ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଜନଜାତୀୟ ଗୌରବ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 15 NOV 2026 3:03PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଜନଜାତୀୟ ଗୌରବ ଦିବସର ଶୁଭ ଅବସରରେ ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। 

ଧରତୀ ଆବାଙ୍କ ଅଦମ୍ୟ ସାହସ, ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାଙ୍କ ପରମ୍ପରା ପ୍ରତ୍ୟେକ ପିଢ଼ିକୁ ଆତ୍ମସମ୍ମାନ, ସ୍ୱାଧୀନତା ଏବଂ ଅଧିକାରର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶ୍ରୀ ମୋଦୀ କହିଥିଲେ ଯେ ସରକାର ଆଦିବାସୀ ଭାଇ ଓ ଭଉଣୀମାନଙ୍କ ମର୍ଯ୍ୟାଦା, ସୁଯୋଗ ଏବଂ ସମୃଦ୍ଧି ପାଇଁ କୌଣସି ପ୍ରୟାସ ଛାଡ଼ୁନାହାନ୍ତି ଏବଂ ରାଷ୍ଟ୍ର ନିର୍ମାଣରେ ଆଦିବାସୀ ସମାଜର ଅମୂଲ୍ୟ ଅବଦାନକୁ ଅଭିବାଦନ ଜଣାଇବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। 

ପ୍ରଧାନମନ୍ତ୍ରୀ 'ଏକ୍ସ ’ରେ ସେୟାର କରିଛନ୍ତି: 

"ଭଗବାନ ବିର୍ସା ମୁଣ୍ଡା ଜୀଙ୍କ ଜୟନ୍ତୀ ଅବସରରେ ସମସ୍ତ ଦେଶବାସୀଙ୍କ ତରଫରୁ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି। 

ଆପଣ ସମସ୍ତଙ୍କୁ ଏହି ଦିବ୍ୟ ଅବସର ସହିତ ଜଡ଼ିତ ଏକ ଜନଜତୀୟ ଗୌରବ ଦିବସର ଶୁଭେଚ୍ଛା ଜଣାଉଛି। 

ଧରତୀ ଆବାର ଅଦମ୍ୟ ସାହସ, ସଂଘର୍ଷ ଏବଂ ବଳିଦାନ ଦେଶର ପ୍ରତ୍ୟେକ ପିଢ଼ିକୁ ଆତ୍ମସମ୍ମାନ, ସ୍ୱାଧୀନତା ଏବଂ ଅଧିକାରର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ। 

ସେମାନଙ୍କଠାରୁ ପ୍ରେରଣା ନେଇ ଆମ ସରକାର ଆମର ଆଦିବାସୀ ଭାଇ ଓ ଭଉଣୀମାନଙ୍କ ସମ୍ମାନ, ସୁଯୋଗ ଏବଂ ସମୃଦ୍ଧି ପାଇଁ କୌଣସି ପ୍ରୟାସ ଛାଡ଼ୁନାହାନ୍ତି। 

ଆସନ୍ତୁ, ରାଷ୍ଟ୍ର ନିର୍ମାଣରେ ଆଦିବାସୀ ସମାଜର ମୂଲ୍ୟବାନ ଅବଦାନକୁ ମିଳିତ ଭାବେ ଅଭିବାଦନ ଜଣାଇବା 

HS

 

 


(ରିଲିଜ ଆଡି: 2336718) ପରିଦର୍ଶକ କାଉଣ୍ଟର : 5