ରେଳ ମନ୍ତ୍ରଣାଳୟ

ଲକଡାଉନ କାଳରେ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଭାରତୀୟ ରେଳବାଇ ପକ୍ଷରୁ ଯୋଗାଣ କାର୍ଯ୍ୟ ପୁରା ଦମରେ

• ଗତମାସ 23 ତାରିଖରୁ ଚଳିତ ମାସ 3 ତାରିଖ ମଧ୍ୟରେ ରେଳବାଇ ପରିବହନ କରିଛି 2.50 ଲକ୍ଷ ୱାଗନ କୋଇଲା ଓ 17,742 ୱାଗନ ପେଟ୍ରୋଲ ଜାତ ସାମଗ୍ରୀ
• ଲକଡାଉନ କାଳରେ ନିରବଚ୍ଛିନ୍ନ ଯୋଗାଣ ଯୋଗୁଁ ସମସ୍ତ ଶକ୍ତି ଉତ୍ପାଦନକାରୀ ଓ ପେଟ୍ରୋଲ ଡିପୋ ନିକଟରେ କଞ୍ଚାମାଲ ମହଜୁଦ
• ସମସ୍ତ ବାଧାବିଘ୍ନ ସତ୍ଵେ ରେଳବାଇ କର୍ମଚାରୀଙ୍କ ଅନବରତ ଉଦ୍ୟମ ଜାରି

प्रविष्टि तिथि: 04 APR 2020 4:47PM by PIB Bhubaneshwar

କୋଭିଡ-19 ଲକଡାଉନ କାଳରେ ଭାରତୀୟ ରେଳବାଇ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ କଞ୍ଚାମାଲ ଜାରି ଅବ୍ୟାହତ ରଖିଛି ରେଳବାଇର ବିଭିନ୍ନ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣଗାରରେ ନିୟୋଜିତ କର୍ମଚାରୀମାନେ ଗଭୀର ନିଷ୍ଠାର ସହ ଦାଇତ୍ଵ ତୁଲାଇ ଅତ୍ୟାବଶ୍ୟକ ସେବାକୁ ବଳବତ୍ତର ରଖିପାରିଛନ୍ତି ।

ଲକଡାଉନ ସତ୍ଵେ ରେଳବାଇର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ସମସ୍ତ ଶକ୍ତି କେନ୍ଦ୍ର ଓ ପେଟ୍ରୋଲିୟମ ଡିପୋରେ କଞ୍ଚାମାଲ ମହଜୁଦ ରହିପାରିଛି । ଗତମାସ 23 ତାରିଖରୁ ଆରମ୍ଭ କରି ଚଳିତମାସ 3 ତାରିଖ ପର୍ଯ୍ୟନ୍ତ 12 ଦିନ ମଧ୍ୟରେ ରେଳବାଇ ପ୍ରାୟ 2.50 ୱାଗନ କୋଇଲା ଏବଂ 17,742 ୱାଗନ ପେଟ୍ରୋଲ ଜାତ ଦ୍ରବ୍ୟ (ଗୋଟିଏ ୱାଗନରେ ପ୍ରାୟ 58-60 ଟନ ପର୍ଯ୍ୟନ୍ତ କଞ୍ଚାମାଲ ରହିଥାଏ) ପରିବହନ କରିପାରିଛି । ନିରବଚ୍ଛିନ୍ନ କଞ୍ଚାମାଲର ସୁପରିଚାଳନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ପରିବହନ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହାର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ମାଲ ବୋଝେଇ ଓ ଖଲାସ କ୍ଷେତ୍ରରେ ଆଗରୁ ରହିଥିବା ତ୍ରୁଟି ବିଚ୍ୟୁତି ଇତି ମଧ୍ୟରେ ସୁଧାର କରାଯାଇଛି ରେଳ ମନ୍ତ୍ରଣାଳୟ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସହ ମିଶି ପରିବହନ ସଂକ୍ରାନ୍ତ ସମସ୍ୟାର ଆଶୁ ସମାଧାନ ପାଇଁ ରାଜ୍ୟ ସରକାରଗୁଡିକ ସହିତ ଯୋଗସୂତ୍ର ରକ୍ଷା କରୁଛନ୍ତି ।

 

**********


(रिलीज़ आईडी: 1611105) आगंतुक पटल : 231
इस विज्ञप्ति को इन भाषाओं में पढ़ें: English , Marathi , हिन्दी , Assamese , Bengali , Punjabi , Gujarati , Telugu , Kannada