ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କୋଭିଡ-19 ସମେତ 10.02 ଲକ୍ଷ ଦାବିର ସମାଧାନ କଲା କର୍ମଚାରୀ ଭବିଷ୍ୟନିଧି ସଂଗଠନ

• କୋଭିଡ-19ର 1,954 କୋଟି ଟଙ୍କାର ଦାବି ସମେତ ମୋଟ ଦେୟ ପଇଠ 3,600 କୋଟି ଟଙ୍କା
• ତ୍ଵରିତ ସମାଧାନ ପାଇଁ ତିଆରି କରାଯାଇଥିବା ସ୍ଵତନ୍ତ୍ର ସଫ୍ଟୱେର ଜରିଆରେ ମାତ୍ର 3 ଦିନ ମଧ୍ୟରେ ସମାଧାନ ହୋଇପାରିଛି ଶତକଡା 90 ଭାଗ କୋଭିଡ-19 ଦାବି

Posted On: 22 APR 2020 5:21PM by PIB Bhubaneshwar

ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ମାତ୍ର 15 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ 6.06 ଲକ୍ଷ କୋଭିଡ-19 ଦାବି ସମେତ ମୋଟ 10.02 ଲକ୍ଷ ଦାବିର ସମାଧାନ କରିପାରିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଅଧିନସ୍ଥ 1,954 କୋଟି ଟଙ୍କାର କୋଭିଡ-19 ଦାବି ସମେତ ସଂଗଠନ 3,600.85 କୋଟି ଟଙ୍କାର ଦେୟ ପ୍ରଦାନ କରିଛି ।

ଲକଡାଉନ ଯୋଗୁଁ ମାତ୍ର ଏକ ତୃତୀୟାଂଶ କର୍ମଚାରୀ କାର୍ଯ୍ୟରେ ଯୋଗଦେଇଥିବା ବେଳେ କୋଭିଡ-19 ଦାବି ଅନ୍ତର୍ଗତ ଶତକଡା 90 ଭାଗ ମାମଲା ମାତ୍ର 3ଟି କାର୍ଯ୍ୟକାରୀ ଦିବସ ମଧ୍ୟରେ ସମାଧାନ ହୋଇପାରିଛି । ବିକଶିତ ସ୍ଵତନ୍ତ୍ର ସଫ୍ଟୱେର ଯୋଗୁଁ ଏପରି ତ୍ଵରିତ ଦେୟ ପ୍ରଦାନ ସମ୍ଭବପର ହୋଇପାରିଛି ।

କେନ୍ଦ୍ର ସରକାର ଗତ ମାସ 26 ତାରିଖ ଦିନ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଇପିଏଫ ଯୋଜନାରେ କୋଭିଡ-19 ମହାମାରୀର ମୁକାବିଲା ପାଇଁ ଅର୍ଥ ଉଠାଣ ପାଇଁ ସରକାର ଘୋଷଣା କରିଥିଲେ । ଇପିଏଫ ଯୋଜନାର ସ୍ଵତନ୍ତ୍ର ଅନୁଚ୍ଛେଦ 68ଏଲ(3) ବଳରେ ଏକ ଜରୁରି ବିଜ୍ଞପ୍ତି ପ୍ରବର୍ତ୍ତନ କରାଯାଇ ଏହି ଅର୍ଥ ଉଠାଣ ପାଇଁ ଅନୁମତି ଦିଆଯାଇଥିଲା । ଏଥିରେ 3 ମାସର ମୂଳ ବେତନ ଏବଂ ଡିଏ ବା ଶତକଡା 75 ଭାଗ ଅର୍ଥ ବା ଯେଉଁଟି ସର୍ବନିମ୍ନ ତାହା ଉଠାଣ ପାଇଁ ପ୍ରତି ସଦସ୍ୟଙ୍କୁ ଅନୁମତି ଦିଆଯାଇଥିଲା ।

ଇପିଏଫଓ କୋଭିଡ-19 ଆଗୁଆ ଦାବି ଅନଲାଇନ ଜରିଆରେ ଉଠାଣ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଥିଲା । ଉମଙ୍ଗ ଆପ ଜରିଆରେ ମୋବାଇଲ ଫୋନ ଦ୍ଵାରା ଏହି ଦାବି ଉଠାଣ ପାଇଁ ମଧ୍ୟ ସୁବିଧା ଥିଲା ଇପିଏଫଓ ଏଭଳି କଠିନ ପରିସ୍ଥିତିରେ ନିଜର କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇଥିବାରୁ ଏହା କର୍ମଚାରୀଙ୍କୁ ସାହାଯ୍ୟ କରିଥିଲା ।

 

**********

 

 



(Release ID: 1617268) Visitor Counter : 212