ପୋଷ୍ଟ କରାଯିବା ଦିନାଙ୍କ:
17 NOV 2026 4:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାରେ ଅନୁଷ୍ଠିତ ୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ।
ଉଭୟ ନେତା ସେପ୍ଟେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ଭାରତ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ବ୍ୟାପକ ରଣନୀତିକ ଭାଗୀଦାରୀର ରୋଡମ୍ୟାପ୍ ଅଧୀନରେ ହୋଇଥିବା ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଏଥିସହିତ ସେମାନେ ଆଠଟି ପ୍ରାଥମିକ କ୍ଷେତ୍ରରେ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସେଗୁଡିକ ମଧ୍ୟରେ ଅର୍ଥନୈତିକ ସହଯୋଗ, ଦକ୍ଷତା ବିକାଶ, ଡିଜିଟାଲୀକରଣ, ସ୍ଥାୟୀତ୍ୱ ବିକାଶ, ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ତଥା ଜନସମ୍ପର୍କ ଓ ସାଂସ୍କୃତିକ ଆଦାନପ୍ରଦାନ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମଧ୍ୟ ନିଜର ମତାମତ ଆଦାନପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ, ଆସିଆନ୍ର ଆଗାମୀ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ପାଇଁ ସିଙ୍ଗାପୁରକୁ ଶୁଭେଚ୍ଛା ଜଣାଇଥିଲେ । ଏହି ଦାୟିତ୍ୱ ସଫଳତାର ସହ ପରିଚାଳନା କରିବା ପାଇଁ ଭାରତର ପୂର୍ଣ୍ଣ ସମର୍ଥନ ରହିବ ବୋଲି ସେ ପ୍ରଧାନମନ୍ତ୍ରୀ ୱଙ୍ଗଙ୍କୁ ଆଶ୍ୱାସନା ଦେଇଥିଲେ ।
SR