ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 10 APR 2020 3:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ମିଷ୍ଟର ସିଞ୍ଜୋ ଆବେଙ୍କ ସହ କଥାବାର୍ତ୍ତା କରିଛନ୍ତି କୋଭିଡ-19 ମହାମାରୀ ଯୋଗୁଁ ଉତ୍ପନ୍ନ ବିଶ୍ଵ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା ନେଇ ଉଭୟ ନେତା ଆଲୋଚନା କରିଥିଲେ ଏହାଛଡା ସେମାନେ ମହାମାରୀକୁ ରୋକିବା ପାଇଁ ନିଜ ନିଜ ଦେଶରେ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଉଭୟ ଦେଶରେ ଥିବା ନିଜ ନିଜ ନାଗରିକମାନଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ଓ ସହଯୋଗ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ମହାମାରୀ ଯୋଗୁଁ ସୃଷ୍ଟି ହେଉଥିବା ବୈଶ୍ଵିକ ସ୍ଥିତିରେ ଉଭୟ ଜାପାନ ଓ ଭାରତ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ । 

 

**********


(रिलीज़ आईडी: 1613069) आगंतुक पटल : 195
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam