ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ରାପିଡ ଆଣ୍ଟିବଡି ଟେଷ୍ଟ ମୂଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ
Posted On:
27 APR 2020 4:00PM by PIB Bhubaneshwar
ସର୍ବପ୍ରଥମେ, ଆଇସିଏମଆର ଦ୍ୱାରା କ୍ରୟ ନିର୍ଣ୍ଣୟ ନିଆଯାଉଥିବା ପୃଷ୍ଠଭୂମିକୁ ବୁଝିବାର ଆବଶ୍ୟକତା ରହିଛି । କୋଭିଡ-19ର ମୁକାବିଲା ଲାଗି ନମୁନା ପରୀକ୍ଷଣ ସବୁଠୁ ପ୍ରଭାବୀ ଉପାୟ । ତେଣୁ ନମୁନା ପରୀକ୍ଷଣ ବୃଦ୍ଧି ନିମନ୍ତେ ଆଇସିଏମଆର ପକ୍ଷରୁ ସବୁପ୍ରକାରର ପ୍ରୟାସ କରାଯାଉଛି । ଏଥିପାଇଁ ପରୀକ୍ଷଣ କିଟ କ୍ରୟ କରାଯିବା ସହିତ ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପରୀକ୍ଷଣ କିଟର ବ୍ୟାପକ ଚାହିଦା ରହିଛି ଏବଂ ବିଭିନ୍ନ ରାଷ୍ଟ୍ର ଏହାକୁ କିଣିବା ଲାଗି ନିଜର ସମ୍ପୂର୍ଣ୍ଣ ମୌଦ୍ରିକ ଓ କୂଟନୈତିକ ଶକ୍ତିର ଉପଯୋଗ କରୁଛନ୍ତି । ଏଭଳି ଏକ ସମୟରେ ପରୀକ୍ଷଣ କିଟ କ୍ରୟ କରାଯାଉଛି ।
ଏହି କିଟ କ୍ରୟ କରିବା ନିମନ୍ତେ ଆଇସିଏମଆର ପକ୍ଷରୁ ପ୍ରଥମେ ପ୍ରୟାସ କରାଯିବା ସମୟରେ କୌଣସି ଯୋଗାଣକାରୀ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଦ୍ୱିତୀୟ ଥର ପ୍ରୟାସ କରାଯିବା ଉପରେ ଯଥେଷ୍ଟ ପ୍ରତିକ୍ରିୟା ମିଳିଲା । ଏହି ପ୍ରତିକ୍ରିୟାରେ ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖି ଦୁଇଟି କମ୍ପାନୀ ବାୟୋମେଡେମିକ୍ସ ଏବଂ ୱଣ୍ଡଫୋ ଠାରୁ କିଟ କ୍ରୟ ନିମନ୍ତେ ଚୟନ କରାଯାଇଥିଲା । ଉଭୟ କମ୍ପାନୀ ନିକଟରେ ଆବଶ୍ୟକ ଅନ୍ତର୍ଜାତୀୟ ପ୍ରାମାଣିକତା ରହିଥିଲା ।
ୱଣ୍ଡଫୋ ପାଖରୁ ମୂଲ୍ୟାଙ୍କନ ସମିତିକୁ 4ଟି ନିଲାମି ମିଳିଥିଲା ଏବଂ ତଦନୁଯାୟୀ ପ୍ରାପ୍ତ ନିଲାମିରେ ପ୍ରତ୍ୟେକ କିଟର ମୂଲ୍ୟ 1204, 1200, 844 ଓ 600 ଟଙ୍କା ଥିଲା । ସେହି ଅନୁରୂପ 600 ଟଙ୍କାର ପ୍ରସ୍ତାବକୁ ଏଲ 1 ରୂପରେ ବିଚାର କରାଗଲା ।
ଇତିମଧ୍ୟରେ, ଆଇସିଏମଆର ସିଜିଆଇ ଜରିଆରେ ସିଧାସଳଖ ଚୀନର ୱଣ୍ଡଫୋ କମ୍ପାନୀ ଠାରୁ ମଧ୍ୟ କିଟ କ୍ରୟ ପାଇଁ ପ୍ରୟାସ କରିଥିଲା । ତଥାପି, ପ୍ରତ୍ୟକ୍ଷ କ୍ରୟରୁ ପ୍ରାପ୍ତ କୋଟେସନରେ ନିମ୍ନଲିଖିତ ପ୍ରସଙ୍ଗ ରହିଥିଲା:
• ବିନା କୌଣସି ପ୍ରତିବଦ୍ଧତାରେ କୋଟୋସନ ଲଜିଷ୍ଟିକ୍ସ ପ୍ରସଙ୍ଗ ଏଫଓବି (ଫ୍ରି ଅନ ବୋର୍ଡ) ଥିଲା ।
• କୋଟେସନ ବିନା ଗ୍ୟାରେଂଟିରେ 100 ପ୍ରତିଶତ ପ୍ରତ୍ୟକ୍ଷ ଅଗ୍ରୀମ ଆଧାରିତ ଥିଲା ।
• ସମୟସୀମାକୁ ନେଇ କୌଣସି ଗ୍ୟାରେଂଟି ନଥିଲା ।
• ମୂଲ୍ୟ ହ୍ରାସବୃଦ୍ଧି ନିମନ୍ତେ ଆକାଉଂଟିଂ ପାଇଁ କୌଣସି ସର୍ତ୍ତ ବିନା ଦରକୁ ଆମେରିକୀୟ ଡଲାରରେ ରୂପାନ୍ତରିତ କରାଯାଇଥିଲା ।
ତେଣୁ, ୱଣ୍ଡଫୋ ପକ୍ଷରୁ ଅଗ୍ରୀମ ପାଇଁ କୌଣସି ସର୍ତ୍ତ ରଖାନଯାଇ ଏଫଓବି (ଲଜିଷ୍ଟିକ୍ସ) ନିମନ୍ତେ ସମାବେଶୀ ଦର ନିର୍ଦ୍ଧାରଣ କରିଥିବାରୁ ଏହାକୁ ଭାରତର ସ୍ୱତନ୍ତ୍ର କିଟ ବିତରକ ଭାବେ ନିଯୁକ୍ତି ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।
ଏହା ମନେ ରଖିବାର ଆବଶ୍ୟକତା ରହିଛି ଯେ ବର୍ତ୍ତମାନସୁଦ୍ଧା ଏଭଳି କିଟ କ୍ରୟ ନିମନ୍ତେ କୌଣସି ଭାରତୀୟ ଏଜେନ୍ସୀ ପକ୍ଷରୁ ଏହା ଥିଲା ପ୍ରଥମ ପ୍ରୟାସ । ନିଲାମକାରୀଙ୍କ ଦ୍ୱାରା ଉଦ୍ଧୃତ କରାଯାଇଥିବା ଦର ହିଁ ଏକମାତ୍ର ସନ୍ଦର୍ଭ ବିନ୍ଦୁ ଥିଲା ।
କେତେକ ଯୋଗାଣ ପାଇବା ପରେ ଆଇସିଏମଆର ପୁଣିଥରେ କ୍ଷେତ୍ରୀୟ ସ୍ଥିତିରେ ଏସବୁ କିଟଗୁଡ଼ିକର ଗୁଣବତା ଯାଞ୍ଚ କରିଥିଲା । ଏଗୁଡ଼ିକର ପ୍ରଦର୍ଶନକୁ ବୈଜ୍ଞାନିକ ଦୃଷ୍ଟିରୁ ମୂଲ୍ୟାଙ୍କନ କରାଯିବା ପରେ ଅନ୍ୟ କିଟ ତୁଳନାରେ ଏହାକୁ କମ ପ୍ରଭାବକାରୀ ବୋଲି ଜାଣିବା ପରେ ୱଣ୍ଡଫୋର ଏହି ବିବାଦୀୟ ଅର୍ଡରକୁ ବାତିଲ କରି ଦିଆଯାଇଥିଲା ।
ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ଯେ ଆଇସିଏମଆର ଏହି ଯୋଗାଣ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ଅର୍ଥ ପରିଶୋଧ କରିନାହିଁ । ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯିବା କାରଣରୁ (ଶତ ପ୍ରତିଶତ ଅଗ୍ରୀମ ଅର୍ଥରାଶି ସହିତ କ୍ରୟ କରାନଯିବା) ଭାରତ ସରକାରଙ୍କର ଗୋଟିଏ ଟଙ୍କା ସୁଦ୍ଧା କ୍ଷତି ହୋଇନାହିଁ ।
**********
(Release ID: 1618767)
Visitor Counter : 277
Read this release in:
Punjabi
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam