ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଦେଶରେ କୋଭିଡ-19 ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକୀକୃତ ନିର୍ଦ୍ଦେଶାବଳୀ
• ଏପ୍ରିଲ 20ରୁ ଲକଡାଉନ କଟକଣାରୁ ବାଦ ପଡିବାକୁ ଥିବା ଅତିରିକ୍ତ କାର୍ଯ୍ୟକଳାପ ସମ୍ପର୍କରେ ସଂଶୋଧିତ ତଥ୍ୟ
Posted On:
15 APR 2020 11:18AM by PIB Bhubaneshwar
କୋଭିଡ-19 ମହାମାରୀକୁ ରୋକିବା ପାଇଁ ଆସନ୍ତା ମାସ 3 ତାରିଖ (03.05.2020) ପର୍ଯ୍ୟନ୍ତ ଲକଡାଉନ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏନେଇ ଗତକାଲି (14.04.2020) କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକୀକୃତ ନିୟମାବଳୀ ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶାବଳୀକୁ ଭିତ୍ତିକରି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ସରକାର ପାଳନ କରିବାକୁ ଥିବା ସଂଶୋଧିତ ନିୟମାବଳୀ ପୁନଃ ଜାରି କରାଯାଇଛି । ଏହି ନିୟମାବଳୀରେ କୋଭିଡ-19 ମହାମାରୀର ପରିଚାଳନା, କାର୍ଯ୍ୟାଳୟ, କାରଖାନା ଇତ୍ୟାଦିରେ ସାମାଜିକ ଦୂରତ୍ଵ ରକ୍ଷା ନେଇ ସର୍ବନିମ୍ନ ପାଳନୀୟ ନିୟମ ଉଲଙ୍ଘନରେ ଜୋରିମାନା ଇତ୍ୟାଦି ଅନ୍ତର୍ଭୁକ୍ତ । ଏଗୁଡିକ ଆପତକାଳୀନ ପରିଚାଳନା 2005 ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ-1860ର ଧାରା ବଳରେ ଲାଗୁ କରାଯିବ ।
ଜନସାଧାରଣଙ୍କ ଅସୁବିଧାକୁ ଆଖିଆଗରେ ରଖି ଆସନ୍ତା 20 ତାରିଖ ଠାରୁ କେତେକ ଅତିରିକ୍ତ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯିବ । ତେବେ ଏହି ଅତିରିକ୍ତ କାର୍ଯ୍ୟକଳାପଗୁଡିକର ଅନୁମତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଅଧୀନରେ ଥିବା ଜିଲ୍ଲା ପ୍ରଶାସନ ଲକଡାଉନର ନିୟମକୁ କଡାକଡି ଭାବେ ପାଳନ କରି ତ୍ୱରାନ୍ୱିତ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲା ପ୍ରଶାସନଗୁଡିକ ବିଭନ୍ନ କାର୍ଯ୍ୟସ୍ଥଳୀ, କାରଖାନା ଓ ସରକାରୀ କାର୍ଯ୍ୟାଳୟ ଇତ୍ୟାଦିରେ ସାମାଜିକ ଦୂରତ୍ଵକୁ ଦୃଷ୍ଟିରେ ରଖି ଅନୁମତି ଦେବେ ।
ଏହି ଏକୀକୃତ ସଂଶୋଧିତ ନିୟମାବଳୀ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ବା ଜିଲ୍ଲା ପ୍ରଶାସନ ଦ୍ଵାରା ଘୋଷିତ ଆବଦ୍ଧାଞ୍ଚଳ ପାଇଁ ଲାଗୁ ହେବ ନାହିଁ । ଏହି ଆବଦ୍ଧାଞ୍ଚଳରେ ଯଦି କୌଣସି ନୂଆ ସ୍ଥାନ ଯୋଡି ହୁଏ, ତେବେ ଏହି ରିହାତି ସୁବିଧାଗୁଡିକୁ ନିଲମ୍ବିତ କରାଯିବ । କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପ୍ରଣିତ ନିୟମାବଳୀ ହିଁ ସେହି ଅଞ୍ଚଳରେ ଲାଗୁ ହେବ ।
କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ସଂଶୋଧିତ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି ।
Click here to see Consolidated Revised Guidelines
Click here to see MHA Communication to States/UTs
**********
(Release ID: 1614636)
Visitor Counter : 336
Read this release in:
Punjabi
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam