ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଜୋର୍ଡାନ ରାଜାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 16 APR 2020 7:52PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋର୍ଡାନର ରାଜା ମାନ୍ୟବର ଅବଦୁଲ୍ଲା-2ଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଆଗାମୀ ପବିତ୍ର ରମଜାନ ମାସ ପାଇଁ ଜୋର୍ଡାନର ଜନତା ମାନ୍ୟବର ରାଜାଙ୍କୁ ପ୍ରଧାନମନ୍ତ୍ରୀ ନିଜର ଶୁଭେଚ୍ଛା ଜଣାଇଥିଲେ

କୋଭିଡ-19 ମହାମାରୀ ଦ୍ୱାରା ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ପ୍ରଭାବ ସୀମିତ କରିବାକୁ ସେମାନଙ୍କ ରାଷ୍ଟ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେସୂଚନା ଆଦାନ ପ୍ରଦାନ ଆବଶ୍ୟକ ଯୋଗାଣ ସୁବିଧା ପାଇଁ ଉଭୟେ ଉଭୟଙ୍କୁ ସର୍ବାଧିକ ସମ୍ଭାବ୍ୟ ସହାୟତା କରିବାକୁ ସହମତ ହୋଇଥିଲେ

ଜୋର୍ଡାନରେ ଥିବା ଭାରତୀୟ ନାଗରିକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ମାନ୍ୟବର ରାଜା ଅବଦୁଲ୍ଲା-2ଙ୍କୁ ଧନ୍ୟବାଦ ଜଣାଇଥିଲେ

କୋଭିଡ-19 ସମେତ ଅନ୍ୟ ଆଞ୍ଚଳିକ ଆନ୍ତର୍ଜାତିକ ସମସ୍ୟାରେ ଉଭୟ ଦେଶରେ ଟିମ୍ ଯୋଗାଯୋଗରେ ରହିବେ ବୋଲି ଦୁଇ ନେତା ସହମତ ହୋଇଥିଲେ

 

***************


(ରିଲିଜ ଆଡି: 1615477) ପରିଦର୍ଶକ କାଉଣ୍ଟର : 241