କ୍ୟାବିନେଟ
ପିଏମ କିଷାନ ଯୋଜନାରେ ତଥ୍ୟର ଆଧାର ସିଡିଂ ବାଧ୍ୟତାମୂଳକ ନିୟମ କୋହଳ ଅବଧି ସମ୍ପ୍ରସାରଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
• ଆସାମ, ମେଘାଳୟ ସମେତ ଜମ୍ମୁ କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ପ୍ରଦେଶର ହିତାଧିକାରୀଙ୍କୁ ମିଳିବ ଏହାର ସୁବିଧା
प्रविष्टि तिथि:
22 APR 2020 3:46PM by PIB Bhubaneshwar
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅନ୍ତର୍ଗତ ତଥ୍ୟର ଆଧାର ସିଡିଂ ବାଧ୍ୟତାମୂଳକ କରାଯିବା ନିୟମକୁ ଆହୁରି କିଛି ଦିନ ପାଇଁ କୋହଳ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ସୁବିଧା ଆସାମ, ମେଘାଳୟ ରାଜ୍ୟ ତଥା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ପ୍ରଦେଶର ହିତାଧିକାରୀଙ୍କ ପାଇଁ ଲାଗୁ ହେବ। ପୂର୍ବରୁ ଏହି ନିୟମର ଅବଧି 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ଥିଲା। ଏବେ ଏପ୍ରିଲ ପହିଲା ପରେ ମଧ୍ୟ ଉପରୋକ୍ତ ରାଜ୍ୟ ଓ ତଥା କେନ୍ଦ୍ରଶାସିତ ପ୍ରଦେଶର ହିତାଧିକାରୀମାନେ ଡାଟାର ଆଧାର ସିଡିଂ ବିନା ପିଏମ କିଷାନ ଯୋଜନାର ଲାଭ ପାଇପାରିବେ।
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 24 ଫେବୃଆରୀ, 2019ରେ ଶୁଭାରମ୍ଭ କରାଯାଇଥିଲା। କେତେକଙ୍କୁ ବାଦଦେଲେ, ଏହି ଯୋଜନା ଅଧୀନରେ ଚାଷ ଉପଯୋଗୀ ଜମି ଥିବା ଦେଶର ସମସ୍ତ କୃଷକ ପରିବାରଙ୍କୁ ଆୟ ସମର୍ଥନ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଯୋଜନା ଅନ୍ତର୍ଗତ ପ୍ରତ୍ୟେକ 4 ମାସରେ ଥରେ 2000 ଟଙ୍କା ଲେଖାଏଁ ବାର୍ଷିକ 6000 ଟଙ୍କାର ସହାୟତା ରାଶି ଜାରି କରାଯାଉଛି। ଏହି ଯୋଜନା 1 ଡିସେମ୍ବର 2018 ଠାରୁ ଲାଗୁ ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଅପଲୋଡ କରାଯାଇଥିବା ହିତାଧିକାରୀଙ୍କ ଆଧାର ସିଡେଡ ତଥ୍ୟ ଆଧାରରେ ଏହି ଯୋଜନାରେ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଇଆସୁଛି। ତେବେ କେତେ ନିର୍ଦ୍ଦିଷ୍ଟ କାରଣରୁ ଆଧାର ସିଡିଂ ନିୟମ ଆସାମ, ମେଘାଳୟ ରାଜ୍ୟ ତଥା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ପାଇଁ 31, ମାର୍ଚ୍ଚ, 2020 ପର୍ଯ୍ୟନ୍ତ କୋହଳ କରାଯାଇଥିଲା।
ବର୍ତ୍ତମାନ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ହିତାଧିକାରୀଙ୍କ ପାଇଁ ପୁଣିଥରେ ଆଧାର ସିଡିଂ ବାଧ୍ୟତାମୂଳକ ନିୟମ କୋହଳ କରାଯିବା କାରଣରୁ ସେମାନେ ଏପ୍ରିଲ ପହିଲା ପରେ ମଧ୍ୟ ଏହି ଯୋଜନାରେ ଅର୍ଥରାଶିର ଲାଭ ପାଇପାରିବେ।
ଏହି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ହିତାଧିକାରୀ କୃଷକମାନଙ୍କୁ 8.4.2020 ସୁଦ୍ଧା ସର୍ବନିମ୍ନ ଗୋଟିଏ କିସ୍ତି ପଇଠ କରାଯାଇଛି। ଆସାମରେ 27,09,586 ହିତାଧିକାରୀ, ମେଘାଳୟରେ 98,915 ହିତାଧିକାରୀ ଓ ଲଦାଖ ସମେତ ଜମ୍ମୁ ଓ କଶ୍ମୀରରେ 10,01,668 ହିତାଧିକାରୀ ରହିଛନ୍ତି।
************
(रिलीज़ आईडी: 1617233)
आगंतुक पटल : 168
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam