ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ଷମତାପ୍ରାପ୍ତ ଗୋଷ୍ଠୀର ସମୀକ୍ଷା ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 04 APR 2020 3:19PM by PIB Bhubaneswar

ଦେଶରେ କୋଭିଡ-19 ମୁକାବିଲା ଲାଗି ଯୋଜନା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା ଲାଗି ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀଗୁଡ଼ିକର ମିଳିତ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି

ଏକାଧିକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ସେ ଏହି ବୈଠକରେ ଦେଶବ୍ୟାପୀ କରୋନା ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରିଥିଲେ ସମୀକ୍ଷାରେ ଡାକ୍ତରଖାନା, ସଙ୍ଗରୋଧ ଓ ଏକାନ୍ତବାସ ସୁବିଧା, ରୋଗ ନିରୀକ୍ଷଣ, ପରୀକ୍ଷା ଏବଂ ଜଟିଳ ଚିକିତ୍ସା ତାଲିମ ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା ବ୍ୟକ୍ତିଗତ ସୁରକ୍ଷା ଉପକରଣ, ମାସ୍କ, ଗ୍ଲୋବ୍ସ ଓ ଭେଣ୍ଟିଲେଟର ଆଦି ଜରୁରି ଚିକିତ୍ସା ଉପକରଣର ଉତ୍ପାଦନ, କ୍ରୟ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ସମ୍ପୃକ୍ତ ଗୋଷ୍ଠୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ

 

************

 


(ରିଲିଜ ଆଡି: 1611062) ପରିଦର୍ଶକ କାଉଣ୍ଟର : 200