ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

• କରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ଦୁଇଦେଶଙ୍କ ଆଲୋଚନା

प्रविष्टि तिथि: 20 APR 2020 1:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ ଟେଲିଫୋନ ଯୋଗେ ବୈଶ୍ୱିକ ମହାମାରୀ କରୋନାର ସର୍ବଶେଷ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେନିଜ ନିଜ ଦେଶରେ କରୋନା ସଂକ୍ରମଣର ସ୍ଥିତି ଘେନି ଦୁଇ ନେତା ପରସ୍ପରକୁ ଅବଗତ କରିଥିଲେସାର୍କମେଣ୍ଟଭୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟର ଏଭଳି ପରିସ୍ଥିତିରେ ଯେଉଁ ସମନ୍ୱୟ ରହିବା କଥା ତାହା ରହିଛି ଏବଂ ଏଥିପାଇଁ ଦୁଇଦେଶ ସନ୍ତୋଷ ପ୍ରକାଶ କରିଛନ୍ତି

ମାଳଦ୍ୱୀପକୁ ଭାରତ ଯେଉଁ ଆଗୁଆ ଡାକ୍ତରୀ ଦଳ ଔଷଧପତ୍ର ପଠାଇଥିଲା ତାହା ସେଠାରେ ସଂକ୍ରମଣ ରୋକିବାରେ ବିଶେଷ ସହାୟକ ହୋଇଛି ବୋଲି ଶ୍ରୀ ସୋଲିଙ୍କଠାରୁ ଜାଣିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ

ପର୍ଯ୍ୟଟନ ଉପରେ ମୁଖ୍ୟତଃ ନର୍ଭର କରୁଥିବା ମାଳଦ୍ୱୀପର ଅର୍ଥନୀତି ପାଇଁ କରୋନା ମହାମାରୀ ଏକ ବଡ ବିପଦ ହୋଇଥିବାରୁ ଏହି ବ୍ୟାଧିର ପ୍ରଭାବକୁ ଯଥା ସମ୍ଭବ ହ୍ରାସ କରିବାରେ ଭାରତ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କରୋନା ସଂକ୍ରମଣ ଜନିତ ସ୍ଥିତିରୁ ମାଳଦ୍ୱୀପରେ ଯଦି କୌଣସି ଗୁରୁତ୍ୱର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ ତେବେ ତାହାର ମିଳିତ ମୁକାବିଲା ଦ୍ୱିପାକ୍ଷିକ ଭିତ୍ତିରେ କରାଯିବଏଥିପାଇଁ ଦୁଇ ଦେଶର ବରିଷ୍ଠ ଅଧିକାରୀମାନେ ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ଏକମତ ହୋଇଛନ୍ତି

 

*************


(रिलीज़ आईडी: 1616355) आगंतुक पटल : 288
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam