ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଏମଏଚଆରଡି ଏଆଇସିଟିଇ କୋଭିଡ-19 ଷ୍ଟୁଡେଣ୍ଟ ହେଲ୍ପଲାଇନ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

• ଏଆଇସିଟିଇ ଦ୍ୱାରା ବିକଶିତ ହୋଇଛି ଏହି ପୋର୍ଟାଲ

Posted On: 03 APR 2020 7:45PM by PIB Bhubaneshwar

କୋଭିଡ-19 ସଂକ୍ରମଣ 25 ମାର୍ଚ୍ଚରୁ ଦେଶବ୍ୟାପୀ ଲକଡାଉନ ଯୋଗୁଁ କଲେଜ ତଥା ଛାତ୍ରାବାସ ବନ୍ଦ ଯୋଗୁଁ କିଛି ଛାତ୍ରଛାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛିଏହି ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ ସହାୟତା ପ୍ରଦାନ କରିବା ପାଇଁ ଏଆଇସିଟିଇ (ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ) ପକ୍ଷରୁ ଏକ ନିଆରା ଏମଏଚଆରଡି ଏଆଇସିଟିଇ କୋଭିଡ-19 ଷ୍ଟୁଡେଣ୍ଟ ହେଲ୍ପଲାଇନ ପୋର୍ଟାଲ ଲଞ୍ଚ୍ କରାଯାଇଛିଏହା ମାଧ୍ୟମରେ ସେମାନଙ୍କ ସମସ୍ୟାର ନିରାକରଣ କରାଯିବ

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲନିଶଙ୍କଦ୍ୱାରା ଏହି ୱେବସାଇଟ୍ ଯାହାର ୟୁଆରଏଲ https://helpline.aicte-india.org ଲଞ୍ଚ୍ ହୋଇଛିଏହି ଲଞ୍ଚିଙ୍ଗ୍ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ଏଆଇସିଟିଇ ଉପାଧ୍ୟକ୍ଷ ଶ୍ରୀ ଏମପି ପୁନିଆ, ଏଆଇସିଟିଇ ମୁଖ୍ୟ ସମନ୍ୱୟ ଅଧିକାରୀ ଶ୍ରୀ ବୁଦ୍ଧ ଚନ୍ଦ୍ରଶେଖର ରେକର୍ଡ ସମୟ ଦିନକ ମଧ୍ୟରେ ପୋର୍ଟାଲ ବିକାଶ କରିଥିବା ଗ୍ରାଫିକ ଏରା ବିଶ୍ୱବିଦ୍ୟାଳୟର ଇଣ୍ଟର୍ଣ୍ଣ ଶିବାଂଶୁ ଆକାଶଙ୍କ ଉପସ୍ଥିତିରେ ହୋଇଥିଲା

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଏହି ପୋର୍ଟାଲ ନିଶ୍ଚିତ ଭାବେ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିବଏହା ମାଧ୍ୟମରେ ଆବାସ, ଖାଦ୍ୟ, ଅନଲାଇନ କ୍ଲାସରୁମ୍, ଉପସ୍ଥିତି, ପରୀକ୍ଷା, ଛାତ୍ରବୃତ୍ତି, ସ୍ୱାସ୍ଥ୍ୟ, ପରିବହନ, ଉତ୍ପୀଡ଼ନରୁ ମୁକ୍ତି ଭଳି ସାହାଯ୍ୟ ମିଳିପାରିବ

ମନ୍ତ୍ରୀ କହିଛନ୍ତି ଏପରି ବିଷମ ପରିସ୍ଥିତିରେ ଆବଶ୍ୟକ ସହଯୋଗ ପ୍ରଦାନ କରିବା ପାଇଁ 6500ରୁ ଅଧିକ କଲେଜ ଆଗେଇ ଆସିଛନ୍ତିବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଯୋଡି ହେବାକୁ ପ୍ରୋତ୍ସାହିତ କରାଯିବ ଏହି ନିଆରା ପ୍ଲାଟଫର୍ମ ବିକଶିତ କରିଥିବା ଦୁଇ ଛାତ୍ରଙ୍କୁ ଏହି ଅବସରରେ ଶ୍ରୀ ନିଶଙ୍କ ପ୍ରଶଂସା କରିଥିଲେ

ବହୁ ଉଚ୍ଚ ଶିକ୍ଷା ସଂସ୍ଥାନ ମଧ୍ୟ ନିଜ ଗବେଷଣା ମାଧ୍ୟମରେ ସ୍ୱାସ୍ଥ୍ୟ ସେବାକୁ ସଶକ୍ତ କରି ସରକାରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଆଗେଇ ଆସିଥିବାରୁ ମନ୍ତ୍ରୀ ବେଶ ଖୁସି ବ୍ୟକ୍ତ କରିଥିଲେଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ ମଧ୍ୟ ସ୍ୱେଚ୍ଛାସେବୀ ସଂଗଠନ, ବେସରକାରୀ ସଂଗଠନ, ସାମାଜିକ ସଂଗଠନ ବଦାନ୍ୟ ବ୍ୟକ୍ତିମାନଙ୍କୁ ଅପିଲ କରି କହିଛନ୍ତି ଯେ ସେମାନେ ମଧ୍ୟ 6500 କଲେଜ ଭଳି ଆଗେଇ ଆସନ୍ତୁ ନିଜ ପକ୍ଷରୁ ଯଥାସମ୍ଭବ ସହଯୋଗ ପ୍ରଦାନ କରନ୍ତୁଇଚ୍ଛୁକ ସାମାଜିକ ସଂଗଠନ, ବେସରକାରୀ ସଂଗଠନ, ସାମାଜିକ ସଂଗଠନ ବଦାନ୍ୟ ବ୍ୟକ୍ତିମାନେ ଏଆଇସିଟିଇ ସହ ଏହି ଲିଙ୍କ (cconeat@aicte-india.org)ରେ ଯୋଗାଯୋଗ କରିପାରିବେ

 

**********



(Release ID: 1610945) Visitor Counter : 138