ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ମହାମାରୀ ବିରୋଧରେ ସଂଗ୍ରାମ ଓ ଏହାକୁ ନିୟନ୍ତ୍ରଣ କରିବା ସକାଶେ ସରକାର ଶୁଭାରମ୍ଭ କଲେ ଗୁରୁତ୍ୱପୂର୍ଣ୍ଣ ମାନବ ସମ୍ବଳର ଅନଲାଇନ ଡାଟା ପୁଲ୍

• କୋଭିଡ-19 ବିରୋଧରେ ସଂଗ୍ରାମ ଲାଗି ରାଜ୍ୟ, କେନ୍ଦ୍ରଶାସିତ କ୍ଷେତ୍ର ଓ ପୌରସଂସ୍ଥାମାନଙ୍କ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ମାନବ ସମ୍ବଳର ଡାଟାପୁଲ୍‌ ପ୍ରସ୍ତୁତି;
• ଡ୍ୟାସବୋର୍ଡ଼ରେ ରାଜ୍ୟବାରୀ ଓ ଜିଲ୍ଲାଭିତ୍ତିକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ମାନବ ସମ୍ବଳର ପୂର୍ଣ୍ଣ ବିବରଣୀ ଅନଲାଇନ ପ୍ଲାଟଫର୍ମର ପୂର୍ଣ୍ଣ ଫାଇଦା ହାସଲ ପାଇଁ ଆହ୍ୱାନ;
• ଅନଲାଇନ ମଡ୍ୟୁଲ୍‌ ଆଇଗଟ୍‌ ପ୍ଲାଟଫର୍ମ ମାଧ୍ୟମରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ପ୍ରଫେସନାଲମାନଙ୍କ ତାଲିମ ଉପରେ ଗୁରୁତ୍ୱାରୋପ

Posted On: 19 APR 2020 7:33PM by PIB Bhubaneshwar

କେନ୍ଦ୍ର ସରକାରଙ୍କ ପକ୍ଷରୁ  https://covidwarriors.gov.inରେ ଏକ ଅନଲାଇନ୍‌ ଡାଟା ପୁଲର ଶୁଭାରମ୍ଭ କରାଯାଇଛି । ସେଥିରେ ଡାକ୍ତରମାନଙ୍କ ଠାରୁ ନେଇ ଆୟୁଷ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅନ୍ୟାନ୍ୟ ପ୍ରଫେସନାଲ, ଏନକେୱାଇ, ଏନସିସି, ଏନଏସଏସ, ପିଏମଜିକେଭିୱାଇ, ପୂର୍ବତନ ସେନା କର୍ମଚାରୀ ଆଦିଙ୍କ ସମେତ ସମସ୍ତଙ୍କ ନାମ ତାଲିକା ରହିଛି । ଏହି ଡାଟା ପୁଲକୁ ରାଜ୍ୟ, ଜିଲ୍ଲା କିମ୍ବା ମୁନିସିପାଲ ସ୍ତରରେ ସର୍ବନିମ୍ନ ପ୍ରଶାସନିକ ସ୍ତରଙ୍କ ଦ୍ୱାରା ଉପଯୋଗ କରାଯାଇପାରିବ । ଏହି ସୂଚନାକୁ ଡ଼୍ୟାସବୋର୍ଡ଼ରେ ଅପ୍‌ଲୋଡ଼ କରାଯାଇଛି ଯାହାକୁ ନିୟମିତ ଭାବେ ସଂଶୋଧିତ କରାଯାଉଛି । କୋଭିଡ-19 ମହାମାରୀ ବିରୋଧରେ ସଂଗ୍ରାମ ଲାଗି ତଥା ଏହାକୁ ନିୟନ୍ତୟର କରିବା ସକାଶେ ଏଭଳି ଗୁରୁତ୍ୱପୂର୍ଣ୍ଣ ମାନବ ସମ୍ବଳକୁ ଉପଯୋଗ କରାଯାଇପାରିବ । ଏମଏସଏମଇ ସଚିବ ଅରୁଣ କୁମାର ପଣ୍ଡା ଏବଂ ମାନବ ସମ୍ବଳ ସଂପର୍କୀତ କ୍ଷମତାପ୍ରାପ୍ତ ଗୋଷ୍ଠୀ-4ର ଅଧ୍ୟକ୍ଷ, ତଥା ଡ଼ିଓପିଟି ସଚିବ ଡକ୍ଟର ସି ଚନ୍ଦ୍ରମୌଳିଙ୍କ ମିଳିତ ସ୍ୱାକ୍ଷରରେ ଲିଖିତ ଏକ ପତ୍ର ଆଜି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପଠାଯାଇଛି । ଏହି ପତ୍ରରେ ଦର୍ଶାଯାଇଛି ଯେ ସ୍ୱାସ୍ଥ୍ୟସେବା ପ୍ରଫେସନାଲ ଓ ସ୍ୱେଚ୍ଛାସେବୀମାନଙ୍କ ବିସ୍ତୃତ ବିବରଣୀ ସଂପର୍କୀତ ମାଷ୍ଟର ଡାଟାବେସ୍‌ ଡ୍ୟାସବୋର୍ଡ଼ରେ ପ୍ରତିଫଳିତ ହୋଇଛି ଏବଂ ତାହା ଏବେ କାର୍ଯ୍ୟକ୍ଷମ । ସେଥିରେ ରାଜ୍ୟ ତଥା ଜିଲ୍ଲାବାରୀ ବିଭିନ୍ନ ଗୋଷ୍ଠୀର ମାନବ ସମ୍ବଳର ବିଶାଳ ତାଲିକା ରହିଛି । ଏଥି ସହ ସେମାନଙ୍କର ନୋଡ଼ାଲ ଅଧିକାରୀମାନଙ୍କର ବିସ୍ତୃତ ବିବରଣୀ ମଧ୍ୟ ସେଥବରେ ସ୍ଥାନ ପାଇଛି । ଡ୍ୟାସ୍‌ ବୋର୍ଡ଼ ଏବେ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାର ବ୍ୟବହାର ପାଇଁ ଉପଲବ୍ଧ ଏବଂ ତାହାରି ଆଧାରରେ ଆପଦା ପରିଚାଳନା/ କଣ୍ଟିଜେନ୍ସି ଯୋଜନା ପ୍ରସ୍ତୁତ କରାଯାଇପାରିବଏବଂ ଏହି କାର୍ଯ୍ୟ ନୋଡ଼ାଲ ଅଧିକାରୀମାନଙ୍କ ସହଯୋଗରେ ହିଁ ପ୍ରତ୍ୟେକ ଗୋଷ୍ଠୀଙ୍କ ପାଇଁ ସମ୍ପାଦନ କରାଯିବ । ଏହି ଡାଟାବେସ୍‌କୁ ସ୍ୱେଚ୍ଛାସେବୀମାନଙ୍କ ସେବାକୁ ଆବଶ୍ୟକସ୍ଥଳେ ବ୍ୟାଙ୍କ୍‌, ପଡ଼ି ଦୋକାନ, ମଣ୍ଡି ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା ସକାଶେ ଉପଯୋଗ କରାଯାଇପାରିବ । ଏହି ସ୍ୱେଚ୍ଛାସେବୀମାନେ ବୟୋବୃଦ୍ଧ, ଦିବ୍ୟାଙ୍ଗ ଏବଂ ଅସହାୟ ଲୋକଙ୍କୁ ବିଶେଷ ଭାବେ ସହାୟତା ଯୋଗାଇ ଦେଇପାରିବେ । ଏହା ମଧ୍ୟ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେମାନଙ୍କର ମାନବ ସମ୍ବଳକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉପଯୋଗ ପାଇଁନେବାରେ ସହାୟକ ହେବ ।

ପତ୍ରରେ ଆହୁରି ଆହ୍ୱାନ କରାଯାଇଛି ଯେ ଆଇଜିଓଟିର ବ୍ୟବହାର ଅନଲାଇନ୍‌ ଟ୍ରେନିଂ ମଡ୍ୟୁଲ ଭାବେ ରଖାଯାଇଛି ଓ ତାହା ଏକ ବିଶେଷ ଡ଼ିଜିଟାଲ ପ୍ଲାଟଫର୍ମ ଇଣ୍ଟିଗ୍ରେଟେଡ଼ ଗଭର୍ଣ୍ଣମେଣ୍ଟ ଅନଲାଇନ ଟ୍ରେନିଂ (ଆଇଗଟ୍‌) ପୋର୍ଟାଲରେ ଡାକ୍ତର, ନର୍ସ, ପାରାମେଡ଼ିକ୍ସ, ସ୍ୱାସ୍ଥ୍ୟ କର୍ମୀ, ଟେକନିସିଆନ, ଆୟୁଷ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ, ଅନ୍ୟ ଛାମୁଆ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦିଆଯାଇପାରିବ ତଥା ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଇପାରିବ ।

ଏହି ପ୍ଲାଟଫର୍ମରେ ଯେକୌଣସି ସମୟରେ ତାଲିମ ଉପକରଣ/ ମଡ୍ୟୁଲ୍‌ ଅନ୍‌ ସାଇଟ୍‌ ଡ଼େଲିଭରି ଦିଆଯିବାର ବ୍ୟବସ୍ଥା କରାଯାଇଛି ଯାହାକି ଯେକୌଣସି ଡ଼ିଭାଇସ୍‌ (ମୋବାଇଲ୍‌/ ଲାପଟପ୍‌/ ଡେସ୍କଟପ୍‌) ମାଧ୍ୟମରେ କରାଯାଇପାରିବ । ଏଥିରେ ଥିବା ମୋଟ 12ଟି କୋର୍ସ ପାଇଁ ଏସୁଦ୍ଧା 44ଟି ମଡ୍ୟୁଲକୁ ଅନ୍‌ ବୋର୍ଡ଼ କରାଯାଇଛି ଓ ସେଥିରେ 105ଟି ଭିଡ଼ିଓ ଏବଂ 29ଟି ଡକୁମେଣ୍ଟ ରହିଛି । ଏହି ପତ୍ରରେ ଥିବା ସୂଚନା ଅନୁସାରେ, ଏଥିରେ ଥିବା କେତେକ ପାଠ୍ୟକ୍ରମରେ କୋଭିଡ ସଂପର୍କୀତ ମୌଳିକ ତଥ୍ୟାବଳୀ, ସଂକ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ପଦ୍ଧତି, ପିପିଇର ବ୍ୟବହାର, କ୍ୱାରାଣ୍ଟାଇନ୍‌ ଓ ଆଇସୋଲେସନ୍‌, କୋଭିଡ-19 ସଂକ୍ରମିତ ରୋଗୀ (ଏସଏଆରଆଇ, ଏଡ଼ିଆରଏସ, ସେପ୍ଟିକ୍‌ ସକ୍‌)ର ପରିଚାଳନା, ଗବେଷଣାଗାର ପାଇଁ ନମୁନା ସଂଗ୍ରହ ଓ ତାହାର ପରୀକ୍ଷା, ଆଇସିୟୁ ସେବାଯନô ଓ ଭେଣ୍ଟିଲେସନ୍‌ ପରିଚାଳନା ଆଦି ସଂପର୍କରେ ତଥ୍ୟାବଳୀ ଓ ଉପଦେଶିକା ରହିଛି । ଏଥିରେ ଆହୁରି କୁହାଯାଇଛି ଯେ ଏପରି ମଡ୍ୟୁଲମାନ ପ୍ରତିଦିନ ଅପ୍‌ଲୋଡ଼ କରାଯାଉଛି । ତେଣୁ ରାଜ୍ୟ/ ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଚିହ୍ନିତ ମାନବ ସମବଳକୁ ଏହି ପୋର୍ଟାଲ୍‌ ମାଧ୍ୟମରେ ଜରୁରି ଭିତ୍ତିରେ ତାଲିମ ପ୍ରଦାନ କରିପାରିବେ ବୋଲି ଚିଠିରେ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଭାରତ ସରକାର ଦେଶରେ ଦେଖାଦେଇଥିବା କୋଭିଡ-19 ମହାମାରୀ ସଂକ୍ରମଣକୁ ରୋକିବା ସକାଶେ ଯୋଜନା ପ୍ରସ୍ତୁତ ତଥା ସେସବୁର ସମାଧାନ ପନ୍ଥା ସ୍ଥିର କରିବା ସକାଶେ 11 କ୍ଷମତାସମ୍ପନ୍ନ ଗୋଷ୍ଠୀ ଗଠନ କରିଛନ୍ତି । କ୍ଷମତାସମ୍ପନ୍ନ ଗୋଷ୍ଠୀ-4ର ନେତୃତ୍ୱ ନେଉଛନ୍ତି ଏମଏସଏମଇ ସଚିବ ଡକ୍ଟର ପଣ୍ଡା । ଏହି କମିଟି ଉପରେ କୋଭିଡ ସଂପର୍କୀତ ବିଭିନ୍ନ କାର୍ଯ୍ୟ ସଂପାଦନ ନିମନ୍ତେ ମାନବ ସମ୍ବଳର ଚିହ୍ନଟ ଏବଂ ସେମାନଙ୍କର ଆବଶ୍ୟକ ଦକ୍ଷତା ବୃଦ୍ଧି ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

 

**********

 



(Release ID: 1616210) Visitor Counter : 264