ପୋଷ୍ଟ କରାଯିବା ଦିନାଙ୍କ:
24 OCT 2026 8:37AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ (ଆଇଟିବିପି)ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଆଇଟିବିପିର ହିମବୀରମାନେ ନିଜର ଅସାଧାରଣ ବୀରତ୍ୱ ଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ସର୍ବଦା ଅଦମ୍ୟ ଦୃଢ଼ ସଂକଳ୍ପ ସହ ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହୋଇ ଆସିଛନ୍ତି ବୋଲି ସେ କହିଛନ୍ତି। ସେମାନଙ୍କ ନିଃସ୍ୱାର୍ଥପର ସେବା ଓ ବଳିଦାନ ଦେଶ ପାଇଁ ଅପାର ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି:
“ଆଇଟିବିପିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଯବାନଙ୍କୁ ଶୁଭେଚ୍ଛା।
ଆଇଟିବିପିର ହିମବୀରମାନେ ନିଜର ଅସାଧାରଣ ବୀରତ୍ୱ ଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ସେମାନେ ସର୍ବଦା ଅଦ୍ଭୁତ ଦୃଢ଼ ସଂକଳ୍ପ ସହ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିଆସିଛନ୍ତି।
ସେମାନଙ୍କ ନିଃସ୍ୱାର୍ଥପର ସେବା ଓ ବଳିଦାନ ଦେଶ ପାଇଁ ଅପାର ପ୍ରେରଣାର ଉତ୍ସ।”
*****
MT