ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ବିଏସଏଫ ସହିତ ସୀମା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ

• କୋଭିଡ-19 ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ସୀମାପାର ଗତିବିଧି ବନ୍ଦ କରିବା ଲାଗି ବିଏସଏଫକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

Posted On: 10 APR 2020 5:54PM by PIB Bhubaneshwar

ଗତକାଲି ବିଏସଏଫ କମାଣ୍ଡ ଏବଂ କ୍ଷେତ୍ରୀୟ ମୁଖ୍ୟାଳୟ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଶ୍ରୀ ଅମିତ ଶାହ

ସୀମାରେ, ବିଶେଷ କରି ତାରବାଡ଼ ଘେରା ହୋଇନଥିବା ଅଞ୍ଚଳରେ ଅଧିକ ସତର୍କ ଦୃଷ୍ଟି ରଖିବା ଏବଂ ସୀମାପାର ଗତିବିଧି ଉପରେ ନଜର ରଖିବା ନିମନ୍ତେ ଶ୍ରୀ ଶାହ ନିର୍ଦ୍ଦେଶ ଦେଇଥିଲେ।

ସେ ନିର୍ଦ୍ଦେଶ ଦେଇ କହିଥିଲେ ଯେ କୋଭିଡ-19 ସମ୍ପର୍କରେ ସୀମାବର୍ତ୍ତୀ କ୍ଷେତ୍ରରେ କୃଷକମାନଙ୍କୁ ସଚେତନ କରାଯିବା ଉଚିତ ଏବଂ ଏସବୁ କ୍ଷେତ୍ରରେ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ସୀମାରେ ଥିବା ତାରବାଡ଼ ନିକଟକୁ ଯେପରି ଲୋକମାନେ ଅଜାଣତରେ ଚାଲିନଯାଆନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ସହିତ ମିଶି ବିଏସଏଫ ଦୃଷ୍ଟି ଦେବା ଆବଶ୍ୟକ

କୋଭିଡ-19 ମହାମାରୀ ସମୟରେ ବିଏସଏଫର କାର୍ଯ୍ୟକୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ ଲକଡାଉନ ସମୟରେ ବିଏସଏଫ ଯବାନମାନେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସଚେତନତା ଅଭିଯାନ, ସ୍ବଚ୍ଛତା ପ୍ରୟାସ, ହାତ ସଫା ପାଇଁ ସାବୁନ ମାସ୍କ ଯୋଗାଇ ଦେବା, ଉପାନ୍ତ ଅଞ୍ଚଳର ଜନସାଧାରଣ, ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ସୀମାବର୍ତ୍ତୀ ଅଞ୍ଚଳରେ ଅଟକିଥିବା ଟ୍ରକ ଡ୍ରାଇଭରମାନଙ୍କୁ ରାସନ, ପାଣି ଏବଂ ଡାକ୍ତରୀ ଚିକିତ୍ସା ଯୋଗାଇ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ନିତ୍ୟାନନ୍ଦ ରାୟଙ୍କ ସମେତ ଗୃହ ସଚିବ ବିଏସଏଫ ଡିଜି ଯୋଗ ଦେଇଥିଲେ।

**********



(Release ID: 1613139) Visitor Counter : 97