ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ

ଉତ୍ତର ପୂର୍ବାଞ୍ଚଳର ଆଠଟି ରାଜ୍ୟ ମଧ୍ୟରୁ ପାଞ୍ଚଟି କରୋନା ମୁକ୍ତ : ଜିତେନ୍ଦ୍ର ସିଂହ

ଅନ୍ୟ ତିନିଟିରେ ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 27 APR 2020 6:12PM by PIB Bhubaneswar

ଉତ୍ତର-ପୂର୍ବାଞ୍ଚଳର ଆଠଟି ରାଜ୍ୟ ମଧ୍ୟରୁ ପାଞ୍ଚଟି କରୋନା ମୁକ୍ତ ହୋଇଥିବାବେଳେ ଅବଶିଷ୍ଟ ତିନୋଟିରେ ଗତ କିଛି ଦିନ ହେବ ନୂଆ ସଂକ୍ରମଣ ଘଟଣା ଘଟିନାହିଁ ଏହି ଅଞ୍ଚଳରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଏକ ଭିଡିଓ କନଫରେନସିଂ ବ୍ୟବସ୍ଥାରେ ସମୀକ୍ଷା କରିବା ପରେ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ଯେ ସିକ୍କିମ, ନାଗାଲାଣ୍ଡ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର ଓ ତ୍ରିପୁରା ଏବେ ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଛି ଆସାମ, ମେଘାଳୟ ଓ ମିଜୋରାମରେ ଯଥାକ୍ରମେ 8, 11 ଓ ଜଣେ ଲୋକ ସଂକ୍ରମିତ ହୋଇଥିଲେ ସେମାନଙ୍କର ଚିକିସ୍ଥା ଚାଲିଛି ଏହି ତିନି ରାଜ୍ୟରେ ରବିବାର ସୁଦ୍ଧା କୌଣସି ନୂଆ ସଂକ୍ରମଣ ଘଟଣା ଘଟିନାହିଁ ଉତ୍ତମ ସମନ୍ଵୟ ଓ ଉପଯୁକ୍ତ ପଦକ୍ଷେପ ଯୋଗୁ ଏହି ଅଞ୍ଚଳରେ କରୋନା ସଂକ୍ରମଣ ନିୟନ୍ତ୍ରିତ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ସିଂହ ସମ୍ପୃକ୍ତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ, ଉତ୍ତର-ପୂର୍ବାଞ୍ଚଳ ପରିଷଦ, ପ୍ରାଦେଶିକ ପ୍ରଶାସନ ଓ ନିଜ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏହି ସମୀକ୍ଷା ବୈଠକରେ ଉତ୍ତର-ପୂର୍ବାଞ୍ଚଳର ବିକାଶ ସହିତ ସମ୍ପୃକ୍ତ ବିଭିନ୍ନ ସଂସ୍ଥା ଓ ସଙ୍ଗଠନର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହ ମଧ୍ୟ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟ ସମୂହର ଯେଉଁ ବିକାଶ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି ତାହାଦ୍ଵାରା ସେ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ ସ୍ଥିତିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବ ବୋଲି ଶ୍ରୀ ସିଂହ କହିଛନ୍ତି

 

**********


(ରିଲିଜ ଆଡି: 1618856) ପରିଦର୍ଶକ କାଉଣ୍ଟର : 325