା ମଧ୍ୟ ଉଛୁଳୁଛି । ସେଭଳି ସମୟରେ, ଏବେ ନୂଆ କଥା ଶୁଣିବାକୁ ମିଳୁଛି ଯେ ଅନେକ ରାଷ୍ଟ୍ରରେ ଖାଦ୍ୟ ଦ୍ରବ୍ୟର ଅଭାବ ଦେଖାଦେଇଛି । ଅନେକ ସ୍ଥାନରେ ଉପଯୁକ୍ତ ଗୁଣାତ୍ମକ ମାନ, ସ୍ୱାଦ ଓ ପରିମାଣର ଖାଦ୍ୟ ମିଳୁନାହିଁ । କାରଣ ବୈଶ୍ୱିକ ମହାମାରୀ କୋଭିଡ-19 ପ୍ରଭାବ ଯୋଗୁ ଯୋଗାଣ ଚେନ୍‌ ବ୍ୟାହତ ହୋଇଛିଏହା କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀର ରପ୍ତାନି ପାଇଁ ରପ୍ତାନୀକାରୀମାନଙ୍କ ନିକଟରେ ଏକ ସୁବର୍ଣ୍ଣ ସୁଯୋଗ । ଏ ଦିଗରେ ରପ୍ତାନି ପ୍ରୋତ୍ସାହନ ପରିଷଦମାନେ ସଦସ୍ୟମାନଙ୍କ ମଧ୍ୟରେ ଗଭୀର ଭାବେ ଆଲୋଚନା କରି କାର୍ଯ୍ୟାନ୍ୱୟନକ୍ଷମ ଏବଂ ରପ୍ତାନୀର ନୂଆ ନୂଆ ଚିନ୍ତାଧାରା ସହ ଆେଗେଇ ଆସିବା ଉଚିତ ।

ଇପିସି କାର୍ଯ୍ୟାଳୟର ଅଧିକାରୀମାନେ ମନ୍ତ୍ରୀଙ୍କ ପ୍ରତି ଏଭଳି ସହଯୋଗର ପ୍ରତିଶ୍ରୁତି ସକାଶେ ସେମାନଙ୍କର କୃତଜ୍ଞତା ଜ୍ଞାପନ କରିଥିଲେ । କୋଭିଡ-19 ମହାମାରୀ ଯୋଗୁ ଉତ୍ପନ୍ନ ସଂକଟର ସମାଧାନ ନିମନ୍ତେ ସରକାରଙ୍କ ସହଯୋଗ ଏବଂ ସମସ୍ତ ପ୍ରକାର ସମସ୍ୟାର ସମୟୋଚିତ ସମାଧାନ ପନ୍ଥା ବାହାର କରିଥିବା ଯୋଗୁ ସେମାନେ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ସେମାନେ ତାଙ୍କୁ ଅନେକ ପ୍ରକାର ପରାମର୍ଶ ମଧ୍ୟ ଦେଇଥିଲେ ଯାହାକି ସେମାନଙ୍କର କାର୍ଯ୍ୟକୁ ଅଧିକ ସରଳ ଓ ସୁଗମ କରିପାରିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଫଆଇଇଓ, ଏଇପିସି, ଏସଆରଟିଇପିସି, ସିଏଲଇ, ଏସଇପିସି, କେମେକ୍ସିଲ୍‌, ଜିଜେଇପିସି, ସିଇପିସି, ସେଫେକ୍ସିଲ, ସିଇପିସିଆଇ, ପିଇପିସିଆଇ, ଫାର୍ମେକ୍ସିଲ୍‌, ଇସିଏସଇପିସି, ଇଇପିସି, ଟିଇପିସି, କାପେକ୍ସିଲ ଏବଂ କେମେକ୍ସିଲ୍‌ର ପ୍ରତିନିଧିମାନେ ସାମିଲ ହୋଇଥିଲେ ।

 

**********


 

 


(Release ID: 1619447)