ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ଲାଗି 2 ହଜାର ସମର ଶିକ୍ଷାର୍ଥୀ ନିୟୋଜିତ ; 50 ହଜାରରୁ ଅଧିକଙ୍କ ସହମତି

Posted On: 11 APR 2020 4:20PM by PIB Bhubaneshwar

ଏପ୍ରିଲ ପହିଲାଠାରୁ ଦେଶରେ କରୋନା ମହାମାରୀର ମୁକାବିଲା ଲାଗି ସମର ଶିକ୍ଷାର୍ଥୀମାନେ ଏକ୍ସର୍ସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିଆସୁଛନ୍ତି ପ୍ରାୟ 2 ହଜାର ସମର ଶିକ୍ଷାର୍ଥୀ ଦେଶର 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁତୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ 306ଜଣ ତାମିଲନାଡୁରେ ମୁତୟନ ହୋଇଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।

ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟ ସମର ଶିକ୍ଷାର୍ଥୀମାନଙ୍କ ସହଯୋଗ କାମନା କରିଚାଲିଛନ୍ତି । ଏନସିସି ମହାନିର୍ଦ୍ଦେଶାଳୟ ଏଦିଗରେ ସ୍ଵେଚ୍ଛାକୃତ ଭାବେ ଯୋଗଦେଉଥିବା ସମର ଶିକ୍ଷାର୍ଥୀମାନଙ୍କ କାର୍ଯ୍ୟ ତଦାରଖ କରୁଛନ୍ତି । ଏକ୍ସର୍ସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 50 ହଜାର ସମର ଶିକ୍ଷାର୍ଥୀ ସ୍ଵେଚ୍ଛାକୃତ ସେବା ପାଇଁ ନିଜର ସହମତି ପ୍ରକାଶ କରିଛନ୍ତି । 18 ବର୍ଷର ଊର୍ଦ୍ଧ୍ଵ ସିନିୟର ଡିଭିଜନର ଉଭୟ ବାଳିକା ଓ ବାଳକ ସମର ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ସେମାନେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ  ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଦିଆଯାଉଛି ।

ସେମାନଙ୍କୁ ଯେପରି ସୁରକ୍ଷା ଉପକରଣଗୁଡିକ ଯୋଗାଇ ଦିଆଯାଏ, ଏନସିସିର ରାଜ୍ୟ ଶାଖାଗୁଡ଼ିକ ତା’ଉପରେ ଦୃଷ୍ଟି ରଖିଛନ୍ତି । ସେନାର ଜୁନିୟର କମିଶନ ଅଫିସର ଓ ଅନ୍ୟାନ୍ୟ ଅଧିକାରରୀଙ୍କ ତତ୍ଵାବଧାନରେ କାର୍ଯ୍ୟ କରୁଥିବା ଏହି ସମର ଶିକ୍ଷାର୍ଥୀମାନଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦିଆଯାଇଛି । ତେବେ ସିଲ ହୋଇଥିବା ଅଞ୍ଚଳ ବା ହଟ ସ୍ପଟ ଏରିଆଗୁଡିକରେ ଏହି ସମର ଶିକ୍ଷାର୍ଥୀମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାରଗୁଡିକ ମୁତୟନ କରୁନଥିବା ଜଣା ପଡୁଛି

 

**********



(Release ID: 1613457) Visitor Counter : 209