ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 22 APR 2020 7:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ଡଃ ଲିଓ ବାରାଡକରଙ୍କ ସହ ଟେଲିଫୋନରେ କୋଭିଡ-19 ମହାମାରୀ ସଂକ୍ରମଣ ଏବଂ ଏହାଦ୍ଵାରା ଦୁଇ ଦେଶର ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ପଡିଥିବା ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି କି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ମଧ୍ୟ ଆଲୋଚନା କରିଥିଲେ  

ଆୟର୍ଲାଣ୍ଡରେ ସଂକ୍ରମଣ ବିରୁଦ୍ଧରେ ଭାରତୀୟ ଡାକ୍ତର ଏବଂ ନର୍ସମାନଙ୍କ ଭୂମିକାକୁ  ପ୍ରଧାନମନ୍ତ୍ରୀ ବାରାଡକର ପ୍ରଶଂସା କରିଥିଲେ ଆୟର୍ଲାଣ୍ଡରେ ରହିଥିବା ଭାରତୀୟଙ୍କୁ ସୁରକ୍ଷା ଓ ସହଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ବରାଡକରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତରେ ରହିଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ସେଭଳି ସୁବିଧା ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଥିଲେ ।

ଭାରତ ଏବଂ ଆୟର୍ଲାଣ୍ଡ ଔଷଧ ଏବଂ ଚିକିତ୍ସା କ୍ଷେତ୍ରରେ ନିଜ ନିଜ କ୍ଷମତା ଅନୁସାରେ ଏହି ମହାମାରୀ ଲଢାଇରେ ଅଂଶଗ୍ରହଣ କରିବେ । କୋଭିଡ ପର ପରିସ୍ଥିତିରେ ଆୟର୍ଲାଣ୍ଡ ସହିତ EUକୁ ମଧ୍ୟ ଭାରତର ସହଯୋଗକୁ ମଜବୁତ କରିବା ନେଇ ଉଭୟ ନେତା ବିଚାରବିମର୍ଶ କରିଥିଲେ ।

ଏଭଳି ସଂକଟରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଦେଶ ସମ୍ପର୍କରେ ରହିବା ସହିତ ପରାମର୍ଶ ଆଦାନ ପ୍ରଦାନ କରିବା ନେଇ ଉଭୟ ନେତା ସହମତି ଜଣାଇଥିଲେ ।

 

**********


(रिलीज़ आईडी: 1617369) आगंतुक पटल : 296
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam