ପର୍ଯ୍ୟଟନ ମନ୍ତ୍ରଣାଳୟ

କରୋନା ମହାମାରୀ ଯୋଗୁ କୌଣସି ହୋଟେଲ ବା ରେଷ୍ଟୁରାଣ୍ଟ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ କୌଣସି ପତ୍ର ଜାରି କରିନାହାନ୍ତି

प्रविष्टि तिथि: 22 APR 2020 2:01PM by PIB Bhubaneshwar

ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କୌଣସି ହୋଟେଲ ରେଷ୍ଟୁରାଣ୍ଟ ଖୋଲିବ ନାହିଁ ବୋଲି ଏକ ଗୁଜବ ପର୍ଯ୍ୟଟନ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଛିମନ୍ତ୍ରଣାଳୟ ନାଁରେ ସଂକ୍ରାନ୍ତରେ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହା ସମଗ୍ର ପର୍ଯ୍ୟଟନ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛିଏପରି କୌଣସି ଚିଠି ଜାରି କରାଯାଇ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଲୋକମାନେ ଏଭଳି  ମିଥ୍ୟା ଖବରକୁ ବିଶ୍ୱାସ କରିବାକୁ କୁହାଯାଇଛି

ପର୍ଯ୍ୟଟନ ମନ୍ତ୍ରଣାଳୟ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେବା ସହ ମୁମ୍ବାଇ  ପୁଲିସର ସାଇବର ଅପରାଧ ଶାଖାରେ ଅଭିଯୋଗ ଦାଖଲ ମଧ୍ୟ କରିଛିପତ୍ର ସୂଚନା କାର୍ଯ୍ୟାଳୟର ଫାକ୍ଟ ଚେକ ୟୁନିଟ ମଧ୍ୟ କିଛି ଦିନ ପୂର୍ବେ ଖବର ସତ ନୁହେଁ ବୋଲି ଜଣାଇବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ମିଥ୍ୟା ଅପପ୍ରଚାର କରାଯାଉଛିପିଆଇବି ଫାକ୍ଟ ଚେକ ୟୁନିଟ ଏପରି ଖବର ମିଥ୍ୟା ବୋଲି ପୁନଃ ସ୍ପଷ୍ଟୀକରଣ ଦେଇଛିଏହି ଦୃଷ୍ଟିରୁ ଏଭଳି ଖବରକୁ ବିଶ୍ୱାସକୁ ନନେଇ କେବଳ ସରକାରୀ ଭାବେ ଦିଆଯାଇଥିବା ସୂଚନାକୁ ବିଶ୍ୱାସ କରିବାକୁ ଅନୁରୋଧ କରାଯାଇଛି

 

*************


(रिलीज़ आईडी: 1617165) आगंतुक पटल : 242
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam