ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
ପୋଷ୍ଟ କରାଯିବା ଦିନାଙ୍କ:
10 APR 2020 3:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ମିଷ୍ଟର ସିଞ୍ଜୋ ଆବେଙ୍କ ସହ କଥାବାର୍ତ୍ତା କରିଛନ୍ତି । କୋଭିଡ-19 ମହାମାରୀ ଯୋଗୁଁ ଉତ୍ପନ୍ନ ବିଶ୍ଵ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା ନେଇ ଉଭୟ ନେତା ଆଲୋଚନା କରିଥିଲେ । ଏହାଛଡା ସେମାନେ ମହାମାରୀକୁ ରୋକିବା ପାଇଁ ନିଜ ନିଜ ଦେଶରେ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଉଭୟ ଦେଶରେ ଥିବା ନିଜ ନିଜ ନାଗରିକମାନଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ଓ ସହଯୋଗ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ମହାମାରୀ ଯୋଗୁଁ ସୃଷ୍ଟି ହେଉଥିବା ବୈଶ୍ଵିକ ସ୍ଥିତିରେ ଉଭୟ ଜାପାନ ଓ ଭାରତ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ ।
**********
(ରିଲିଜ ଆଡି: 1613069)
ପରିଦର୍ଶକ କାଉଣ୍ଟର : 206
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam