ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭୂମିକା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନଙ୍କ ଏକ ନିବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 NOV 2026 6:24PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଥିରୁ ସି. ପି. ରାଧାକ୍ରିଷ୍ଣନଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧକୁ ସେୟାର କରିଛନ୍ତି। 

ଏହି ନିବନ୍ଧରେ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ (ଇ. ଏମ୍. ଆର୍. ଏସ୍.) ର ରୂପାନ୍ତରଣ ଏବଂ ଗୁଣାତ୍ମକ ଶିକ୍ଷା ଏବଂ ସାମଗ୍ରିକ ବିକାଶ ମାଧ୍ୟମରେ ଆଦିବାସୀ ପିଲାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସେମାନଙ୍କର ଭୂମିକା ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ବ୍ରିଜ୍ ପାଠ୍ୟକ୍ରମ, ଦ୍ୱିଭାଷୀ ଶିକ୍ଷାଦାନ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶ୍ରେଣୀଗୃହ, କ୍ରୀଡା ଏବଂ ଧନ୍ଦାମୂଳକ ତାଲିମ ଭଳି ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିବା ସହିତ ଆଇଆଇଟି, ଏମସ୍‍ ଏବଂ ଅନ୍ୟାନ୍ୟ ପ୍ରମୁଖ ଅନୁଷ୍ଠାନରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ମଧ୍ୟ ଆଲୋକପାତ କରିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ କରିଛି: 

"ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟଗୁଡ଼ିକ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଆଦିବାସୀ ପିଲାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି। 

ଜନଜାତୀୟ ଗୌରବ ଦିବସ ଅବସରରେ, ମାନ୍ୟବର ଉପରାଷ୍ଟ୍ରପତି, ଥିରୁ ସି ପି ରାଧାକ୍ରିଷ୍ଣନ, ଇ. ଏମ୍. ଆର୍. ଏସ୍. ର ବିବର୍ତ୍ତନ ଏବଂ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ସାମଗ୍ରିକ ବିକାଶ ପ୍ରଦାନ କରିବାରେ ଏହାର ଭୂମିକା ବିଷୟରେ ଲେଖିଛନ୍ତି।

ସେ ବ୍ରିଜ୍ ପାଠ୍ୟକ୍ରମ, ଦ୍ୱିଭାଷୀ ଶିକ୍ଷାଦାନ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶ୍ରେଣୀଗୃହ, କ୍ରୀଡା ଏବଂ ଧନ୍ଦାମୂଳକ ତାଲିମ ଭଳି ପଦକ୍ଷେପ ସହିତ ବର୍ତ୍ତମାନ ଆଇଆଇଟି, ଏମସ୍‍ ଏବଂ ଅନ୍ୟାନ୍ୟ ପ୍ରମୁଖ ଅନୁଷ୍ଠାନରେ ପ୍ରବେଶ କରୁଥିବା ଛାତ୍ରମାନଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ। 

ନିଶ୍ଚୟ ପଢ଼ିବା ଉଚିତ! " 

HS


(ରିଲିଜ ଆଡି: 2336706) ପରିଦର୍ଶକ କାଉଣ୍ଟର : 7