ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ରାଜ୍ୟରେ କୋଭିଡ-19 ମୁକାବିଲା ଲାଗି କଟକଣା ସଂକ୍ରାନ୍ତରେ ସମୀକ୍ଷା କରିବାକୁ ଯାଇଥିବା କେନ୍ଦ୍ରୀୟ ଦଳ କାର୍ଯ୍ୟରେ ବାଧା ନଦେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

Posted On: 21 APR 2020 5:49PM by PIB Bhubaneshwar

କୋଭିଡ-19 ପାଇଁ ଲାଗୁ କଟକଣାଗୁଡିକର ସରଜମିନ ତଦନ୍ତ କରିବାକୁ ଯାଇଥିବା କେନ୍ଦ୍ରୀୟ ଦଳକୁ ବାଧା ନଦେବାକୁ କେନ୍ଦ୍ର ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ନଜରକୁ ଆସିଛି ଯେ, ଉଭୟ କୋଲକାତା ଓ ଜଲପାଇଗୁଡ଼ିରେ ଲକଡାଉନ କାଳର ସରଜମିନ ତଦନ୍ତ କରିବାକୁ ଯାଇଥିବା ଆନ୍ତଃମନ୍ତ୍ରଣାଳୟ ସ୍ତରୀୟ ଦଳକୁ ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷ ସହଯୋଗ କରୁନାହାନ୍ତି । ସୂଚନା ମିଳିଛି ଯେ, ସେମାନଙ୍କୁ କୌଣସି ସ୍ଥାନ ପରିଦର୍ଶନ କରିବା ନେଇ ତଥା ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ମଧ୍ୟ ବାରଣ କରାଯାଉଛି । ଏହା ଆପାତକାଳୀନ ଆଇନ 2005 ବଳରେ କେନ୍ଦ୍ର ସରକାର ତଥା ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶର ବିରୁଦ୍ଧାଚରଣ କରୁଛି । 

କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଗତ 19 ତାରିଖ ଦିନ ଏକ ଆଦେଶ ବଳରେ ପଶ୍ଚିମବଙ୍ଗର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଲକଡାଉନ କଟକଣା ପାଳନର ସରଜମିନ ତଦନ୍ତ କରିବା ପାଇଁ ଦୁଇଟି ଆନ୍ତଃମନ୍ତ୍ରଣାଳୟ ସ୍ତରୀୟ ଦଳକୁ ପଶ୍ଚିମବଙ୍ଗ ପଠାଇଛନ୍ତି । ଏହି ଦଳରେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ସହିତ ଜାତୀୟ ଆପତକାଳୀନ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ କେତେକ ଅଧିକାରୀମାନେ ମଧ୍ୟ ରହିଛନ୍ତି

ବିପର୍ଯ୍ୟୟ ପରିଚାଳନା ଆଇନ 2005ର 35 ଧାରା ଅନୁସାରେ କେନ୍ଦ୍ର ସରକାର ସେମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାଲାଗି ସେଠାକୁ ପଠାଇଛନ୍ତି । ସୁପ୍ରିମ କୋର୍ଟ ଗତମାସ 31ରେ ଦେଇଥିବା ତାଙ୍କ ରାୟରେ ଜନସ୍ଵାର୍ଥ ଦୃଷ୍ଟିରୁ ସମସ୍ତ ରାଜ୍ୟ କେନ୍ଦ୍ର ସରକାରଙ୍କୁ ବିପର୍ଯୟ ପରିଚାଳନା କ୍ଷେତ୍ରରେ ସମସ୍ତ ସହଯୋଗ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଏଦୃଷ୍ଟିରୁ ରାଜ୍ୟ ସରକାରଗୁଡିକ ଏ ନିର୍ଦ୍ଦେଶ ଅନୁପାଳ କରିବା ଆବଶ୍ୟକ

ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଏହାର ଗତ 19 ତାରିଖରେ ଦେଇଥିବା ନିର୍ଦ୍ଦେଶର ଅନୁପାଳନ ନିମନ୍ତେ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆନ୍ତଃମନ୍ତ୍ରଣାଳୟ ଦଳକୁ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

**********



(Release ID: 1616856) Visitor Counter : 238