ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ ଗେମ୍ସରେ ପୁରୁଷ ସିଙ୍ଗଲ୍ସ ସ୍କ୍ୱାସରେ ରୌପ୍ୟ ପଦକ ଜିତିବା ପାଇଁ ଅଭୟ ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 27 SEP 2026 8:24PM by PIB Bhubaneswar

ଏସିଆନ ଗେମ୍ସରେ ପୁରୁଷ ସିଙ୍ଗଲ୍ସ ସ୍କ୍ୱାସରେ ରୌପ୍ୟ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭୟ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାଙ୍କର ଦକ୍ଷତା ଏବଂ ଦୃଢ଼ ସଂକଳ୍ପ ଭାରତକୁ ଗର୍ବିତ କରିଛି, ଏହି ସଫଳତା ବର୍ଷ ବର୍ଷ ଧରି ସେ କରିଥିବା କଠିନ ପରିଶ୍ରମକୁ ପ୍ରତିଫଳିତ କରେ। ଶ୍ରୀ ମୋଦୀ ତାଙ୍କୁ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ।

X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି :

"ଏସୀୟ କ୍ରୀଡ଼ାରେ ପୁରୁଷ ସିଙ୍ଗଲ୍ସ ସ୍କ୍ୱାଶ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ @abhaysinghk98-ଙ୍କୁ ଅଭିନନ୍ଦନ! ତାଙ୍କର ଦକ୍ଷତା ଓ ଦୃଢ଼ ସଂକଳ୍ପ ଭାରତକୁ ଗର୍ବିତ କରିଛି। ଏହି ସଫଳତା ବର୍ଷ ବର୍ଷ ଧରି ସେ କରିଥିବା କଠିନ ପରିଶ୍ରମର ପ୍ରତିଫଳନ ଅଟେ। ତାଙ୍କର ଆଗାମୀ ଯାତ୍ରା ପାଇଁ ଶୁଭେଚ୍ଛା : ପ୍ରଧାନମନ୍ତ୍ରୀ @narendramodi"


***

SSP

 


(ରିଲିଜ ଆଡି: 2334248) ପରିଦର୍ଶକ କାଉଣ୍ଟର : 8